News18 Odia Digital
କଟକ: ସେନା ବାହିନୀର ଏକ କ୍ୟାମ୍ପରେ ଯୋଗ ଦେବା ପାଇଁ ନିଜ ସାଥୀ ଯବାନମାନଙ୍କ ସହ ନୂଆ ଦିଲ୍ଲୀକୁ କଟକ ଆସୁଥବା ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସହରରେ ଆଲେଡ଼ନ ସୃଷ୍ଟି ହୋଇଥିବା ବେଳ ଏ ନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ଦିଆଯାଇଛି । ଏତାଲା ପାଇବା ପରେ ଘଟଣାର ଗୁରୁତ୍ବକୁ ଉବଲବ୍ଧି କରି ତନାଘନା ଆରମ୍ଭ କରିଛି କଟକ ରେଳବାଇ ପୋଲିସ ।
ରେଳବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିଖୋଜ ହୋଇଥିବା ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗୱା । ସେ କର୍ଣ୍ଣାଟକର ବାସିନ୍ଦା । କଟକ ସହର ଉପକଣ୍ଠରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭ୍ୟାସ ପାଇଁ ସେନା ପକ୍ଷରୁ ଆୟୋଜିତ ହୋଇଥିବା ଏକ ସ୍ବତନ୍ତ୍ର କ୍ୟାମ୍ପରେ ଯୋଗ ଦେବା ଲାଗି ୧୫୦ ଜଣ ଯବାନ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଯୋଗେ କଟକ ଆସିଥିଲେ । ଟ୍ରେନଟି ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ କଟକରେ ପହଞ୍ଚିବା ପରେ ସବୁ ଯବାନ ଟ୍ରେନରୁ ଓହ୍ଲାଇ ଥିଲେ । କିନ୍ତୁ ସେମାନଙ୍କ ଗଣତି ସମୟରେ ଟେନଜିନ୍ ଗୱା ସେହି ଗୃପରେ ନ ଥିବା ଜଣା ପଡ଼ିଥିଲା ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ୧୩ଟି ମୃତ ଦେହକୁ DNA ପରୀକ୍ଷା ଦ୍ୱାରା ଚିହ୍ନଟ କରାଯିବତା’ ପରେ ତାଙ୍କ ସହକର୍ମୀମାନେ ଟେନଜିନଙ୍କ ମୋବାଇଲ୍ ଫୋନ୍ ନମ୍ବରରେ ତାଙ୍କୁ ଯୋଗେଯୋଗ କରିଥିଲେ । କିନ୍ତୁ ଫୋନଟି ସୁଇଚଡ୍-ଅଫ୍ ଥିବାରୁ ଟେନଜିନଙ୍କ ବାବଦରେ କୌଣସି ସୂଚନା ମିଳିପାରି ନ ଥିଲା । ତା’ ପରେ ସେହି ଯବାନଙ୍କ ଟିମର ନେତୃତ୍ବ ନେଉଥିବା ଜଣେ ମେଜର୍ ଏ ନେଇ ରେଳବାଇ ଥାନାରେ ଏକ ଏତାଲା ଦାୟର କରିଥିଲେ । କିନ୍ତୁ କଟକ ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ରେଳବାଇ ପୋଲିସ ବିଫଳ ହେବା ପରେ ପୋଲିସ ସମ୍ପୃକ୍ତ ଜବାନଙ୍କ ବାବଦରେ ଦେଶର ବିଭିନ୍ନ ରେଳବାଇ ପୋଲିସକୁ ସୂଚନା ପଠାଇଥିଲା ।

ରାଜଧାନୀ ଏକ୍ସପ୍ରେସ୍ ଟ୍ରେନରେ ୧୫୦ ଜଣ ଯବାନଙ୍କ ସହ ଆସିଥିଲେ ଟେନଜିନ୍ ଗୱା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଓ ଫରାହ ଖାନ୍, VIDEO ଛାଡ଼ିଲେପୋଲିସ ଏବେ ଟେନଜିନଙ୍କ ମୋବାଇଲ୍ ଫୋନର କଲ୍ ଡିଟେଲ୍ ଯାଞ୍ଚ କରିବା ଆରମ୍ଭ କରିଛି । ତା’ ସହ କଟକ ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକର ପୁଟେଜକୁ ମଧ୍ୟ ଯାଞ୍ଚ କରୁଛି ।
ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ଏହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ‘‘ସମ୍ପୃକ୍ତ ଯବାନ ଜଣଙ୍କ ଅନ୍ୟମାନଙ୍କ ସହ କଟକ ରେଳ ଷ୍ଟେସନରେ ଓହ୍ଲାଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆମେ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛୁ । ତା’ ସହିତ ନିଖୋଜ ଥିବା ଯବାନଙ୍କ ସି.ଡି.ଆର୍. ବି ଯାଞ୍ଚ କରାଯାଉଛି । ଆମେ ରାଜଧାନୀ ଏକ୍ସପ୍ରେସ ଯେଉଁ ଯେଉଁ ଷ୍ଟେସନ ଦେଇ କଟକ ଆସିଛି ସେହି ସବୁ ଷ୍ଟେସନକୁ ତାଙ୍କର ଫଟୋ ବି ପଠାଇ ଦେଇଛୁ,’’ କହିଛନ୍ତି କଟକ ରେଳବାଇ ଥାନାଧିକାରୀ ଉମାକାନ୍ତ ବିଶ୍ବାଳ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।