News 18 Odia Digital
ପୁରୀ; "ସାବଧାନ... ପୁରୀରେ ହୋଟେଲ କି ଭକ୍ତ ନିବାସରେ ରହିବା ପାଇଁ ରୁମ ବୁକ କରୁଥିଲେ ହୁଅନ୍ତୁ ସତର୍କ । କାରଣ ରୁମ ବୁକ ବାବଦରେ ଟଙ୍କା ହେଉଛି ଲୁଟ । ଏହି ଲୁଟ କରୁଛନ୍ତି ସାଇବର ଲୁଟେରା । ଶ୍ରୀମନ୍ଦିରର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ନାମରେ ଏକ ଫେକ ସାଇଡ ଖୋଲି ଯାତ୍ରୀଙ୍କ ଠାରୁ ଠକେଇ କରୁଛନ୍ତି । ପ୍ରମୋଦ ସାହା ନାମକ ଜଣେ ଯୁବକ ଅନଲାଇନ ମାଧ୍ୟମରେ ଅନେକ ଯାତ୍ରୀଙ୍କ ଠାରୁ ପ୍ରାୟ ୨୧ ହଜାର ଠକେଇ କରିଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ୱେବ ସାଇଟରେ ଯେଉଁ ଅଭିଯୋଗ ହୋଇଛି ସେଥିରେ ୫ ଜଣ ବ୍ୟକ୍ତି ଅଭିଯୋଗ କରିଛନ୍ତି । ସେଥିରୁ ବିଦେଶ ସଂଦୁକା ,ବିକାଶ ଭଲିଆ, ଶୁଭାଶିଷ ଆଚାର୍ଯ୍ୟ ,ପ୍ରଶାନ୍ତ ଜେନା ଏଭଳି ୧୦ ହଜାର ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ଆଣିଛନ୍ତି । ସେମାନେ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସରେ ରହିବା ପାଇଁ ଅନଲାଇନରେ ବୁକ କରିବା ପାଇଁ ସର୍ଚ୍ଚ କରିବା ବେଳେ ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସରେ ରୁମ ବୁକ ହେଉଥିଲା । ଆଉ ଏ ବାବଦରେ ପ୍ରାୟ ୨୧ ହଜାର ଟଙ୍କା ଠକେଇ ହୋଇଛି ।

ଯାତ୍ରୀମାନେ ଏ ନେଇ ଅନୁଧ୍ୟାନ କରିବା ପରେ ଠକେଇର ଶିକାର ହୋଇଥିବା ଜଣାପଡିଥିଲା । ପରେ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଡରେ ଅଭିଯୋଗ କରିଥିଲେ । ନୀଳାଚଳ ଭକ୍ତ ନିବାସର ମ୍ୟାନେଜର ପ୍ରଥମେ ନଭେମ୍ବର ୧୫ରେ ଟାଉନଥାନାରେ ଏତେଲା ଦେଇଥିଲେ । ଶୁକ୍ରବାର ପୁରୀ ଏସପିଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସାଇବର ଥାନାରେ ଏତଲା ଦିଆଯାଇଛି । ଭକ୍ତଙ୍କୁ ବୁକ କରିବା ପାଇଁ ପଠାଇଥିବା ଚାଟ୍ ମେସେଜ , କ୍ୟୁଆର କୋଡ , ୟୁପିଆଇ କୋଡ ଆଦିକୁ ଏତଲା କପି ସହ ସଂଲଗ୍ନ କରି ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ,।"
"ଖାଲି ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନୀବାସ ନୁହେଁ ପୁରୀର ଅନେକ ହୋଟେଲ ଗୁଡିକ ନାମରେ ମଧ୍ୟ ଏଭଳି ଠକେଇର ହେଉଛି । ଅନଲାଇନରେ ହୋଟଲ ବୁକିଂ କଲେ ସେଥିରେ ଆଉ କିଏ ପେମେଣ୍ଟ ନେଉଛି । ହେଲେ ହୋଟେଲ କର୍ତ୍ତୁପକ୍ଷ ଟଙ୍କାଟିଏ ପାଉନାହାନ୍ତି । ପର୍ଯ୍ୟଟକ ହୋଟେଲ ବୁକ କଲେ ବି ହଇରାଣ ହେବା ସହ ଓ ଠକାମିରେ ପଡୁଛନ୍ତି । ଏହାକୁ ରୋକିବା ତଥା ହୋଟେଲିଅର୍ସଙ୍କୁ ସଚେତନ କରିବା ପାଇଁ ପୁରୀ ଏସପି ଏକ ସଚେତନତା ଶିବିର କରିଥିଲେ । ହୋଟେଲିଅର୍ସଙ୍କୁ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ହୋଟେଲିଅର୍ସ ଦେବାଶିଷ ରାୟ"। "ତେବେ ଯେତେବେଳେ ବି ଯିଏ ପୁରୀରେ ରହିବା ପାଇଁ ହୋଟେଲ ରୁମ ବୁକ କରୁଛନ୍ତି ସେମାନେ ସିଧାସଳଖ ବିଶ୍ୱାସଯୋଗ୍ୟ ଆପ ବା ହୋଟେଲର ଓରିଜିନାଲ ସାଇଡରେ ବୁକ କରିବା ପୂର୍ବରୁ ଫୋନ ଯୋଗେ କନଫର୍ମ ହେବା ଆବଶ୍ୟକ । ତା ପରେ ଟଙ୍କା ପଠେଇ ବୁକ କରିବାକୁ ଅନୁରୋଧ କରିଛନ୍ତି ସାଇବର ଏକ୍ସପର୍ଟ ପ୍ରସନ୍ନ ଦାସ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।