ବ୍ରହ୍ମପୁରରେ ଆରମ୍ଭ ହେଲା ଆରୋଗ୍ୟମ; ୧୬ ହଜାରରୁ ଅଧିକ ଲୋକଙ୍କ କରାଯିବ ଚିକିତ୍ସା

ବ୍ରହ୍ମପୁରରେ ଆରମ୍ଭ ହେଲା ଆରୋଗ୍ୟମ। ୧୧୬ଟି ବସ୍ତିରେ ରହିଥିବା ୧୬ ହଜାର ୭୪୯ ବସ୍ତିବାସିନ୍ଦାଙ୍କ କରାଯିବ ୧୧ ପ୍ରକାରର ପରୀକ୍ଷା। ଏଥିପାଇଁ ଖର୍ଚ୍ଚ ହେବ ୭୬ ଲକ୍ଷ ୫୩ ହଜାର ଟଙ୍କା।

ବ୍ରହ୍ମପୁରରେ ଆରମ୍ଭ ହେଲା ଆରୋଗ୍ୟମ

ବ୍ରହ୍ମପୁରରେ ଆରମ୍ଭ ହେଲା ଆରୋଗ୍ୟମ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ବୁଧବାର ବ୍ରହ୍ମପୁରେ ଆରମ୍ଭ ହୋଇଛି ଆରୋଗ୍ୟମ୍‌। ସହରରେ ରହିଥିବା ବସ୍ତିବାସିନ୍ଦାମାନଙ୍କୁ ହାତପାହାନ୍ତରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏହି ଯୋଜନା ଆରମ୍ଭ ହୋଇଛି।

ସହରରେ ରହିଥିବା ୧୬୧ଟି ବସ୍ତିର ପ୍ରାୟ ୧୬ ହଜାର ୭୪୯ଟି ଏହି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ବସ୍ତିବାସିନ୍ଦାମାନଙ୍କର ମୋଟ ୧୧ ପ୍ରକାରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ବସ୍ତିବାସିନ୍ଦାମାନଙ୍କର କିଭଳି ରହିଛି ସ୍ବାସ୍ଥ୍ୟବସ୍ଥା ସେ ନେଇ ଏକ ଡ଼ିଜିଟାଲ୍‌ ଡ଼ାଟାବେସ୍‌ ପ୍ରସ୍ତୁତ କରାଯିବ।

ଯାହାଫଳରେ ଯେଉଁ ଅଞ୍ଚଳରେ ଯେଉଁ ରୋଗ ଅଧିକ ରହିଛି ସେହିପ୍ରକାରେ ବସ୍ତିବାସିନ୍ଦାଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିପାଇଁ ଖର୍ଚ୍ଚ କରାଯିବ ୭୬ ଲକ୍ଷ ୫୩ ହଜାର ଟଙ୍କା। ତେବେ ଏଭଳି ଆରୋଗ୍ୟମ ଯୋଜନା ଦ୍ବାରା ବସ୍ତିବାସିନ୍ଦାଙ୍କୁ ଆଉ ମେଡ଼ିକାଲକୁ ଯାଇ ଲମ୍ବା ଧାଡ଼ିରେ ଠିଆ ହୋଇ ପରୀକ୍ଷା କରିବାକୁ ପଡ଼ିବ ନାହିଁ। ବସ୍ତିବାସିନ୍ଦାଙ୍କ ନିକଟରେ ଆରୋଗ୍ୟମର କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବେ। ଏଭଳି ବିଏମସିପ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ବ୍ରହ୍ମପୁରରେ ଆରମ୍ଭ ହେଲା ଆରୋଗ୍ୟମ


ବ୍ରହ୍ମପୁର ସହରବାସୀଙ୍କୁ ଯୋଗାଇ ଦିଆଯିବ ହାତପାହାନ୍ତାରେ ସ୍ବାସ୍ଥ୍ୟସେବା। ଆଉ ଏଥିପାଇଁ ସହରରେ ଆରମ୍ଭ ହୋଇଛି ଆରୋଗ୍ୟମ। ପ୍ରାଥମିକ ପର୍ଯ୍ୟାୟରେ ସହରର ବସ୍ତି ଗୁଡ଼ିକରେ ଏହି ସେବା ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଏହି ଆରୋଗ୍ୟମ ସେବାକୁ ବିଏମସିର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶୁଭାରମ୍ଭ କରାଯାଇଛି। ଯାହାଫଳରେ ସହରରେ ରହିଥିବା ୧୬୧ ବସ୍ତିର ୧୬ ହଜାର ୭୪୯ଟି ଘରେ ଏହି ସ୍ବାସ୍ଥ୍ୟସେବା ପହଞ୍ଚିବ। ବସ୍ତିରେ ରହିଥିବା ସମସ୍ତ ଲୋକଙ୍କ ରକ୍ତ ସର୍କରା, ରକ୍ତଚାପ, ମଧୁମେହ ଭଳି ୧୧ଟି ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆରୋଗ୍ୟମ ସେବା ଆରମ୍ଭ ହୋଇଥିବା ବେଳେ ଏହା ସହରର ସମସ୍ତି ବସ୍ତିକୁ ପ୍ରାୟ ଏକ ମାସ ମଧ୍ୟରେ କଭର୍‌ କରାଯିବ। ଏହାପରେ ଡ଼ିସେମ୍ବର ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଆଇଏସ ମ୍ୟାପିଙ୍ଗ କରାଯିବ।

