ଅଦରକାରୀ ଲୁହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ କଳାକୃତି; ବିଭିନ୍ନ ମହଲରେ ପ୍ରଶଂସା
- News18 Odia
- Last Updated :
- Brahmapur (Berhampur), India
News 18 Odia Digital
ବ୍ରହ୍ମପୁର; ଆଜି ହେଉଛି ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ (Netaji Subhash chandra bose) ୧୨୬ତମ ଜନ୍ମ ବାର୍ଷିକୀ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଛି । ସେହି କ୍ରମରେ ଏକ ନିଆରା ଢଙ୍ଗରେ ନେତାଜୀଙ୍କ ଜୟନ୍ତୀ ପାଳନ କରିଛି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ । ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଅଦରକାରୀ ଲୁହାରେ ନିର୍ମାଣ କରିଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ।

ଏହି ପ୍ରତିମୂର୍ତ୍ତିରେ ୧୫୦ କେଜି ଓଜର ଅଦରକାରୀ ଲୁହା ସାମଗ୍ରୀ ବ୍ୟବହୃତ ହୋଇଛି । ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ୧୫ ଦିନରେ ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି । ଏହାର ଲମ୍ବ ୭ ଫୁଟ ରହିଛି । ବିଭିନ୍ନ ଅଦରକାରୀ ଲୁହାରେ ନିର୍ମିତ ହୋଇଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଆଜି ଉଦଘାଟନ କରାଯାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଶିକ୍ଷାବିତଙ୍କ ଦ୍ୱାରା ଏହି ପ୍ରତିମୂର୍ତ୍ତିକୁ ଉଦଘାଟନ କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଓ ଅନୁଷ୍ଠାନର ଅଧ୍ୟକ୍ଷ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦେଶ ପ୍ରତି ରହିଥିବା ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ତାଙ୍କ ସ୍ମୃତିଚାରଣ କରିଥିଲେ । ଏଥିରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।
ଅଧିକ ଖବର ପଢ଼ନ୍ତୁ -
http://Deepika Kakkar pregnancy: ମାଆ ହେବେ ବିଗବସ୍ ଫେମ୍ ଅଭିନେତ୍ରୀ ଦୀପିକା କକ୍କଡPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।