କୈଳାସ ବେହେରା | News18 Odia Digital
ବ୍ରହ୍ମପୁର: ତପସ୍ବିନୀ ଦାସ ଓ ଡଃ ସୁମିତ କୁମାର ସାହୁଙ୍କ ପାରିବାରିକ ମାମଲାରେ ପୁଣି ଏକ ଟ୍ୱିଷ୍ଟ୍ ଆସିଛି । ଗୁରୁବାର ରାତିରେ ପ୍ରୋଟେକ୍ସନ୍ ଅଫିସର୍, ମାଜିଷ୍ଟ୍ରେଟ୍ ଓ ପୋଲିସର ଉପସ୍ଥିତିରେ ସୁମିତଙ୍କ ଘରକୁ ତପସ୍ବିନୀ ପ୍ରବେଶ କରିଥିଲେ । କିନ୍ତୁ ମଧ୍ୟରାତ୍ରିରେ ସୁମିତଙ୍କ ବାପା ପ୍ରମୋଦ ସାହୁ ଘରେ ନିଜକୁ ଅସୁରକ୍ଷିତ ମନେକରି ଘର ବାହାରକୁ ଆସି କେଉଁଆଡ଼େ ଚାଲିଯାଇଥିଲେ ଓ ଏକ ଭିଡିଓ ଜାରି କରି ସେ ନିଜର ଦୁଃଖ ପ୍ରକାଶ କରିଥିଲେ ।
ଭିଡିଓରେ ପ୍ରମୋଦ ସାହୁ କହିଛନ୍ତି ଯେ ତାଙ୍କ ଅନିଚ୍ଛା ସତ୍ତ୍ୱେ ତପସ୍ବିନୀଙ୍କୁ ଘରେ ରଖାଯାଇଥିବା ଯୋଗୁଁ ସେ ଭୟଭୀତ ହୋଇ ଘର ଛାଡ଼ିଛନ୍ତି । ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରାୟକୁ ନେଇ ବହୁ ବାଦବିବାଦ ପରେ ତପସ୍ବିନୀ ସୁମିତଙ୍କ ଘରକୁ ପ୍ରବେଶ କରିଥିବା ବେଳେ ତାଙ୍କର ଏମିତି କରିବା ବେଆଇନ୍ ଓ ରାୟର ଉଲ୍ଲଙ୍ଘନ ବୋଲି ସୁମିତଙ୍କ ଓକିଲ ଅଭିଯୋଗ କରିଛନ୍ତି । ହେଲେ ତପସ୍ବିନୀଙ୍କ ଓକିଲ କହିଛନ୍ତି ଯେ କୋର୍ଟଙ୍କ ଆଦେଶକୁ ପାଳନ କରି ଜିଲ୍ଲା ପ୍ରଶାସନ ତପସ୍ବିନୀଙ୍କୁ ନିଜ ସ୍ବାମୀଙ୍କ ଘରକୁ ନେବାରେ ସହାୟକ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ମୋ’ ଅନିଚ୍ଛା ସତ୍ତ୍ୱେ ପ୍ରାଶାସନିକ ଅଧିକାରୀମାନେ ବାଧ୍ୟତାମୂଳକ ଭାବେ ତାଙ୍କୁ (ତପସ୍ବିନୀଙ୍କୁ) ଆଣି ମୋ’ ଘରେ ପ୍ରବେଶ କରାଇଛନ୍ତି । ମୁଁ ସେହି ଘରେ ନଜକୁ ଅସୁରକ୍ଷିତ ମନେ କରି ଘର ଛାଡ଼ିଛି,’’ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ପ୍ରମୋଦ ସାହୁ ।

ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ରାୟକୁ ନେଇ ବାଦବିବାଦ ଲାଗିରହିଛି ।
ଡିସେମ୍ବର ୪ ତାରିଖରେ ଜିଲ୍ଲା ଦୌରାଜଜ୍ ତପସ୍ବିନୀଙ୍କୁ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ସୁମିତଙ୍କ ବାସଭବନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପ୍ରତି ମାସର ୧୦ ତାରିଖ ସୁଦ୍ଧା ସୁମିତ ତାଙ୍କୁ ୧୭ ହଜାର ଟଙ୍କା ଦେବେ ଓ ଉଭୟଙ୍କ ପରିବାର ତପସ୍ୱିନୀଙ୍କ ରହିବାକୁ ନେଇ କୌଣସି ବିଶୃଙ୍ଖଳା କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟ ଆସିବା ପରେ ତପସ୍ବିନୀ ଦୀର୍ଘ ୪୬ ଦିନର ଧାରଣା ପରେ ନିଜ ସ୍ବାମୀ ସୁମିତଙ୍କ ଘରକୁ ପ୍ରବେଶ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ଦୀର୍ଘ ୪୬ ଦିନ ଶୀତ ଓ ଖରାରେ ଧାରଣା ଦେବା ପରେ ନ୍ୟାୟ ପାଇଛନ୍ତି ତପସ୍ବିନୀ । ସେ ନିଜ ହକ୍ ପାଇଁ ଧାରଣାରେ ବସିଥିଲେ । ଆଜି ସେ ବିଜୟିନୀ ହୋଇଛନ୍ତି । ଏହା କେବଳ ତାଙ୍କ ବିଜୟ ନୁହେଁ, ବରଂ ସମଗ୍ର ନାରୀ ଜାତିର ବିଜୟ,’’ କହିଛନ୍ତି ସମାଜସେବୀ ସବିତା ସାହୁକାର ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେକୋର୍ଟର ଏହି ରାୟ ଆସିବା ପରେ ତପସ୍ବିନୀ ସୁମିତଙ୍କ ଘରର ତଳ ମହଲାରେ ଥିବା ବେଡରୁମରେ ରହିବାକୁ ଜିଦ୍ ଧରି ବସିଥିଲେ । ପରେ ସେ ଉପର ମହଲାରେ ରହିବା ପାଇଁ ରାଜି ହୋଇଥିଲେ । କିନ୍ତୁ କୋର୍ଟ ତପସ୍ବିନୀଙ୍କୁ ସୁମିତଙ୍କ ଘରେ ରହିବା ପାଇଁ କହି ନାହାନ୍ତି ବୋଲି ଅଭିଯୋଗ କରିଥିଲେ ସୁମିତଙ୍କ ଓକିଲ । ଦୀର୍ଘ ସମୟ ଧରି ବାଦବିବାଦ ଓ କଥା କଟାକଟି ଚାଲିବା ପରେ ମାଜିଷ୍ଟ୍ରେଟ୍, ପ୍ରୋଟେକ୍ସନ୍ ଅଫିସର୍ ଓ ପୋଲସର ଉପସ୍ଥିତିରେ ତପସ୍ବିନୀ ନିଜ ସ୍ବାମୀଙ୍କ ଘର ଭିତରକୁ ପ୍ରବେଶ କରିଥିଲେ ।
ଏହା ବି ପଢ଼ନ୍ତୁ | ଏବେ Aadhaar ନମ୍ବର୍ ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା‘‘ଜିଲ୍ଲା ଦୌରାଜଜଙ୍କ କୋର୍ଟ ଯେଉଁ ରାୟ ଶୁଣାଇଥିଲେ ସେଥିରେ ତପସ୍ବିନୀ ସୁମିତଙ୍କ ଘରେ ରହିବା କଥା କେଉଁଠି ମଧ୍ୟ ଉଲ୍ଲେଖ ହୋଇନାହିଁ । କେବଳ ତପସ୍ବିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ପ୍ରତି ମାସ ଦେବେ ବୋଲି କୁହାଯାଇଛି । ତପସ୍ବିନୀଙ୍କର ସୁମିତଙ୍କ ଘର ଉପରେ ଅଧିକାର ରହିଛି, କିନ୍ତୁ ସେ ଘରକୁ ପ୍ରବେଶ କରିପାରିବେ ନାହିଁ । କାରଣ କୋର୍ଟରେ ଗୋଟିଏ ସେକ୍ସନ୍ ୪୯୮ର କେସ୍ ଓ ଡିଭୋର୍ସ ମାମଲା ବିଚାରାଧୀନ ଅଛି । ଗତ କାଲି ଯେମିତି ମାଜିଷ୍ଟ୍ରେଟ୍, ପ୍ରୋଟେକ୍ସନ୍ ଅଫିସର୍ ଓ ପୋଲିସ ଉପସ୍ଥିତିରେ ତପସ୍ବିନୀ ଘରକୁ ପ୍ରବେଶ କଲେ ତାହା ଅତି ନିନ୍ଦନୀୟ । ଏ ନେଇ ଆମେ ଆଇନର ଆଶ୍ରୟ ନେବୁ,’’ କହିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ।
ଏହା ବି ପଢ଼ନ୍ତୁ | Women marriage legal age: ଝିଅମାନେ ଆଉ ୧୮ ବର୍ଷ ବୟସରେ ବିବାହ କରିପାରିବେନି; ବଦଳିବ ଆଇନତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ‘‘ଜିଲ୍ଲା କୋର୍ଟଙ୍କ ରାୟକୁ ପାଳନ କରିବା ସହ କାର୍ଯ୍ୟକାରୀ କରିବାର ଦାୟିତ୍ବ ଜିଲ୍ଲା ପ୍ରଶାସନର । ତେଣୁ ଜିଲ୍ଲା ପ୍ରଶାସନ ତାହାକୁ ସଠିକ୍ ଭାବେ ପାଳନ କରିଛନ୍ତି । ତା’ ଛଡ଼ା ସୁମିତଙ୍କ ବାପା ପ୍ରମୋଦ ସାହୁ ଏଭଳି ଅଭିଯୋଗ ଆଣିବା ଯୁକ୍ତିଯୁକ୍ତ ନୁହେଁ । ତପସ୍ବିନୀ ଘରର ଉପର ମହଲାରେ ରହୁଛନ୍ତି । ପ୍ରମୋଦ ସାହୁ ଓ ପରିବାରର ଅନ୍ୟ ସଦସ୍ୟମାନେ ତଳ ମହଲାରେ ରହୁଛନ୍ତି । ଉପର ମହଲାକୁ ତଳ ମହଲାରୁ ସିଧାସଳଖ ଯାତାୟତ ସୁବିଧା ନାହିଁ । କେବଳ ମୁଖ୍ୟ ଗେଟ୍ ମାଧ୍ୟମରେ ହିଁ ଯାତାୟତ ହୋଇପାରିବ । ତେଣୁ ବୋହୁକୁ ଭୟ କରି ସେ କେଉଁଆଡ଼େ ଚାଲିଯିବା କଥା କହିବା ଆଦୌ ଠିକ୍ ନୁହେଁ ।’’
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲାଡଃ ସୁମିତ ନିଜର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗଲା କିଛି ଦିନ ହେଲା ଏକ ସ୍ଥାନୀୟ ହସପିଟାଲରେ ନିଜ ଚାକିରିରୁ ଛୁଟି ନେଇଥିଲେ । ସେହି ଛୁଟି ଗୁରୁବାର ଦିନ ଶେଷ ହୋଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନାହିଁ ବୋଲି ତାଙ୍କ ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେ ପୁଣି ଛୁଟି ବଢ଼ାଉଛନ୍ତି ନା ଘରକୁ ଫେରି ତପସ୍ବିନୀଙ୍କ ସହ ବୈବାହିକ ସମ୍ପର୍କ ଆଗକୁ ବଢ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।