ଜଷ୍ଟିସ ଜେପି ଦାସଙ୍କ କଟକ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ କଟକ ସ୍ଥିତ ବାସ ଭବନରେ ପହଞ୍ଚିବା ସହ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଆଲୋଚନା କରିଛନ୍ତି ।

ଜଷ୍ଟିସ ଜେପି ଦାସଙ୍କ କଟକ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଜଷ୍ଟିସ ଜେପି ଦାସଙ୍କ କଟକ ଘରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ; ନବଦାସଙ୍କ (Naba das) ହତ୍ୟା ମାମଲା ତଦନ୍ତର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ । ତଦନ୍ତର ତଦାରଖ କରିବା ପାଇଁ ହାଇକୋର୍ଟ ଅର୍ଡର ଦେବା ପରେ ଜଷ୍ଟିସ ଜେପି ଦାସ ତଦନ୍ତର ତଦାରଖ କରୁଛନ୍ତି । ଏହି କ୍ରମରେ କ୍ରାଇମବ୍ରାଞ୍ଚ (Crime branch) ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ସହ ଏକ ଘଣ୍ଟାରୁ ଉର୍ଦ୍ଧ ହେବ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ଗଣମାଧ୍ୟମ ସାମ୍ନାରେ ମୁହଁ ନଖୋଲି ଜଷ୍ଟିସ ଜେପି ଦାସଙ୍କ ବାସ ଭବନରୁ ଫେରିଯାଇଛନ୍ତି ଅରୁଣ ବୋଥ୍ରା । ତେବେ ଜଷ୍ଟିସ ଜେପି ଦାସ ଗଣମାଧ୍ୟମକୁ ସୂଚନାଦେଇଛନ୍ତି ଯେ, କେତେବେଟ ତଦନ୍ତ ହେଲାଣି ଏବଂ ତଦନ୍ତର ଦିଗ ସମ୍ପର୍କରେ ଆଲୋଚନା ହୋଇଛି । ମୁଁ କିଛି ପରାମର୍ଶ ଦେଇଛି ଆବଶ୍ୟକ ପଡିଲେ ମୁଁ ମଧ୍ୟ ଘଟଣାସ୍ଥଳକୁ ଯିବି ।  ଆମେ ଆଶା କରିବା କ୍ରାଇମବ୍ରାଞ୍ଚ ତଦନ୍ତରେ ସଫଳ ହେବ ।

ଅନ୍ୟପଟେ, ଗଞ୍ଜାମରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଅଭିଯୁକ୍ତ ଗୋପାଳ ଦାସ ପରିବାର ସହ ଆଲୋଚନା କରିବା ପରେ ଗୋପାଳଙ୍କ କାଗଜପତ୍ର ସହ ବ୍ୟାଙ୍କକୁ ଯାଇଛି । ଗୋପାଳଙ୍କ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି କି ନାହିଁ ସେନେଇ ଯାଞ୍ଚ ଚାଲିଛି । ଏଥିସହ ଆଜି ଗୋପାଳ ଦାସର ରିମାଣ୍ଡ ଅବଧି ସରୁଛି । ତେଣୁ ପୁଣି ଆଉଥରେ କିଛି ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି ।

ଡିଜିପିଙ୍କ କାର୍ଯ୍ୟାଲୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କୁହାଯାଉଛି ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ବିଷୟରେ ଆଲୋଚନା ହେଉଛି ।

ଏହି ଖବର ପଢ଼ନ୍ତୁ- http://ମୋ ପିଏସଓ ଗୋପାଳ ଦାସ ହେବନି ତ? ସୌମ୍ୟରଞ୍ଜନ ପଟ୍ଟନାୟକ
Published by:Soubhagya Mishra
First published: