ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ଶିଳ୍ପୀଙ୍କୁ ମିଳିଲା ସମ୍ମାନ
News18 Odia Digital
ଭୁବନେଶ୍ବର: ଶିଳ୍ପୀଙ୍କୁ ମିଳିଲା ସମ୍ମାନ। ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ଲଳିତକଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ-୨୦୨୧ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପୁରସ୍କାର ନିର୍ଦ୍ଦାରିତ ସମୟ ବାହାର କରି ସମୟ ଭିତରେ ହିଁ ପୁରସ୍କାର ପ୍ରଦାନ କରିବାକୁ ଯୋଜନା କରିଛି ସଂସ୍କୃତି ବିଭାଗ।
ଶିଳ୍ପୀଙ୍କୁ ସମ୍ମାନ। ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିଳ୍ପୀମାନଙ୍କ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି।। ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ସର୍ବୋଚ୍ଚ ପୁରସ୍କାର ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି।
୨୦୨୧ ପାଇଁ ସୃଜନ କଳାର ସାଧନା ପାଇଁ ଲଲାଟ ମୋହନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଧର୍ମପଦ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ଲଲାଟ ମୋହନ ପଟ୍ଟନାୟକ ଯଶ କିର୍ତ୍ତୀ ସର୍ବ ଭାରତୀ ସ୍ତରରେ ଉଚ୍ଚ ପ୍ରଶଂସିତ। ଜୀବନ ବ୍ୟାପି ଚିତ୍ରକଳାର ଅମୀୟ ସାଧନା ପାଇଁ ଓଡ଼ିଶା ଲଲିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୨୦୨୧ରେ ସମ୍ମାନୀତ କରାଯାଇଛି।
ଓଡ଼ିଶାର ବୁଣାକାରମାନଙ୍କୁ ନୂଆ ପଦ୍ଧତି, ନୂଆରଙ୍ଗ ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ଆଧୁନିକ କୌଶଳ ପ୍ରଯୋଗରେ ମାର୍ଗଦର୍ଶକ ଭାବେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ଦୂର୍ଗା ଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କ ଭଳି ୫ ଜଣ ଶିଳ୍ପୀ ସମ୍ବର୍ଦ୍ଧନାରେ ସମୃଦ୍ଧିତ କରାଯାଇଛି। ସ୍ବତନ୍ତ୍ର ଉତ୍ସବରେ ପର୍ଯ୍ୟଟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୁରସ୍କାର ପ୍ରଦାନ କରିଛନ୍ତି।
ସେପଟେ ସଂସ୍କତି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପୁରସ୍କାର ନିର୍ଦ୍ଦାରିତ ସମୟ ଭିତରେ ପ୍ରଦାନ କରିବାକୁ ଆକସନ ପ୍ଲାନ କରିଛି ସଂସ୍କୃତି ବିଭାଗ। ଏଣିକି ବିଭିନ୍ନ ପୁରସ୍କାର ପାଇଁ ଦେଖୋ ଦେଉଥିବା ବିବାଦ କି ଆଉ ଦ୍ବନ୍ଦ ରହିବନି। ଏଣିକି ସଠିକ ସମୟରେ ସବୁ ପରୁସ୍କାର ଦେବାକୁ ସଂସ୍କତି ବିଭାଗ ପକ୍ଷରୁ ପୁରସ୍କାର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଯାହା ଫଳରେ ଆଉ ସମୟ ଗଡିବନିକି ବିବାଦ ଉପୁଜିବନି। ସେପଟେ ଖେଳାଳୀଙ୍କ ଭଳି ଶିଳ୍ପୀଙ୍କୁ ମଧ୍ୟ ଅଧିକ ପୁରସ୍କାର ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ଶିଳ୍ପୀ।
ଧର୍ମପଦ ପୁରସ୍କାର ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଶିଳ୍ପୀମାନଙ୍କ ମଧ୍ୟରୁ ଜଣକୁ ପ୍ରତିବର୍ଷ ଦିଆଯାଇଥାଏ। ନିଜ ନିଜ କ୍ଷେତ୍ରରେ ଦକ୍ଷତାର ଶୀର୍ଷରେ ପହଞ୍ଚିବା ସହ ଓଡ଼ିଶାର କଳା କ୍ଷେତ୍ରକୁ ଏହି ଶିଳ୍ପୀମାନେ ରିଦ୍ଧିମନ୍ତ କରିଛନ୍ତି। ସମ୍ମାନୀତ ଅତିଥୁ ରୂପେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କ ସହ ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ, କଳାନୁରାଗୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।