ସିଏଜି ରିପୋର୍ଟ: ୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଜମା ରହିଥିଲା ୩୨ ହଜାରରୁ ଅଧିକ କୋଟି

ବିଭାଗ ଗୁଡିକ ଅର୍ଥ ଖର୍ଚ୍ଚ କରିପାରୁନଥିବାରୁ ୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଜମା ରହିଥିଲା ୩୨,୬୩୬ କୋଟି ଟଙ୍କା ନଗଦ ରାଶି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୧୨,୭୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମନ୍ଥରତା ଯୋଗୁଁ ମାତ୍ର ୨୪ ଲକ୍ଷ ହାସଲ ହୋଇପାରିଛି।

୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଜମା ରହିଥିଲା ୩୨ ହଜାରରୁ ଅଧିକ କୋଟି

୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଜମା ରହିଥିଲା ୩୨ ହଜାରରୁ ଅଧିକ କୋଟି

  • Share this:
News18 Odia Digital

ଭୁବନେଶ୍ବର: ୨୦୨୧ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ଜମା ରହିଥିଲା ୩୨,୬୩୬ କୋଟି ଟଙ୍କା ନଗଦ ଅର୍ଥରାଶି। ବିତ୍ତୀୟନିଅଣ୍ଟ ରାଜ୍ୟ ହୋଇ ମଧ୍ୟ ନିୟମିତ ଭାବେ ରାଜ୍ୟ ସରକାର ବହୁଳ ପରିମାଣରେ ନଗଦ ଅର୍ଥ ରଖି ଆସୁଛନ୍ତି। ୨୦୨୧ ରାଜ୍ୟ ଆର୍ଥିକ ସ୍ଥିତି ଅଡିଟ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି।

ରାଜ୍ୟର ଆର୍ଥିକ ସ୍ଥିତି ଓ ଭୂପୃଷ୍ଠ ଜଳ ସମ୍ପାଦନ ସମୀକ୍ଷର ସିଏଜି ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଅଡିଟ ରିପୋର୍ଟରେ ଦର୍ଶାଯାଇଛି ୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ ରହିଥିଲା।

ରାଜ୍ୟର ରାଜସ୍ୱ ବ୍ୟୟ ଜିଏସଡିପିର ୧୮ ପ୍ରତିଶତ ରହିଥିଲା। ଯାହାକି ୨୦୧୯ -୨୦ ତୁଳନାରେ ୩.୮୬ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟରେ ସରକାରଙ୍କ ନିଜସ୍ୱ ଟିକସ ରହିଥିଲା ୩୪,୨୫୮ କୋଟି ଟଙ୍କା। ଯାହାକି ପୂର୍ବ ବର୍ଷ ତୁଳନାରେ ୬.୦୧ ପ୍ରତିଶତ ବୃଦ୍ଧି ପାଇଥିଲା।

ସେହିପରି ଅଣଟିକସ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୩୩.୨୬ ପ୍ରତିଶତ ବୃଦ୍ଧି ପାଇଥିଲା। ୧୧ଟି ଅନୁଦାନରେ ଶତ ପ୍ରତିଶତ ଅର୍ଥ ସମର୍ପଣ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୮୧୧ଟି ଟିଡିପି ଖାତାରେ ୭ ହଜାର ୪୭ କୋଟି ଟଙ୍କା ବ୍ୟୟ ନ ହୋଇ ହୋଇ ଅବଶେଷ ରହିଥିଲା।

ତେବେ ପୂର୍ବ ବର୍ଷ ତୁଳନାରେ ପିଡି ଆକାଉଣ୍ଟଗୁଡ଼ିକର ଅନାବଶ୍ୟକ ବାଲାନ୍ସରେ ୬୬.୨୮ ପ୍ରତିଶତ ହ୍ରାସ ଘଟିଛି। ମୁଖ୍ୟତଃ ଓଡ଼ିଶା ମିନେରାଲ୍ ବିଅରିଙ୍ଗ୍ ଡେଭଲପ୍‌ମେଣ୍ଟ କର୍ପୋରେସନ (ଓଏମ୍‌ବିଏଡିସି) ପୃଥକ ବିନିଯୋଗ ଆକାଉଣ୍ଟ ଖୋଲିବା ଓ ୧୬,୭୫୮ କୋଟି ଟଙ୍କା ବିନିଯୋଗ କରିବା ଓ ଓଏମ୍‌ବିଏଡିସିର ପିଡି ଆକାଉଣ୍ଟରେ ୪୧୪.୮୫ କୋଟି ଟଙ୍କା ଛାଡ଼ିବା ଆଦି ରହିଛି।

୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୦. ୬୫ କୋଟି ଟଙ୍କା ଡିସି ବିଲ୍ ଉପସ୍ଥାପନ କରାଯାଇ ନଥିଲା। ତେଣୁ ୧୦.୬୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଉଦ୍ଦେଶ୍ୟରେ ପ୍ରକୃତରେ ବିନିଯୋଗ ହୋଇଥିଲା ବୋଲି ଏହା ସୁନିଶ୍ଚିତ ହୋଇପାରିନଥିଲା।

