ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚୋରା ଗଞ୍ଜେଇ ଧରିବାରେ ଓଡିଶା ପୋଲିସ ଏକ ନଂ; ଅକ୍ଟୋବର ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ଚୋରା ଗଞ୍ଜେଇ ଧରିବାରେ ଓଡିଶା ପୋଲିସ ଏକ ନଂ; ଅକ୍ଟୋବର ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବେଆଇନ ଗଞ୍ଜେଇ ଜବତ ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ମଳିଛି । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷର ଅକ୍ଟୋବର ମାସ ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି ଓଡ଼ିଶା ପୋଲିସ ।

ଚୋରା ଗଞ୍ଜେଇ ଧରିବାରେ ଓଡିଶା ପୋଲିସ ଏକ ନଂ; ଅକ୍ଟୋବର ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ
ଅକ୍ଟୋବର ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 17, 2021, 7:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବେଆଇନ ଗଞ୍ଜେଇ ଜବତ ଘଟଣାରେ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ମଳିଛି । ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷର ଅକ୍ଟୋବର ମାସ ସୁଦ୍ଧା ୧୫୦୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି ଓଡ଼ିଶା ପୋଲିସ ।

୨୦୧୩ ମସିହାରେ ୨୪୧ କ୍ୟୁଣ୍ଟାଲ ଜବତ ହୋଇଥିବା ବେଳେ ୨୦୧୪ ମସିହାରେ ୨୨୮ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ସେହିଭଳି ୨୦୧୫ ମସିହାରେ ୧୯୮ କ୍ୟୁଣ୍ଟାଲ, ୨୦୧୬ରେ ୩୬୬ କ୍ୟୁଣ୍ଟାଲ, ୨୦୧୭ ମସିହାରେ ୩୦୪ କ୍ୟୁଣ୍ଟାଲ, ୨୦୧୮ ମସିହାରେ ୫୨୩ କ୍ୟୁଣ୍ଟାଲ ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଥିଲା ପୋଲିସ ।

ଏହି ବେଆଇନ କାରବାରରେ ଲଗାମ ଲଗାଇବା ପାଇଁ ୨୯୧୯ରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା ପୋଲିସ । ଏହି କ୍ରମରେ ଏହି କାରବାର ରୋକିବା ପାଇଁ ଏସ.ଟି.ଏଫକୁ ନିୟୋଜିତ କରଯାଇଥିଲା । ଏହା ପରେ ବେଆଇନ ଗଞ୍ଜେଇ ଧରପକଡ଼ ଅଭିଯାନ ତୀବ୍ର ହୋଇଥିଲା । ଫଳସ୍ବରୂପ ୨୦୧୯ ମସିହାରେ ୮୧୬ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୨୦ ରେ ଜବତ ଗଞ୍ଜେଇର ପରିମାଣ ବୃଦ୍ଧି ପାଇ ୧୩୮୪ କ୍ୟୁଣ୍ଟାଲରେ ପହଞ୍ଚିଥିଲା ।

ଚୋରା ଗଞ୍ଜେଇ ଚାଲଣ ନେଇ ଗତବର୍ଷ ମୋଟ ପୋଲିସ ପକ୍ଷର ମୋଟ ୮୧୬ଟି ମାମଲା ରୁଜ୍ଜୁ ହୋଇଥିଲା । ଏହି କାରବାର କରିବା ଅଭିଯୋଗରେ ପୋଲିସ ମୋଟ ୧୫୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମଗ୍ର ଦେଶରେ ବେଆଇନ ଗଞ୍ଜେଇର ଚୋରା ଚାଲାଣ ଚାଲିଥିବେ ବେଳେ ବେଆଇନ ଗଞ୍ଜେଇ ଜବତ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟରେ ପରିଣତ ହୋଇଛି ।

କ୍ରାଇମବ୍ରାଞ୍ଚ ଏସ.ଟି.ଏଫ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତବର୍ଷ ବେଆଇନ ଜବତ କରିଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ଏକ ନମ୍ବରରେ ରହିଛି । ଓଡ଼ିଶା ପୋଲିସ ପକ୍ଷରୁ ଗତବର୍ଷ ମୋଟ ୧୩୮୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୯୮୭ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ସହ ଦ୍ବିତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ। ୪୩୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ ସହ ଦ୍ବିତୀୟ ସ୍ଥାନରେ ରହିଛି  ରାଜଧାନୀ ଦିଲ୍ଲୀ ।

କ୍ରାଇମବ୍ରାଞ୍ଚ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ, "ଗଞ୍ଜେଇ ଚୋରା ଚାଲାଣର ଚେନକୁ ଚିହ୍ନଟ କରିବା ପରେ ପୋଲିସକୁ ଏହି ସଫଳତା ମିଳୁଛି । ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ପୋଲିସ ପାଖାପାଖି ଏକ ହଜାର ମାମଲା ରୁଜ୍ଜୁ କରି ସାରିଲାଣି ଆଉ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ୧୮ଶହକୁ ପାର କରିସାରିଛି । ଏହି ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢିବ । ପୋଲିସ ଧପଡ଼ ଯୋଗୁଁ ଗଞ୍ଜେଇ ବେପାରୀମାନେ ନୂଆ ନୂଆ କୌଶଳ ଆପଣାଇ ଚାଲାଣ କରୁଛନ୍ତି । କିନ୍ତୁ ସେ ସବୁ ଉପରେ ପୋଲିସ ନଜର ରହିଛି"।
Published by: Soumya Das
First published: November 17, 2021, 7:15 PM IST