ଚିଟ୍ ଫଣ୍ଡ୍ ଜମାକାରୀଙ୍କ ଟଙ୍କାରେ ତେଲଗୁ ଫିଲ୍ମ ତିଆରି କରୁଥିଲେ ଗିରଫ ପୂର୍ବ MLA ବିଜୟ ପ୍ରସାଦ
ଏହି ଚିଟ୍ ଫଣ୍ଡ୍ ସଂସ୍ଥାର ଓଡି଼ଶା ମୁଖ୍ୟ ଥିଲେ ବି. ସନ୍ଧ୍ୟାବତୀ । ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଥିବା ଏହି ସଂସ୍ଥାର ମୁଖ୍ୟ ଅଫିସକୁ ବେଳେ ବେଳେ ଆସୁଥିଲେ ଆନ୍ଧ୍ର ପ୍ରଦେଶର ପୂର୍ବ ବିଧାୟକ ବିଜୟ ପ୍ରସାଦ ।
ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ
- News18 Odia
- Last Updated: September 9, 2021, 2:12 AM IST
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିଟ୍ ଫଣ୍ଡ ସଂସ୍ଥା ‘ୱେଲଫେୟାର୍ ବିଲିଡିଂ ଆଣ୍ଡ୍ ଇଷ୍ଟେଟ୍ ମ୍ୟାନେଜମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍’ ଜରିଆରେ କୋଟି କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ବିଶାଖାପାଟଣାରୁ ଗିରଫ ହୋଇଥିବା ପୂର୍ବତନ କଂଗ୍ରେସ ସାଂସଦ ମଲ୍ଲା ବିଜୟ ପ୍ରସାଦ ସେହି ଟଙ୍କାକୁ ତେଲୁଗୁ ଫିଲ୍ମ ନିର୍ମାଣରେ ଲଗେଇଥିବା ସନ୍ଦେହ କରାଯାଉଛି ।
ମଲ୍ଲା ବିଜୟ ପ୍ରସାଦ ଦକ୍ଷିଣ ଭାରତୀୟ ସିନେମା ଜଗତରେ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା । ନିଜର ପ୍ରଡକ୍ସନ ହାଉସ୍ ‘ୱେଲଫେୟାର କ୍ରିଏସନ୍’ ଜରିଆରେ ୨୦୧୦ରୁ ଏ ପର୍ଯ୍ୟନ୍ତ ସେ ଏକାଧିକ ଫିଲ୍ମ ତିଆରି କରିଛନ୍ତି । ସେଥିରେ ରହିଛି ‘ସିଥାରାମୁଲା କଲ୍ୟାନମ୍ ଲାଙ୍କଲୋ’ ଓ ‘ଇଙ୍କେଟି ନୁଭେ ଚେପୁ’ ଭଳି ହିଟ୍ ସିନେମା । ଏହି ସବୁ ଫିଲ୍ମଗୁଡି଼କ ଜମାକାରୀଙ୍କ ଟଙ୍କାରେ ତିଆରି ହୋଇଥାଇପାରେ ବୋଲି ଇ.ଓ.ଡବ୍ଲ୍ୟୁ. କହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ସୀମା ପାର୍ କରି ଭାରତରେ ପଶିଲେ ୩ ଜଣ ପାକିସ୍ତାନୀ ନାବାଳକ; ସ୍କୁଲରେ ପିଲାଙ୍କୁ ଦେଖି କାନ୍ଦିପକେଇଲେ

ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ‘Hot & Cute’: ଅଭିନେତ୍ରୀ ଆୟଶା ଶର୍ମା ବ୍ରା ନ ପିନ୍ଧି ଫଟୋଶୁଟ୍ କଲେ, ଫଟୋ ସବୁ ଶେୟାର୍ କଲେ
“ବିଜୟ ପ୍ରସାଦ ଗିରଫ ହେବା ପରେ ବିଭିନ୍ନ ଜମାକାରୀ ଠକେଇ ସମ୍ବନ୍ଧୀୟ ଅଭିଯୋଗ ଆଣୁଛନ୍ତି । ଏବେ ସୁଦ୍ଧା ୧୫୦ରୁ ଅଧିକ ଲୋକଙ୍କୁ ତାଙ୍କ ସଂସ୍ଥା ଠକିଥିବା ନେଇ ଅଭିଯୋଗ ହେଲାଣି । ଅଧିକ ପଚରାଉଚରା କରିବାକୁ ଆମେ ବିଜୟଙ୍କୁ ରିମାଣ୍ଡରେ ଆଣିବା ପକ୍ରିୟାର ଆରମ୍ଭ କରଛୁ । ରିମାଣ୍ଡ ବେଳେ ଜମାକରୀଙ୍କ ଟଙ୍କା କେଉଁଠି ବିନିଯୋଗ ହୋଇଛି ଓ ତାଙ୍କ ଆର୍ଥିକ କାରବାର ଲିଙ୍କର ତଦନ୍ତ ହେବ,’’ କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଏ.ଡି.ଜି. ସଞ୍ଜୀବ ପଣ୍ଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | କାବୁଲ ଏୟାରପୋର୍ଟରେ କୁନି ଝିଅକୁ US ଓ UKର ସୈନ୍ୟମାନଙ୍କୁ ଦିଆଯାଉଥିବାର ଭାଇରାଲ୍ VIDEO
