ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା; ଇଡିର ଚାର୍ଜସିଟ୍ ଦାଖଲ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି । ୨୨୪୧ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା; ଇଡିର ଚାର୍ଜସିଟ୍ ଦାଖଲ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା; ଇଡିର ଚାର୍ଜସିଟ୍ ଦାଖଲ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ( Archana naga ) ଗିରଫ ଘଟଣାରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି । ଚାର୍ଜସିଟରେ ଅର୍ଚ୍ଚନା ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ( ED ) ଦର୍ଶାଇଛି । ୨୨୪୧ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଚାର୍ଜସିଟ ପ୍ରସ୍ତୁତ ହୋଇଛି । ଏଥିସହ ପୂର୍ବରୁ କମିଶନରେଟ ପୋଲିସ ( commissionerate police ) ନିକଟରେ ହୋଇଥିବା ମାମଲା ଓ  ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବୟାନ ଆଧାରରେ ପ୍ରସ୍ତୁତ ହୋଇଥିବା ୫୦୧ ପୃଷ୍ଠାର ଚାର୍ଜସିଟକୁ କମିଶନରେଟ ପୋଲିସ ଜେଏମଏଫସି କୋର୍ଟରେ ପୂର୍ବରୁ ଦାଖଲ କରିଛି । ଉକ୍ତ ଚାର୍ଜସିଟରେ ଅର୍ଚ୍ଚନାଙ୍କ ବିରୁଦ୍ଧରେ ଅନେକ ତଥ୍ୟ ପ୍ରମାଣ ରହିଛି । ଏବେ ସୁଦ୍ଧା ଯେଉଁମାନେ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କ ଅଡିଓ ଭିଡିଓ ରେକର୍ଡ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଅର୍ଚ୍ଚନା ନାଗଙ୍କ ଆଲିସାନ ବଙ୍ଗଳାକୁ ଇଡି ପକ୍ଷରୁ ତନାଘନା ହୋଇଥିଲା । ଘରଟିର ମୂଲ୍ୟ ୩ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି । ନଗ୍ନ ଭିଡିଓ ସୁଟିଂ, ବ୍ଲାକମେଲିଂ, ଅର୍ଥ ହେରଫେର ପରି ଅନେକ ଅଭିଯୋଗ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାମରେ ରହିଛି । ଅର୍ଚ୍ଚନାଙ୍କ ସହ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କର ସମ୍ପର୍କ ରହିଥିଲା । ତେବେ ଏହି ଘଟଣାରେ କେଉଁମାନେ ସମୃକ୍ତ ଅଛନ୍ତି ସେନେଇ ଖୁବ ଶୀଘ୍ର ଅଧିକ ତଥ୍ୟ ଆସିବ ବୋଲି ଚର୍ଚ୍ଚା ହେଉଛି ।

https://odia.news18.com/news/entertainment/a-strong-star-cast-with-a-heartwarming-story-coming-odia-film-delivery-boy-4srm-090123-srm-146853.html
Published by:Soubhagya Mishra
First published: