News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଗିରଫ ହୋଇ ପୋଲିସ ସେବାରୁ ବହିଷ୍କୃତ ହୋଇଥିବା କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ବେଆଇନ୍ ସମ୍ପତିର ଗୁମର ଖୋଲୁଛି । ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ବିଭିନ୍ନ ଘର ଓ ବ୍ୟାବସାୟିକ କାର୍ଯ୍ୟାଳୟରେ ଚଢ଼ାଉ ପରେ ତାଙ୍କ ଆୟ-ବର୍ହିଭୁତ ସମ୍ପତ୍ତି ୬.୯୭ କୋଟି ଟଙ୍କାରୁ ଅଧିକ ବୋଲି ସ୍ପଷ୍ଟ କରିଛି ଭିଜିଲାନ୍ସ ବିଭାଗ। ଏହା ତାଙ୍କ ଆଇନଗତ ଆୟଠାରୁ ୨୨୧ ପ୍ରତିଶତ ଅଧିକ ।
ଚଢ଼ାଉ ବେଳେ ‘‘ଧନ କୁବେର’’ କନେଷ୍ଟବଳ ପ୍ରସନ୍ନଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଥିଲେ ଭିଜିଲାନ୍ସ ବିଭାଗର ଆଧିକାରୀମାନେ । ଦୀର୍ଘ ୧୯ ଘଣ୍ଟା ଧରି ତାଙ୍କ ଘରେ ରେଡ୍ ହୋଇଥିଲା । ତା’ର ଚାରି ଦିନ ପରେ ସବୁ ସମ୍ପତ୍ତିର ତଥ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି । ଏ ପର୍ଯ୍ୟନ୍ତ ତାଙ୍କ ଆୟ-ବହିର୍ଭୁତ ସମ୍ପତ୍ତିର ମୂଲ୍ୟ ହେଉଛି ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କା ବୋଲି କୁହାଯାଇଛି । ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି ଯେ ଏବେ ତଦନ୍ତ ଚାଲୁଛି ଓ ଆଗକୁ ଆହୁରି ସମ୍ପତ୍ତି ଠାବ ହେବ ବୋଲି ଆକଳନ କରାଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ ଖାନଙ୍କୁ“ଭିଜିଲାନ୍ସର ପାଞ୍ଚଟି ଟିମ୍ ପାଞ୍ଚଟି ସ୍ଥାନରେ ଚଢ଼ାଉ କରିଥିଲେ । ଏବେ ସୁଦ୍ଧା ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କାର ଆୟ-ବର୍ହିଭୁତ ସମ୍ପତ୍ତି ପ୍ରସନ୍ନ ଠୁଳ କରିଥିବା ଜଣାପଡ଼ିଛି । ଏହା ତାଙ୍କ ଆୟଠାରୁ ୨୨୧ ପ୍ରତିଶତ ଅଧିକ । ପ୍ରସନ୍ନ ଏତେ ସମ୍ପତ୍ତି କିଭଳି ଠୁଳ କଲେ ତା’ର ତଦନ୍ତ ଚାଲିଛି । ତାଙ୍କ ନାମରେ ଏକ ଡି.ଏ. କେସ୍ ରୁଜୁ କରାଯାଇଛି,” କହିଛନ୍ତି ଭିଜିଲାନ୍ସ ଏସ୍.ପି. ଆର୍.ପ୍ରକାଶ ।
ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ ଡୁମୁଡୁମାରେ ପ୍ରସନ୍ନଙ୍କର ରହିଛି ‘ସ୍ପାର୍କ ଫର୍ଣ୍ଣିଚର’ ଶୋ’ରୁମ୍ । ୦.୨୫୦ ଏକର ଅର୍ଥାତ୍ ୧୮ ହଜାର ବର୍ଗଫୁଟ ଜମିରେ ଏହି ଫର୍ଣ୍ଣିଚର ଶୋ’ରୁମ୍ ବ୍ୟାପିଛି । ଏଥିରେ ବେସମେଣ୍ଟ୍ ସହ ରହିଛି ଗ୍ରାଉଣ୍ଡ୍ ଫ୍ଲୋର୍ । ୨୦୧୯ ମସିହାରେ ୧ କୋଟି ୪୭ ଲକ୍ଷ ୬୦ ହଜାର ଟଙ୍କାରେ ପଞ୍ଜିକୃତ ହୋଇଥିଲା ଏହି ଜମି । ଏହାର ପ୍ରକୃତ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ ଟିମ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ୪ ଦିନ ହେଲା କିଛି ଖାଇନି’’“ଏବେ ଚାଲିଥିବା ତଦନ୍ତରେ ପ୍ରସନ୍ନଙ୍କୁ ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବାରେ ଯେଉଁମାନଙ୍କ ଭୁମିକା ସାମ୍ନାକୁ ଆସିବ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଖୁବ ଶୀଘ୍ର ପ୍ରସନ୍ନଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯିବ,” ବୋଲି କହିଛନ୍ତି ଏସ୍.ପି. ଆର୍. ପ୍ରକାଶ ।
ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲାଅକ୍ଟୋବର ୨୮ ତାରିଖରେ ଭିଜିଲାନ୍ସର ପାଞ୍ଚଟି ଟିମ୍ ଏକକାଳୀନ ପ୍ରସନ୍ନ ବେହେରାଙ୍କ ସହ ଜଡ଼ିତ ପାଞ୍ଚଟି ସ୍ଥାନରେ ଚଢ଼ାଉ କରିଥିଲା । ଦୁଇ ଜଣ ଡି.ଏସ୍.ପି.ଙ୍କ ନେତୃତ୍ୱରେ ଖୋଳତାଡ ଆରମ୍ଭ ହୋଇଥିଲା । ଭୁବନେଶ୍ୱର କଳ୍ପନା ନିକଟରେ ଥିବା ତାଙ୍କ ସରକାରୀ ଘର, ଡୁମୁଡୁମାରେ ଥିବା ଏକ ବିରାଟ ଫର୍ଣ୍ଣିଚର ଶୋ’ରୁମ୍, ଲିଙ୍ଗିପୁର ଅଞ୍ଚଳରେ ଥିବା ଫର୍ଣ୍ଣିଚର୍ ୱାର୍କସପ, ପାତ୍ରପଡାରେ ଥିବା ହୋଟେଲ୍ ସାଉଥ୍ ସିଟି ବାର୍ ଓ ଖୋର୍ଦ୍ଧା ନୂଆପଡାରେ ଥିବା ପ୍ରସନ୍ନଙ୍କ ପୈତୃକ ଘରେ ରେଡ କରିଥିଲା ଭିଜିଲାନ୍ସ ବିଭାଗ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS |
୨୦୦ କୋଟି ଟଙ୍କା ଠକେଇ ମାମଲାରେ ଛନ୍ଦିହୋଇ ପଡ଼ିଛନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଚଢ଼ାଉ ବେଳେ ଠାବ ହୋଇଥିଲା ୨୧ଟି ବ୍ୟାଙ୍କ୍ ପାସବୁକ୍ ଓ ୫୦ଲକ୍ଷ ଟଙ୍କାର ବୀମା । ସୁନ୍ଦରପଦାରେ ପ୍ରସନ୍ନଙ୍କ ପତ୍ନୀଙ୍କ ନାମରେ ରହିଛି ୨୪ ଲକ୍ଷ ଟଙ୍କାର ଏକ ଫ୍ଲାଟ୍ । ଖୋର୍ଦ୍ଧା ନୁଆପଡ଼ାରେ ତାଙ୍କର ରହିଛି ୪୫ ଲକ୍ଷ ଟଙ୍କା ମୂଲ୍ୟର ଜମି । ଏହା ସହ ଚାରିଟି ଗାଡି ବି ଠାବ କରିଛି ଭିଜିଲାନ୍ସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।