ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ପୋଲିସ କବଜାରେ; ସକାଳୁ ଉଠାଇନେଲା ପୋଲିସ

ସତ୍ୟବିହାର ସ୍ଥିତ ବାସଗୃହରେ ଥିବା ବେଳେ ପୋଲିସ ଜଗବନ୍ଧୁ ନିକଟରେ ପହଞ୍ଚିଥିଲା । ଅର୍ଚ୍ଚନା ଘଟଣାର ଏତେ ଦିନ ପରେ ଜଗବନ୍ଧୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ବେଳେ ଆଜି କାହିଁକି ପୋଲିସ ତତ୍ପର ହୋଇଉଠିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ପୋଲିସ କବଜାରେ; ସକାଳୁ ଉଠାଇନେଲା ପୋଲିସ

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ପୋଲିସ କବଜାରେ; ସକାଳୁ ଉଠାଇନେଲା ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ଚହଳ ପକାଇଥିବା ସବୁଠୁ ବଡ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ ଅର୍ଚ୍ଚନା ନାଗ ଘଟଣାରେ ଦିନକୁ ଦିନ ନୂଆ ଟୁଇଷ୍ଟ୍ ଆସୁଛି । କିଛି ଦିନ ଧରି ନିରବ ରହିବା ପରେ ଆଜି ସକାଳୁ ହଠାତ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ ସକାଳୁ ଉଠାଇ ନେଇଛି ପୋଲିସ ।

ସତ୍ୟବିହାର ସ୍ଥିତ ବାସଗୃହରେ ଥିବା ବେଳେ ପୋଲିସ ଜଗବନ୍ଧୁ ନିକଟରେ ପହଞ୍ଚିଥିଲା । ଅର୍ଚ୍ଚନା ଘଟଣାର ଏତେ ଦିନ ପରେ ଜଗବନ୍ଧୁ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବା ବେଳେ ଆଜି କାହିଁକି ପୋଲିସ ତତ୍ପର ହୋଇଉଠିଲା ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ପୋଲିସ କୌଣସି ଏକ ସିକ୍ରେଟ ଚ୍ୟାମ୍ୱରରେ ଜଗବନ୍ଧୁଙ୍କୁ ରଖିଥିବା କୁହାଯାଉଛି । ସ୍ୱାମୀ , ସ୍ତ୍ରୀଙ୍କ କଳା ସାମ୍ରାଜ୍ୟରେ ଜଗବନ୍ଧୁଙ୍କର ଆଉ କଣ ଦାୟିତ୍ୱ ଥିଲା ଓ କିପରି ଏପରି ସାମ୍ରାଜ୍ୟ ବିସ୍ତାର କରିବାରେ ସକ୍ଷମ ହେଲେ ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ । ଜଗବନ୍ଧୁଙ୍କ ବୟାନ ଆଧାରରେ ଆଉକିଛି ଗୁମର ତଥ୍ୟ ପୋଲିସକୁ ମିଳିପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ରହି ରାଜ୍ୟର ତମାମ ନେତା ମନ୍ତ୍ରୀଙ୍କଠୁୁ ଆରମ୍ଭ କରି ସିନେ ପ୍ରଯୋଜକ ଓ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିବା ସହ ସେମାନଙ୍କୁ ଫାସରେ ପକାଇ ରୁମରେ ଲାଗିଥିବା ସିସିଟିଭି ଓ ସ୍ପାଏ ପେନ୍ କ୍ୟାମେରା ମାଧ୍ୟମରେ ବ୍ଲୁ ଫିଲ୍ମ ପ୍ରସ୍ତୁତ କରି ବ୍ଲାକମେଲ କରୁଥିବାର ସଙ୍ଗିନ ଅଭିଯୋଗ ରହିଛି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାମରେ । କେବଳ ସେତିକି ନୁହେଁ ମାତ୍ର ୪ବର୍ଷରେ କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିଲେ ଅର୍ଚ୍ଚନା ।  ଏବେ ଅର୍ଚ୍ଚନା ଝାରପଡା ଜେଲରେ ଥିବାବେଳେ ଜଗବନ୍ଧୁ ଖୁଲମଖୁିଲା ବୁଲୁଥିଲା ।  ଆଜି ସକାଳର ଘଟଣା ପରେ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିବ ନା ପଚରାଉଚରା କରି ଛାଡିଦେବ ତାହା ଆଜି ଜଣାପଡିବ । ଅନ୍ୟପଟେ ଥାନାରେ ଅଭିଯୋଗ କରିଥିବା ପୀଡିତା କେବଳ ଅର୍ଚ୍ଚନାଙ୍କ ନାମ ନୁହେଁ ତାଙ୍କ ସହିତ ଖଗେଶ୍ୱର ଓ ଜଗବନ୍ଧୁଙ୍କ ନାମରେ ମଧ୍ୟ ଅଭିଯୋଗ ଆଣିଥିଲେ । ପୂର୍ବରୁ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରାଉଚରା କରି ଛାଡିଦେଇଥିଲା । ତେବେ ଜଗବନ୍ଧୁଙ୍କୁ ଛାଡିବାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ପୋଲିସ ଦର୍ଶାଇଥିଲା ।

କେବଳ ସେତିକି ନୁହେଁ , ଏହି ଘଟଣାରେ ଅନେକ ନେତାମନ୍ତ୍ରୀଙ୍କ ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆହୁରୀ ବଢିଯାଇଛି । କେଉଁ ନେତା ମନ୍ତ୍ରୀ ଅର୍ଚ୍ଚନାଙ୍କ ସହ ସାମିଲ ସେନେଇ ତିନି ରାଜନୈତିକ ଦଳ ପରସ୍ପରଙ୍କ ଉପରେ ଦୋଷ ମଧ୍ୟ ଠେଲା ଠେଲି ହେଉଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନିପତି ମଧ୍ୟ ଅର୍ଚ୍ଚନାଙ୍କ ଘଟଣାରେ ମୁହଁ ଖୋଲି କହିଥିଲେ ଯେ, ଅର୍ଚ୍ଚନା ଗଙ୍ଗାରେ ଅନେକ ନେତା ବୁଡ଼ ପକାଇଛନ୍ତି ।

ତେବେ ଏସବୁ ମଧ୍ୟରେ ଜଗବନ୍ଧୁ କିଛିଦିନ ହେବ ବାହାରେ ବୁଲି ସାକ୍ଷୀଙ୍କୁ ପ୍ରଭାବିତ ଓ ପ୍ରଲୋଭିତ କରି ମାମଲାକୁ ରଫାଦଫା କରିବାକୁ ପ୍ରୟାସ କରୁଥିବା ମଧ୍ୟ ଅନେକ ଜଣ କହିଛନ୍ତି ।
Published by:Soubhagya Mishra
First published: