ଭୁବନେଶ୍ୱର: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହେଲେ ଆର୍ମି ମେଜର

ଯେଉଁ ଦିନ FIR ହେଲା, ସେହି ଦିନ ଆକ୍ସନ ନେଇ ଭୁବନେଶ୍ୱର ମହିଳା ଥାନା ଆର୍ମି ମେଜରଙ୍କୁ ଗିରଫ କରିଛି । ବିବାହ ପରେ ଶାଶୁଙ୍କ ପାଇଁ ସୁନା ଗହଣା ଓ ନଣନ୍ଦଙ୍କ ପାଇଁ ହୀରା ମୁଦି ମଗାଯାଇଥିଲା ବୋଲି ବି କହିଛନ୍ତି ମେଜରଙ୍କ ପତ୍ନୀ l

ଭୁବନେଶ୍ୱର: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହେଲେ ଆର୍ମି ମେଜର
ବିବାହ ବେଳେ ସୌମ୍ୟରଞ୍ଜନ ପତି ଓ ତେଜସ୍ୱିନୀ ମହାପାତ୍ର
  • News18 Odia
  • Last Updated: October 11, 2020, 5:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭାରତୀୟ ସେନାର ମେଜର ସୌମ୍ୟରଞ୍ଜନ ପତି l ସୌମ୍ୟଙ୍କ ପତ୍ନୀ ତେଜସ୍ୱିନୀ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ଵର ମହିଳା ଥାନା ପୋଲିସ l ସୌମ୍ୟ ଗିରଫ ହେବା ପରେ ତାଙ୍କୁ ନିଜ ହେପାଜତକୁ ନେଇଛି ଭାରତୀୟ ସେନା l

ଢେଙ୍କାନାଳ ଜିରାଳର ବାସିନ୍ଦା ସୌମ୍ୟରଞ୍ଜନ ୨୦୧୩ ମେ’ ୧୨ ତାରିଖରେ କଟକ ସତିଚଉରା ବାସିନ୍ଦା ତେଜସ୍ୱିନୀ ମହାପାତ୍ରଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ବେଳେ ପୁଅ ଘର ପକ୍ଷରୁ କୌଣସି ଯୌତୁକ ମଗାଯାଇ ନ ଥିଲା l  କିନ୍ତୁ ଅଷ୍ଟମଙ୍ଗଳା ଠାରୁ ତାଙ୍କ ଶ୍ଵଶୁର ଘର ଲୋକେ ସୁନା, ଗହଣା ଓ ଟଙ୍କା ଦେବାକୁ ଦାବି କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି l

ସୌମ୍ୟରଞ୍ଜନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଉଛି


ବିବାହ ବେଳେ ସୌମ୍ୟରଞ୍ଜନଙ୍କର ପୋଷ୍ଟିଂ ଥିଲା ସିଆଚୀନରେ l ଏବେ ସେ ଦିଲ୍ଲୀରେ ଅଛନ୍ତି l ଯୌତୁକ ପାଇଁ ତେଜସ୍ୱିନୀଙ୍କୁ ତାଙ୍କ ଶ୍ଵଶୁର ଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ବୋଲି ନିଜ ଅଭିଯୋଗରେ କହିଛନ୍ତି ସେ l ବିବାହ ପରେ ଶାଶୁଙ୍କ ପାଇଁ ସୁନା ଗହଣା ଓ ନଣନ୍ଦଙ୍କ ପାଇଁ ହୀରା ମୁଦି ମଗାଯାଇଥିଲା ବୋଲି ବି ସେ କହିଛନ୍ତି l

‘‘୨୦୧୭ରେ ମୋ’ ନଣନ୍ଦ ଶାଶ୍ୱତୀ ପତିଙ୍କ ବିବାହ ହୋଇଥିଲା l ନଣନ୍ଦଙ୍କ ବାହାଘର ପାଇଁ ଶ୍ୱଶୁର ଘର ମୋ’ ବାପ ଘର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ l ବାଧ୍ୟ୍ୟ ହୋଇ ମୁଁ ନିଜ ଘରୁ ୧୦ ଲକ୍ଷ ଟଙ୍କା ଆଣି ବାହାଘରରେ ଖର୍ଚ୍ଚ କରିଥିଲି,’’ ଅଭିଯୋଗରେ କହିଛନ୍ତି ତେଜସ୍ୱିନୀ ।

ବିବାହ ବେଳେ ସୌମ୍ୟରଞ୍ଜନଙ୍କର ପୋଷ୍ଟିଂ ଥିଲା ସିଆଚୀନରେ l


ଏହା ପରେ ବି ଶ୍ଵଶୁର ଘର ଲୋକଙ୍କ ନିର୍ଯ୍ୟାତନା ବନ୍ଦ ହୋଇ ନ ଥିଲା l ସ୍ୱାମୀଙ୍କ ସହ ରହିବାକୁ ତାଙ୍କୁ ସୁଯୋଗ ଦେଉ ନ ଥିଲେ ଶ୍ଵଶୁର ଘର ଲୋକେ l ୨୦୧୮ ଡିସେମ୍ବର ପରଠାରୁ ସୌମ୍ୟ ତାଙ୍କୁ ମାଡ଼ ମାରି ସବୁ ସମ୍ପର୍କ କାଟି ଦେବା ପରେ ଏ ସମ୍ପର୍କରେ ସେ ପ୍ରଥମେ ଭାରତୀୟ ସେନା ପାଖରେ ଅଭିଯୋଗ କରିଥିଲେ l ପରେ ଦିଲ୍ଲୀ ପୋଲିସ ପାଖରେ ତେଜସ୍ବିନୀ ଅଭିଯୋଗ କରିବା ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲା l ହେଲେ ବେଶୀ ଦିନ ସମ୍ପର୍କ ରହି ନ ଥିଲା l ଉଭୟ ସ୍ୱାମୀ-ସ୍ତ୍ରୀ ଅଲଗା ରହିବା ପରେ ତେଜସ୍ୱିନୀ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ l

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ Facebook ଡିଲିଟ୍ କଲା ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟ; COVID-19କୁ କହିଥିଲେ ଫ୍ଲୁ ଅପେକ୍ଷା କମ୍ ମାରାତ୍ମକ

‘‘ମହିଳା ଥାନା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାଉନସିଲିଂ ନ କରି ସିଧା ସଳଖ ଅକ୍ଟୋବର ୭ ତାରିଖରେ ଷ୍ଟେଶନ ଡାଏରୀ କରିବା ସହ ଏଫଆଇଆର ରୁଜୁ କରି ସୌମ୍ୟରଞ୍ଜନଙ୍କୁ ଗିରଫ କରିଛି । ତେଜସ୍ୱିନୀ ବାରମ୍ଵାର ଧମକ ଚମକ ଦେଉଥିବାରୁ ସୌମ୍ୟରଞ୍ଜନ ୨୦୧୮ ଅଗଷ୍ଟ ୫ ତାରିଖରେ ଏୟାରଫିଲଡ ଥାନାରେ ଏକ ଅଭିଯୋଗ କରିଥିଲେ l କିନ୍ତୁ ପୋଲିସ ଏକ ଷ୍ଟେଶନ ଡାଏରି କରି ଚୁପ ବସି ପଡ଼ିଥିଲା,’’ କହିଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ ସୁବାଶିଷ ମିଶ୍ର ।



ତେଜସ୍ଵୀନିଙ୍କ ଅଭିଯୋଗକୁ ଆଧାର କରି ଭୁବନେଶ୍ଵର ମହିଳା ଥାନାରେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ବାପା ଶିଶିର କୁମାର ପତି, ମାଆ ପ୍ରମୋଦିନୀ ପତି, ନଣନ୍ଦ ଶାଶ୍ୱତୀ ପତି ଅନ୍ୟ ଦୁଇ ସମ୍ପକୀୟଙ୍କ ବିରୋଧରେ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି l
Published by: Anand Shankar Thankur Das
First published: October 11, 2020, 5:36 PM IST
corona virus btn
corona virus btn
Loading