ସେହିପରି ଜଳସେଚନ ପ୍ରକଳ୍ପରେ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ମଧ୍ୟ ଶେଷ ହୋଇପାରିନାହିଁ। କର୍ତ୍ତୃପକ୍ଷଙ୍କର ଖର୍ଚ୍ଚ କରିବାର କ୍ଷମତା ୭୪ ପ୍ରତିଶତରୁ ୯୯ ପ୍ରତିଶତ ଥିଲେ ବି ଉପଯୋଗ ନ ହୋଇ ୨୦୧୪-୨୦ ମଧ୍ୟରେ ୮୪୨.୯୮ କୋଟି କୋଟି ଟଙ୍କା ସମର୍ପଣ ହୋଇଥିଲା।

ଜାଗା ହସ୍ତାନ୍ତରରେ ବିଳମ୍ବ, ଅନିବାର୍ଯ୍ୟ ମଞ୍ଜୁରୀ ପ୍ରାପ୍ତି ପ୍ରଭୃତିରେ ବିଳମ୍ବ, ପର୍ଯ୍ୟାଲୋଚନା କ୍ଷେତ୍ରରେ ଅବହେଳା ଆଦି କାରଣ ପାଇଁ ମୁଖ୍ୟତଃ ପାଣ୍ଠି ଖର୍ଚ୍ଚ ହୋଇନପାରି ସମର୍ପଣ ହୋଇଥିଲା। ତେବେ ବୃହତ୍ ଜଳସେଚନ ପ୍ରକଳ୍ପଗୁଡିକର ମୂଲ୍ୟ ୪୬ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ୫ଟି ପ୍ରକଳ୍ପ ଉପରେ ଅଡିଟ କରାଯାଇଥିବା ବେଳେ ଏତେ ଅର୍ଥ ବୃଦ୍ଧି ସତ୍ତ୍ଵେ ମାତ୍ର ଗୋଟିଏ ବୃହତ୍ କଳସେଚନ ପ୍ରକଳ୍ପ ଅର୍ଥାତ୍ ୟୁ.ଆଇ.ଆଇ.ପି. (ସଂପ୍ରସାରଣ) ସମ୍ପୂର୍ଣ୍ଣ ହୋଇଥିଲା ଓ ଅନ୍ୟ ଚାରୋଟି ବୃହତ ଜଳସେଚନ ପ୍ରକଳ୍ପ ଗୁଡିକର ଅଗ୍ରଗତି ଜାରି ରହିଛି। ଏହି ପ୍ରକଳ୍ପ ଉପରେ ଆହୁରି ଅର୍ଥ ଖର୍ଚ୍ଚ ହୋଇପାରେ।

ଯାଞ୍ଚ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡିକରେ ୧୨,୭୪୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରସ୍ତାବିତ ୫ ଲକ୍ଷ ୨ ହଜାର ୮୪୨ ହେକ୍ଟର ଆଇ.ପି.ରୁ ମାତ୍ର ୧ ଲକ୍ଷ ୨୨ ହଜାର ୪୧୮ ହେକ୍ଟର ହାସଲ ହୋଇଥିଲା ଯାହାକି ମାତ୍ର ୨୪ ପ୍ରତିଶତ ଥିଲା।

ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ଵୟନରେ ମନ୍ଥରତା ଯୋଗୁଁ ପ୍ରକଳ୍ପ ଗୁଡିକ ଶେଷ ହେବା ପାଇଁ ୧୩ ବର୍ଷରୁ ୪୩ ବର୍ଷ ବିଳମ୍ବ ହୋଇଥିଲା। ଜମି ଅଧଗ୍ରହଣର କମି, ଜଙ୍ଗଲ ଜମିର ବୈଧାନିକ ନିକାଶ ଅଗ୍ରିମ ଆଣିବାରେ ଅସାମର୍ଥ୍ୟ, କାର୍ଯ୍ୟର ପରି କଳ୍ପନା ଓ ପରିସରରେ ପରିବର୍ତ୍ତନ ଇତ୍ୟାଦି ପାଇଁ ବିଳମ୍ବ ହୋଇଥିଲା। ଢେଙ୍କାନାଳ ଉଠା ଜଳସେଚନ ବିଭାଜନକୁ ୧୯ଟି ଉଠା ଜଳସେଚନ ପ୍ରକଳ୍ପର ନିର୍ମାଣ ଲାଗି ୨୦୦୪ ରୁ ୨୦୧୨ ମଧ୍ୟରେ ୨୬.୩୫ କୋଟି ଟଙ୍କା ଦିଆଯାଇଥିଲା। କେବଳ ୧୫.୬୭ କୋଟି ଟଙ୍କା ବ୍ୟୟରେ ୧୭ଟି ପ୍ରକଳ୍ପର ନିର୍ମାଣ ହୋଇଥିଲା।
Published by:Lipina Das
First published: