ଅର୍ଚ୍ଚନାଙ୍କୁ ଏଣ୍ଡୋଭର କାର ଉପହାର ଦେଇଥିଲେ ରାଜନେତା; ଏବେ ସମନ କରିବ ଇଡି

ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନିଛାଟିଆ ସ୍ଥାନରୁ ଏହି କାର ଜବତ ହେବାପରେ ସାମ୍ନାକୁ ଆସିଛି ବଡ଼ ବଡ଼ିଆ ଲିଙ୍କ ।

ଅର୍ଚ୍ଚନାଙ୍କୁ ଏଣ୍ଡୋଭର କାର ଉପହାର ଦେଇଥିଲେ ରାଜନେତା; ଏବେ ସମନ କରିବ ଇଡି

ଅର୍ଚ୍ଚନାଙ୍କୁ ଏଣ୍ଡୋଭର କାର ଉପହାର ଦେଇଥିଲେ ରାଜନେତା; ଏବେ ସମନ କରିବ ଇଡି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜବତ ଏଣ୍ଡୋଭର କାରର ଫିଟୁଛି ଗୁମର । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନିଛାଟିଆ ସ୍ଥାନରୁ ଏହି କାର ଜବତ ହେବାପରେ ସାମ୍ନାକୁ ଆସିଛି ବଡ଼ ବଡ଼ିଆ ଲିଙ୍କ । କିଏ ଏହି ଗାଡିକୁ ଲୁଚେଇ ରଖିଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।



ଶନିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନିଛାଟିଆ ସ୍ଥାନରୁ କାରକୁ ଇଡି ଜବତ କରିଛି । କାରକୁ କେହି ଜଣେ ଶୁକ୍ରବାର ରାତିରୁ ସେହି ସ୍ଥାନରେ ରଖି ଫେରାର ହୋଇଯାଇଛି । ତେବେ କାରକୁ ଜବତ କରିବା ବେଳେ ଏକ ହାତ ଲେଖା ଚିଠି ପାଇଛି ଇଡି । ଯେଉଁଥିରେ ଇଂରାଜୀରେ କିଛି ଲେଖାଥିବା ଦେଖିବାକୁ ମିଳିଛି । ତେଣୁ ଏହି ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଅର୍ଚ୍ଚନାଙ୍କ ଏଣ୍ଡୋଭର କାର ଜବତ କରିବା ପରେ ଇଡି ଅଫିସକୁ ଆଣିଛି ତଦନ୍ତକାରୀ ଟିମ ।

ଇଡି ଏବେ ସୁଧା ଅର୍ଚ୍ଚନାଙ୍କ ଲିଙ୍କରେ ୧୫ଜଣଙ୍କୁ ନୋଟିସ କରିଥିବା ଜଣା ପଡ଼ିଛି । ଯେଉଁଥିରେ ଅଛନ୍ତି ବହୁ ହାଇପ୍ରୋଫାଇଲ ଲୋକ। ଅର୍ଚ୍ଚନାଙ୍କ ଆକାଉଣ୍ଟ ଯାଞ୍ଚ ବେଳେ ସମ୍ପୃକ୍ତ ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ସେପଟେ ଆଜି ଅର୍ଚ୍ଚନାଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ୱରଙ୍କ ରବିବାର ସରୁଛି ରିମାଣ୍ଡ ଅବଧି । ସୋମବାର ଖଗେଶ୍ୱରଙ୍କୁ କୋର୍ଟରେ ହାଜର କରି ଦିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ଆବେଦନ କରିବି ଇଡି ।

ସେହିପରି ରିମାଣ୍ଡ ବେଳେ ଅର୍ଚ୍ଚନା କିଭଳି କୋଟିପତି ହେଲେ , ଜଗବନ୍ଧୁ କିଭଳି ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ତାହାର ଖିଅ ତଦନ୍ତକାରୀ ଟିମକୁ କହିଛି ଖଗେଶ୍ୱର । ତେଣୁ ଖଗେଶ୍ୱରଙ୍କ ତଥ୍ୟକୁ ଭିତ୍ତିକରି ଏବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେଲରେ ମୁହାଁମୁହିଁ ଜେରା କରିବାକୁ ଲକ୍ଷ୍ୟ ରଖିଛି ଇଡି । ସେପଟେ ପୂର୍ବତନ ପୋଲିସ ଡ଼ିଜି ବିପିନି ବିହାରୀ ମିଶ୍ର କହିଛନ୍ତି, ସଠିକ ତଦନ୍ତ କଲେ ପୁରା ଘଟଣା ସାମ୍ନାକୁ ଆସିବ ।

ସୂଚନାଯୋଗ୍ୟ, ଅର୍ଚ୍ଚନା ଗିରଫ ପରେ ତାଙ୍କର ଏଣ୍ଡୋଭର କାର ଉଭାନ ହୋଇଯାଇଥିଲା । ଗାଡିଟି ଶୁକ୍ରବାର ରାତିରେ କିଏ ରଖି ଛାଡି ପଳେଇ ଯାଇଛି । ଗାଡିର ନମ୍ବର ପ୍ଲେଟକୁ କାଢି ଦିଆଯାଇଛି । ପରେ ଇଡ଼ିର ୪ଜଣିଆ ଟିମ ପହଞ୍ଚିଥିଲା । ଗାଡିକୁ ନେଇ ଜାଞ୍ଚ କରିବା ପରେ ଏହା ଅର୍ଚ୍ଚନାଙ୍କ ଗାଡ଼ି ବୋଲି ସ୍ପଷ୍ଟ କରିଥିଲା ଇଡି । ପରେ ପୂର୍ବରୁ ଜାଞ୍ଚ ବେଳେ ଅର୍ଚ୍ଚନାଙ୍କ ଘରୁ ଜବତ କରିଥିବା ଏକ ମାଷ୍ଟର 'କି'କୁ ଆଣି କାରକୁ ଇଡି ଅଫିସକୁ ଆଣିଥିଲା ଇଡି ।
Published by:Soubhagya Mishra
First published: