ଆଇନ ବିଶାରଦ କହିଲେ ଲାