ଦୁର୍ବଳ ହେଉଛି ଭୀଷଣ ସାମୁଦ୍ରିକ ଝଡ଼ ଅସାନି; ଆଜିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷିବ

୨୪ ଘଣ୍ଟାରେ ଦୁର୍ବଳ ହେବ ଆସାନି। ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା।

୨୪ ଘଣ୍ଟାରେ ଦୁର୍ବଳ ହେବ ଆସାନି। ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା।

୨୪ ଘଣ୍ଟାରେ ଦୁର୍ବଳ ହେବ ଆସାନି। ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା।

  • Share this:
News18 Odia Digital

ଭୁବନେଶ୍ୱର: ୨୪ ଘଣ୍ଟାରେ ଦୁର୍ବଳ ହେବ ଆସାନି। ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି ୨୫ କିମି ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ବର୍ତ୍ତମାନ ଗତି କରୁଛି ଅସାନି। ଯାହାର ପ୍ରଭାବରେ ଉପକୂଳରେ ପାଗ ପରିବର୍ତ୍ତନ ହେବା ସହ ଆଜି ଠାରୁ ବର୍ଷାର ପରିମାଣ ବଢ଼ିବ।

ପୁରୀଠାରୁ ପ୍ରାୟ ୫୯୦ କିଲୋମିଟର ଦୂରରେ ଅସାନି। ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।ସେହିପରି ଏହା ଗୋପାଳପୁରଠାରୁ ଦକ୍ଷିଣ, ଦକ୍ଷିଣ-ପଶ୍ଚିମରେ ୫୧୦ କିଲୋମିଟରେ ଦୂରରେ ରହିଛି। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି।



୧୦ ତାରିଖରେ ୩ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବାବେଳେ ୧୧ ରେ ୫ ଜିଲ୍ଲା ଓ ୧୨ ତାରିଖରେ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୨ରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଥିବାବେଳେ ବନ୍ଦରରେ ରହିଛି ୨ ନମ୍ବର ବିପଦ ସଙ୍କେତ।

ଦୁର୍ବଳ ହେବ ଭୀଷଣ ବାତ୍ୟା ଅସାନି। ୩୬ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ। ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରିବ। ରିକର୍ଭ ପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବା। ସ୍ଥଳଭାଗ ନ ଛୁଇଁ ସମୁଦ୍ର କୂଳେ କୂଳେ ସମାନ୍ତରାଳ ଭାବେ ଗତି କରିବ।ଏହାର ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ । ବାତ୍ୟାର ପ୍ରଭାବ ଆଜି ଉପକୂଳରେ ଦେଖିବାକୁ ମିଳିଛି। ଆସନ୍ତାକାଲି ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଦିଆଯାଇଛି।

ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରକୁ ବର୍ଷା ନେଇ ୟେଲୋ ଆଲର୍ଟ ସହ ୧୨ ତାରିଖରେ ୬ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ,ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖରୁ କମିବ ବର୍ଷା। ଉପକୂଳବର୍ତ୍ତୀ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ସମ୍ଭାବନା ଥିବାରୁ ଗୋପାଳପୁର, ଧାମରା, ପାରାଦ୍ୱୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୧୧ ତାରିଖ ବେଳକୁ ବାତ୍ୟା ଅସାନି ଓଡ଼ିଶା ଉପକୂଳ ନିକଟତର ହେବା ସମୟରେ ଦୁର୍ବଳ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଯିବ। ଫଳରେ ଯେତିକି ପରିମାଣର ବର୍ଷା ହେବା କଥା ତା ଠାରୁ କମ ରହିବ ବର୍ଷା। ସ୍ଥଳଭାଗରୁ ସମୁଦ୍ର ଆଡ଼କୁ ଥଣ୍ଡା ପବନ ଯିବା ସହ ସମୁଦ୍ର ପତନର ବାୟୁ ପ୍ରବାହ ବା ଉଇଣ୍ଡସିର ଅଧିକ ରହିବ। ଯାହା ବାତ୍ୟାକୁ ଦୁର୍ବଳ କରିବାରେ ସହାୟକ ହେବ। ୧୨ ତାରିଖ ସୁଦ୍ଧା ଏହା ଉତ୍ତର ପୂର୍ବ ଦିଗରେ ଆସି ଓଡ଼ିଶା ଉପକୂଳରୁ ଦୁରେଇ ଯିବ। ଫଳରେ ଉତ୍ତର ପଶ୍ଚିମ ଦିଗରୁ ପବନ ପୁଣି ରାଜ୍ୟକୁ ପ୍ରବେଶ କରିବ । ଫଳରେ ୧୪ ତାରିଖରୁ ତାପମାତ୍ରା ସାରା ରାଜ୍ୟରେ ବଢିବା ସହ ଆଭ୍ୟନ୍ତରିଣରେ ୪୪ ରୁ ୪୫ ଡିଗ୍ରୀ ରହିବ ତାପମାତ୍ରା। ଉପକୂଳରେ ବି ତାପମାତ୍ରା ଅଧିକ ରହିବା ସହ ଗୁଳୁଗୁଳି ଅଣାୟତ କରିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
Published by:Soumya Das
First published: