ପୁରୀ ଯାଉଛନ୍ତି କି ? ଆସନ୍ତାକାଲି ୫ଘଣ୍ଟା ପାଇଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ

ଆସନ୍ତାକାଲି ୫ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ ।

ପୁରୀ ଯାଉଛନ୍ତି କି ? ଆସନ୍ତାକାଲି ୫ଘଣ୍ଟା ପାଇଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ

ପୁରୀ ଯାଉଛନ୍ତି କି ? ଆସନ୍ତାକାଲି ୫ଘଣ୍ଟା ପାଇଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ: ଆସନ୍ତାକାଲି ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ (puri temple) ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କର ଖସାପଡା ନିତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନ ସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ ।  ଖସାପଡା ନିତି ଶ୍ରୀଜୀଉମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ ।

ଯେହେତୁ ଦେବସ୍ନାନ ପୂର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁ ପହଣ୍ଡି ହୋଇଥିଲେ ଏଣୁ ତାହା ପୂର୍ବରୁ ଖସାପଡା ନୀତି କରାଯାଇଥିଲା । ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା (rathayatra) ରହିଥିବାରୁ ଶ୍ରୀଜୀଉମାନେ ପହଣ୍ଡି ହେବେ । ଏଣୁ ଏହାପୂର୍ବରୁ ଅର୍ଥାତ ସୋମବାର ଦିନ ପୁନର୍ବାର ଖସାପଡା ନୀତି ଅନୁଷ୍ଠିତ ହେବ  ବୋଲି ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି । ସେପଟେ ଏହା ଗୁପ୍ତନିତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆପାତତଃ ସାଧାରଣ ଦର୍ଶନ ବନ୍ଦ (closed) ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଖସାପଡା ନୀତି ସରିବା ପରେ ନୀତିକାନ୍ତି ପୂର୍ବ ଭଳି ହେବ । ସାଧାରଣ ଦର୍ଶନ ଆରମ୍ଭ ହେବ ।

ସେପଟେ ଶ୍ରୀମନ୍ଦିରରେ ଏହି ନୀତିକୁ ନେଇ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଛି । ନୀତି ଶୃଙ୍ଖଳିତ ସହ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗର ସହଯୋଗ ଲୋଡିଛି । ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷାଙ୍କ ବିପଦ ରହିଥିବାରୁ ତାହାର ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯିବ । ପୁଣି ଶ୍ରୀଅଙ୍ଗର ସ୍ଥିତି କିଭଳି ସୁରକ୍ଷିତ ରହିବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସେବାୟତ ।

ଏହି ଖବର ପଢ଼ନ୍ତୁ - http://ଅଦରକାରୀ ଜିନିଷରୁ ଆକର୍ଷଣୀୟ ଘର ସାଜସଜ୍ଜା: କଳାକୃତି କରିଛି ସ୍ୱାବଲମ୍ୱୀ
Published by:Soubhagya Mishra
First published: