ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଗଣେଷ ପୂଜା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ; ମୂର୍ତ୍ତି ବିକ୍ରି ହେଉନଥିବାରୁ ଚିନ୍ତାରେ କାରିଗର ଓ ବ୍ଯବସାୟୀ

ଗଣେଷ ପୂଜା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ; ମୂର୍ତ୍ତି ବିକ୍ରି ହେଉନଥିବାରୁ ଚିନ୍ତାରେ କାରିଗର ଓ ବ୍ଯବସାୟୀ

ଗଣେଷ ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର । କିନ୍ତୁ ବଡ଼ ମୂର୍ତ୍ତି ବିକ୍ରି ନହୋଇ ଛୋଟ ମୂର୍ତ୍ତି ବିକ୍ରି ହେଉଥିବାରୁ ମୂର୍ତ୍ତୀ କାରିଗର ଓ ବ୍ଯବସାୟୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି ।

ଗଣେଷ ପୂଜା ପାଇଁ ବ୍ରହ୍ମପୁର ସହର ଚଳଚଞ୍ଚଳ; ମୂର୍ତ୍ତି ବିକ୍ରି ହେଉନଥିବାରୁ ଚିନ୍ତାରେ କାରିଗର ଓ ବ୍ଯବସାୟୀ
ଛୋଟ ଗଣେଷ ମୂର୍ତ୍ତି ଗଢ଼ି ବିକ୍ରି କରୁଛନ୍ତି କାରିବର (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 5, 2021, 3:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛ ବ୍ରହ୍ମପୁର ସହର । ଗତ ଦୁଇ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ସହରବାସୀ ଆଡ଼ମ୍ବର ସହିତ ପୂଜା ପାଳନ କରିନଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ହୋଇଛି । କେବଳ ଛୋଟ ମୂର୍ତ୍ତି ନିର୍ମାଣ ନିମନ୍ତେ ଅନୁମତି ମିଳିଛି। ତେଣୁ ମୂର୍ତ୍ତି ବିକ୍ରି ହବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ମୂର୍ତ୍ତି କାରିଗର ।

‘‘ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାରିଗରମାନେ ଚାରି ଫୁଟ ଓ ଏହାରୁ କମ ଉଚ୍ଚତାର ମୂର୍ତ୍ତି ଗଢ଼ୁଛନ୍ତି । ଗତ ଦୁଇ ବର୍ଷ ହେଲା ମୂର୍ତ୍ତି ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ମୂର୍ତ୍ତି ନିର୍ମାଣ ହେଉଛି ସତ କିନ୍ତୁ ମୂର୍ତ୍ତି ବିକ୍ରି ହେଉନାହିଁ । ମୂର୍ତ୍ତି ନିର୍ମାଣ ହେବା ପରେ ବିକ୍ରି ନ ହୋଇ ଗୋଦାମରେ ସେଭଳି ମୂର୍ତ୍ତିଗୁଡ଼ିକ ପଡ଼ିରହିଛି । କୋଲିକତାରୁ ବ୍ରହ୍ମପୁର ସହରକୁ ଆସି ଦୁଇ ପଇସା ରୋଜଗାର କରିପାରୁ ନାହୁଁ,‘‘ କହିଛନ୍ତି ମୂର୍ତ୍ତି କାରିଗର କୃଷ୍ଣା ପାଲ୍‌ ।

‘‘ଗତ ଦୁଇ ବର୍ଷ ହେଲା ନିରାଡ଼ମ୍ବର ସହିତ ଗଣେଶ ପୂଜା ପାଳନ କରୁଥିବା ବେଳେ ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ରହି ପୂଜା ପାଳନ କରିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି ସହରବାସୀ । ତେଣୁ ଗଣେଶ ମୂର୍ତ୍ତି ନିମନ୍ତେ ଦୋକାନ ଦୋକାନ ବୁଲି ବୁଲି ମୂର୍ତ୍ତି କିଣିବାରେ ବ୍ୟସ୍ତ ରହିଛନ୍ତି । ପୂର୍ବରୁ ବଡ଼ ବଡ଼ ମୂର୍ତ୍ତିକୁ ନିଜ ଅଞ୍ଚଳରେ ସ୍ଥାପନ କରିବା ସହିତ ବହୁ ଆଡ଼ମ୍ବର ସହିତ ଗଣେଶଙ୍କ ପୂଜା ପାଳନ କରୁଥିଲେ । ଚଳିତ ବର୍ଷ ଛୋଟ ମୂର୍ତ୍ତିକୁ ସ୍ଥାପନ କରି କୋଭିଡ଼ କଟକଣାକୁ ପାଳନ କରି ଗଣେଶ ପୂଜା ପାଳନ କରିବୁ,‘‘ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ହରେକୃଷ୍ଣ ।