ଭୁବନେଶ୍ୱର, କଟକ, ଢେଙ୍କାନାଳ, ସମ୍ବଲପୁର, ପୁରୀ ଓ ନୟାଗଡ଼ରେ ‘ୱେଲଫେୟାର୍ ବିଲିଡିଂ ଆଣ୍ଡ୍ ଇଷ୍ଟେଟ୍ ମ୍ୟାନେଜମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍’ ସଂସ୍ଥା ଖୋଲିଥିଲା । ୨୦୦୯ ମସିହାରୁ ୨୦୧୪ ମସିହା ମଧ୍ୟରେ ଏହି ସଂସ୍ଥା ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ରହିଛି । ଭଦ୍ରକ, ରାଉଲକେଲା ଓ ବ୍ରହ୍ମପୁରରେ ଏହି ସଂସ୍ଥା ପକ୍ଷରୁ ଜମି କିଣା ଯାଇଥିବା ବି ଜଣା ପଡି଼ଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଯେବେ ଅଳିଆ ଗୋଟାଉଥିବା ମହିଳା ଇଂରାଜୀ କହିବା ଆରମ୍ଭ କଲେ, ବଡ଼ ସତ ସାମନାକୁ ଆସିଲା
“ତଦନ୍ତ ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିଶେଷ କରି ଓଡି଼ଶା ବ୍ୟତୀତ ଆନ୍ଧ୍ର ପ୍ରଦେଶ, ବିହାର ଓ ଛତିଶଗଡ଼ ଆଦି ରାଜ୍ୟମାନଙ୍କରେ ମଧ୍ୟ ଏହି ସଂସ୍ଥା ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି । ସମ୍ପୃକ୍ତ ରାଜ୍ୟମାନଙ୍କର ତଦନ୍ତକାରୀ ଟିମ୍ ସହ ଆମେ ଶୀଘ୍ର ଯୋଗାଯୋଗ କରିବୁ । ଯେଉଁମାନେ ଏହି ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଛନ୍ତି ଇ.ଓ.ଡବ୍ଲ୍ୟୁ. ପାଖରେ ଅଭିଯୋଗ କରନ୍ତୁ,” କହିଛନ୍ତି କ୍ରାଇମ୍ ବ୍ରାଞ୍ଚର ଏ.ଡି.ଜି. ସଞ୍ଜୀବ ପଣ୍ଡା ।
ଏହା ବି ପଢ଼ନ୍ତୁ | କଶ୍ମୀରରେ ଆଉ ଜଣେ BJP ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀମାନେ; ସପ୍ତାହକରେ ଏହା ଦ୍ୱିତୀୟ ହତ୍ୟା
ତଦନ୍ତ ବେଳେ ଏହା ବି ଜଣା ପଡି଼ଛି ଯେ ଏହି ଚିଟ୍ ଫଣ୍ଡ୍ ସଂସ୍ଥାର ଓଡି଼ଶା ମୁଖ୍ୟ ଥିଲେ ବି. ସନ୍ଧ୍ୟାବତୀ । ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ସଂସ୍ଥାର ମୁଖ୍ୟ ଅଫିସ ଥିଲା । ସେହି ଅଫିସକୁ ବେଳେ ବେଳେ ଆସୁଥିଲେ ବିଜୟ ପ୍ରସାଦ । ହେଲେ ସଂସ୍ଥାରେ ତାଲା ପଡି଼ବା ସମୟରୁ ବି. ସନ୍ଧ୍ୟାବତୀଙ୍କର ଆଉ ଖୋଜ୍ ଖବର ମିଳି ନ ଥିବା ଜଣା ପଡି଼ଛି । ଯେଉଁମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଇ.ଓ.ଡବ୍ଲ୍ୟୁ. ପକ୍ଷରୁ କୁହାଯାଇଛି ।
ଚିଟ୍ ଫଣ୍ଡ ଭଳି ଠକେଇଗୁଡି଼କ ବାରମ୍ବାର ଆସୁଥିବାରୁ ଏକ ହେଲ୍ପଲାଇନ୍ ନମ୍ବର୍ ଜାରି କରିଛି କ୍ରାଇମ୍ ବ୍ରାଞ୍ଚର ଇ.ଓ,ଡବ୍ଲ୍ୟୁ. । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଏହି ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି ଇ.ଓ.ଡବ୍ଲ୍ୟୁ. ପକ୍ଷରୁ କୁହାଯାଇଛି । ସାଧାରଣ ଲୋକଙ୍କ ପାଇଁ ଜାରି କରାଯାଇଥିବା ଏହି ନମ୍ବରଟି ହେଉଛି ୦୬୭୪୨୩୯୪୧୨୯ । ଏହି ନମ୍ବରକୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଫୋନ୍ କରି ଅଭିଯୋଗ କରିପାରିବେ ବୋଲି ଇ.ଓ.ଡବ୍ଲ୍ୟୁ. ପକ୍ଷରୁ କୁହାଯାଇଛି ।