ଜାନୁୟାରୀ ୧୦ ତାରିଖ ସୁଦ୍ଧା ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ସମସ୍ତ ତଥ୍ୟକୁ ନେଇ ଡ଼ିଜିଟାଲ ଡ଼ାଟାବେସ୍‌ ପ୍ରସ୍ତୁତ କରାଯିବ। କେଉଁ ଅଞ୍ଚଳରେ କେଉଁ ରୋଗ ଅଧିକ ମାତ୍ରରେ ଦେଖିବାକୁ ମିଳୁଛି ତାହାର ତଥ୍ୟ ରହିବ। ସେହି ଅନୁସାରେ ସହରର ବସ୍ତି ଗୁଡ଼ିକୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା।

ସହରର ପ୍ରତିଟି ବସ୍ତି ଗୁଡ଼ିକରେ କମ୍ୟୁନିଟି ସେଣ୍ଟର ରହିଛି। ଆଉ ଏହି ସେଣ୍ଟର ଗୁଡ଼ିକରେ ସମସ୍ତ ବସ୍ତିବାସିନ୍ଦାଙ୍କୁ ଏକତ୍ରିତ କରାଯାଉଛି। ଆରୋଗ୍ୟମର କର୍ମଚାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ୧୧ ପ୍ରକାରର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

‘‘ବିଏମସିର ଏଭଳି ପଦକ୍ଷେପ ଦ୍ବାରା ବସ୍ତିବାସିନ୍ଦା ବେଶ ଉପକୃତ ହେବେ। କାରଣ ସାଧାରଣ ଥଣ୍ଡା କାଶ ହେଉ ଅଥବା ବଡ଼ ରୋଗ ସବୁଠି ପାଇଁ ଯିବାକୁ ପଡ଼ୁଥିଲା ବଡ଼ ମେଡ଼ିକାଲ। ସେଠାରେ ଦୀର୍ଘ ସମୟ ଧରି ଠିଆ ହୋଇ ଟିକଟ କାଟିବା ପରେ ପୁଣି ପରୀକ୍ଷା କରାଯାଉଥିଲା। ଯାହାଫଳରେ ଅଧିକ ସମୟ ଲାଗୁଥିଲା। କିନ୍ତୁ ବର୍ତ୍ତମାନ ବିଏମସି ପକ୍ଷରୁ ଆରୋଗ୍ୟମ ହେବା ଦ୍ବାରା ବସ୍ତିକୁ ଆରୋଗ୍ୟମ କର୍ମଚାରୀ ମାନେ ଆସି ୧୧ ପ୍ରକାରର ପରୀକ୍ଷା କରୁଛନ୍ତି। ଯେଉଁଥିରେ ମନୁଷ୍ୟ ସୁସ୍ଥ ରହିବା ନିମନ୍ତେ ଯେଉଁ ସବୁ ପରୀକ୍ଷା ଆବଶ୍ୟକ ସେଥିରେ ତାହା ରହୁଛି। ତେଣୁ ଏଭଳି ପଦକ୍ଷେପକୁ ସ୍ବାଗତଯୋଗ୍ୟ ପଦକ୍ଷେପ,’’ କହିଛନ୍ତି ଆଇନାବନ୍ଧ ବସ୍ତିର ମହିଳା ବିଳାସିନୀ ପ୍ରତିନିଧି।

ଆରୋଗ୍ୟମର କର୍ମଚାରୀ ସନ୍ଧ୍ୟାରାଣୀ ଦଳେଇ କହିଛନ୍ତି, ‘‘ବସ୍ତିବାସିନ୍ଦାଙ୍କ ୧୧ ପ୍ରକାରର ପରୀକ୍ଷା କରିବା ସହିତ ସେମାନଙ୍କର ଆଧାର କାର୍ଡ଼ ଓ ଫୋନ ନମ୍ବର ସଂଗ୍ରହ କରାଯାଉଛି। ଯାହାଫଳରେ ଲୋକଙ୍କ ଆଧାର କାର୍ଡ଼ ନମ୍ବର ଓ ରୋଗକୁ ନେଇ ଏକ ଡ଼ିଜିଟାଲ ଡ଼ାଟାବେସ ପ୍ରସ୍ତୁତ ହେଉଛି। ଯାହାଦ୍ବାରା ଆଗାମୀ ଦିନରେ ଜଣାପଡ଼ିବ କେଉଁ ଲୋକଙ୍କ କେଉଁ ରୋଗ ରହିଛି ଓ ସେହି ରୋଗରେ ସେ କେବେ ପିଡ଼ୀତ ହୋଇଥିଲେ। ବର୍ତ୍ତମାନ ବସ୍ତିର କମ୍ୟୁନିଟି ସେଣ୍ଟର ଗୁଡ଼ିକରେ ପରୀକ୍ଷା କରାଯାଇଥିବା ବେଳେ ଯେଉଁମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷାରେ ସ୍ବାସ୍ଥ୍ୟସେବା ଖରାପ ଥିବା ନେଇ ଜଣାପଡ଼େ ତେବେ ସେମାନଙ୍କୁ ଡ଼ାକ୍ତରଙ୍କ ଦ୍ବାରା ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯିବ।’’

ଆରୋଗ୍ୟମ ଦ୍ବାରା ସହରରେ ରହୁଥିବା ବସ୍ତିବାସିନ୍ଦା ଓ ସହରବାସୀଙ୍କ ତଥ୍ୟ ସଂଗ୍ରହ କରାଯିବା ପରେ ସହରରେ କେଉଁ ପ୍ରକାରର ରୋଗ ଅଧିକ ରହୁଛି ଏବଂ କେଉଁ ସ୍ଥାନରେ ରହୁଛି। ତାହା ନେଇ ସ୍ପଷ୍ଟ ହେବ। ଯାହାଫଳରେ ସହରବାସୀ କେତେ ସୁସ୍ଥ ରହୁଛନ୍ତି ତାହା ମଧ୍ୟ ଜଣାପଡ଼ିବ।
Published by:Lipina Das
First published: