ଇଡି ହାତରେ ଅର୍ଚ୍ଚନା ନାଗଙ୍କ ଟ୍ରାଞ୍ଜକ୍ସନ; ତଦନ୍ତକୁ ଦିଗହରା କରିବାକୁ ଖଗେଶ୍ୱରର ଉଦ୍ୟମ

ମିଳିଥିବା ସୂଚନା ଅନୁସାରେ, ଖଗେଶ୍ୱର, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମାଧ୍ୟମରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ ଟଙ୍କା କାରବାର ହୋଇଛି ବୋଲି ଇଡି ଜାଣିବାକୁ ପାଇଛି । ଇଡି ଅଧିକ ପଚରାଉଚରା କରୁଥିଲେ ମଧ୍ୟ ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛି ଖଗେଶ୍ୱର ।

ଇଡି ହାତରେ ଅର୍ଚ୍ଚନା ନାଗଙ୍କ ଟ୍ରାଞ୍ଜକ୍ସନ; ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ

ଇଡି ହାତରେ ଅର୍ଚ୍ଚନା ନାଗଙ୍କ ଟ୍ରାଞ୍ଜକ୍ସନ; ତଦନ୍ତକୁ ଦିଗହରା କରିବାକୁ ଉଦ୍ୟମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟର ଚର୍ଚ୍ଚିତ ତଥା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା ଉପରୁ ପରଦା ଉଠାଉଛି ଇଡି । ପ୍ରତିଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଥିବା ସହ କିଏ କିଏ ଘଟଣାରେ ସମ୍ପୃକ୍ତ ସେନେଇ ଏବେ ବି ଛାନଭିନ ଜାରି ରହିଛି । ତେବେ ଇଡି ହାତରେ ଲାଗିଛି ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ।

ମିଳିଥିବା ସୂଚନା ଅନୁସାରେ, ଖଗେଶ୍ୱର, ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମାଧ୍ୟମରେ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ ଟଙ୍କା କାରବାର ହୋଇଛି ବୋଲି ଇଡି ଜାଣିବାକୁ ପାଇଛି । ଇଡି ଅଧିକ ପଚରାଉଚରା କରୁଥିଲେ ମଧ୍ୟ ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛି ଖଗେଶ୍ୱର । ଏଣୁତେଣୁ କଥା କହି ତଦନ୍ତକୁ ଦିଗହରା କରିବାକୁ ମଧ୍ୟ ଉଦ୍ୟମ କରୁଛି । ଖଗେଶ୍ୱର ୩୫ ଲକ୍ଷ ଟଙ୍କା କାରବାର କାହିଁକି କରିଛନ୍ତି ତାହାର ସ୍ପଷ୍ଟ ଉତ୍ତର ଏପର୍ଯ୍ୟନ୍ତ ଦେଇପାରୁନାହାନ୍ତି ।

ସେପଟେ, ଶ୍ରଦ୍ଧାଞ୍ଜଳୀ ବେହେରା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା କରି ଇଡି ଅନେକ ତଥ୍ୟ ସମ୍ପର୍କରେ ଜାଣିବାକୁ ପାଇଛି । ଘଣ୍ଟାଘଣ୍ଟା ଜେରା କରି ଲଗାତାର ଭାବରେ ଅନେକ ପ୍ରଶ୍ନ ପଚାରିଥିଲା ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଅଡୁଆ ସୁତାର ଖିଅକୁ ଖୋଜି ପାଇବା ପରେ ଏହା ଆହୁରୀ ଚର୍ଚ୍ଚାର ବିଷୟ ହୋଇଛି । ଏମାନଙ୍କ ସହ ସମୃକ୍ତ ଥିବା ରାଜନେତା ଓ ବଡ଼ ବଡ଼ ବ୍ୟବସାୟୀଙ୍କ ମନରେ ଛନକା ମଧ୍ୟ ଲାଗିରହିଛି । କେତେବେଳେ କିଏ ତଦନ୍ତ ପରିସରକୁ ଟାଣିହେବେ ସେନେଇ ଭୟ ରହିଛି । ତେବେ ମିଳିଥିବା ତଥ୍ୟକୁ ଆଧାର କରି ଇଡି ତଦନ୍ତ ପ୍ରକିୟା ଜାରି ରଖିଛି । ଆଗକୁ କେଉଁମାନେ ଇଡିର ତଦନ୍ତ ପରିସରଭୁକ୍ତ ହେବେ ସେନେଇ ସାଧାରଣରେ ଚର୍ଚ୍ଚା ଲାଗିରହିଛି ।
Published by:Soubhagya Mishra
First published: