News18 Odia Digital
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ। ଏଭଳି ସ୍ଥିତି ଯଦି ହେଉଛି ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ ବୋଲି ପ୍ରଶ୍ନ କରିଛନ୍ତି ଅର୍ଜୁନ ମୁଣ୍ଡା। ଏକ ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ରହସ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା।
ସେପଟେ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ବିଜେଡି କହିଛି। ଅପେକ୍ଷା କରନ୍ତୁ ଖୁବ ଶୀଘ୍ର ଦୋଷୀ ଧରାପଡିବ ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି।ବିରୋଧୀ ସବୁବେଳେ ଅଭିଯୋଗ କରନ୍ତି ଠିକ ହେଉନି, ଠିକ ହୋଇଗଲେ ଚୁପ ହୋଇ ରୁହନ୍ତି। ଯେଉଁ ମା ନିଜ ପୁଅକୁ ହରାଏ, ସେ ଯେତିକି ଦୁଃଖୀ ମାଉସୀ ତାଠୁ ଅଧିକ ଦୁଃଖୀ। ଆମେ ଦୁଃଖୀ ଆମେ ମର୍ମାହତ ବୋଲ କହିଛନ୍ତି ପ୍ରଫୁଲ୍ଲ।
ମୋତେ ଗୁଳି ହେଲେ ମୋ PSO ଆଗ କଲିଜା ଦେଖାଇଦେବ: ସୁର ରାଉତରାୟସେହିପରି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଓଡିଶା ପୋଲିସ ଆଈମା କାହାଣୀ କହୁଛି। ପ୍ରତ୍ୟେକ ଦିନ ନୂଆ ନୂଆ କାହାଣୀ ପ୍ଲଟ କରୁଛି ଓଡିଶା ପୋଲିସ। ଫେଡେରାଲ ସ୍ଟକଚରରେ ଅଛି ଯଦି ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପ୍ରଶ୍ନ ଉଠିବ ସେଠି କେନ୍ଦ୍ରୀୟ ସଂସ୍ଥା ଯାଞ୍ଚ କରିବ। ରାଜ୍ୟ ସରକାର ଓ ପୋଲିସ ଆଈମା କାହାଣୀ ଛାଡି ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଏଇ ଘଟଣାକୁ ନେଇ ବିଜେପି ବିଧାନସଭା ହୁଲୁସ୍ତୁଲ କରିବ। ନବ ଦାସଙ୍କ ହତ୍ୟା ରାଜନୈତିକ କି ବାଣିଜ୍ୟକ କାରଣ ତାହା ତଦନ୍ତ ସାପେକ୍ଷ ଜୟ ନାରାୟଣ ମିଶ୍ର କହିଛନ୍ତି।
ମୋ ପିଏସଓ ଗୋପାଳ ଦାସ ହେବନି ତ? ସୌମ୍ୟରଞ୍ଜନ ପଟ୍ଟନାୟକଅନ୍ୟପଟେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଡିଜିଙ୍କ ନିରାଶ ବାଦୀ କଥା ରାଜ୍ୟ ପୋଲିସର ଅପରାଗତାକୁ ଦର୍ଶାଉଛି। ବିଜେଡିକୁ ନିର୍ବାଚନ ଜିତାଇବ ଗୁଇନ୍ଦା ବିଭାଗର କାମ ହୋଇଛି। ପୋଲିସ ଡିଜି ନାଟକ କରୁଛନ୍ତି। କାହାକୁ ଭକୁଆ ବନୁଉଛନ୍ତି ବୋଥ୍ରା ବାବୁ। ସାମାଜିକ ଗଣମାଧ୍ୟମ ଟିକିଏ ଦେଖନ୍ତୁ ଓଡିଶା ବାସୀ କଣ କହୁଛନ୍ତି। ଡିଜିଙ୍କ ହିସାବରେ ଯଦି ଜଗନ୍ନାଥ ସବୁ ଜାଣିଥିବେ ତେବେ ଡିଜି ଡ୍ରେସ ଖୋଲି ଦିଅନ୍ତୁ, ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ପଳାନ୍ତୁ। ଘଟଣା ପଛରେ ଆଉ କିଛି ଅଛି ଆଉ ଡିଜି ପୋଲିସ ଆଉ କିଛି ଲୋକଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।