ବଡ଼ ମୂର୍ତ୍ତି ବିକ୍ରି ହେଉନଥିବାରୁ ତିନ୍ତାରେ ଅଛନ୍ତି ବ୍ଯବସାୟୀ (ପ୍ରତୀକାତ୍ମକ ଛବି)


ଅନ୍ଯ ଜଣେ ମୂର୍ତ୍ତି କାରିଗର ରମେଶ କହିଛନ୍ତି ଯେ ବଡ଼ ମୂର୍ତ୍ତି ନିର୍ମାଣ କରିବା ସମୟରେ ଭଲ ଦୁଇ ପଇସା ଲାଭ ମିଳୁଥିଲା । କିନ୍ତୁ ବର୍ତ୍ତମାନ ସରକାର କେବଳ ଚାରି ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ ନ କରିବା ନିମନ୍ତେ ନର୍ଦ୍ଦେଶ ଦେଇଥିବା ଯୋଗୁଁ ସେହି ପ୍ରକାରରେ ମୂର୍ତ୍ତି ନିର୍ମାଣ ଚାଲୁ ରହିଛି । ଯାହାଫଳରେ ଛୋଟ ମୂର୍ତ୍ତି ନିର୍ମାଣରେ ଓ ପରିଶ୍ରମରେ ଯେତେ କଷ୍ଟ ହେଉଛି ତାହାର ସଠିକ୍‌ ପାରିଶ୍ରମିକ ମିଳୁ ନାହିଁ।

‘‘ଗଣେଶ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛ ସହର । ସହରର ବିଭିନ୍ନ ସାହି ଗଳିଠାରୁ ଆରମ୍ଭ କରି ବଜାର ଅଞ୍ଚଳରେ ଆରମ୍ଭ ହୋଇଛି ଗଣେଶ ମୂର୍ତ୍ତି ବିକ୍ରି । ଗତ ଦୁଇ ବର୍ଷ ହେଲା ଗଣେଶ ମୂର୍ତ୍ତି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ମାନ୍ଦା ହୋଇଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ହୋଇଥିବା ଯୋଗୁଁ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟ । ବଡ଼ ମୂର୍ତ୍ତିକୁ ଅନୁମତି ମିଳିନଥିବା ଯୋଗୁଁ ଛୋଟ ଛୋଟ ଓ ସୁନ୍ଦର ସୁନ୍ଦର ମୂର୍ତ୍ତିକୁ ବିକ୍ରି କରିବା ନିମନ୍ତେ ବ୍ୟବସାୟୀ ମାନେ ଲାଗିପଡ଼ିଛନ୍ତି । ୩୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ଗଣେଶଙ୍କ ମୂର୍ତ୍ତି ରହିଥିବା ବେଳେ ଲୋକେ ନିଜର ଚାହିଦା ମୁତାବକ ମୂର୍ତ୍ତି କିଣୁଛନ୍ତ,‘‘କହିଛନ୍ତି ମୂର୍ତ୍ତି ବ୍ୟବସାୟୀ ରବିନ୍ଦ୍ର ବେହେରା ।

ଚଳିତ ବର୍ଷ କୋଭିଡ଼ କଟକଣାକୁ ପାଳନ କରି ଛୋଟ ମୂର୍ତ୍ତି ସ୍ଥାପନ କରି ଗଣେଶ ପୂଜା କରିବା ନିମନ୍ତେ ସରକାର ଅନୁମତି ଦେଇଥିବା ବେଳେ ସହରବାସୀ ଓ ବ୍ୟବସାୟୀ ମାନେ ମଧ୍ୟ ଅନୁରୂପ ଭାବେ ନିୟମକୁ ପାଳନ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।
Published by: Soumya Das
First published: September 5, 2021, 3:45 PM IST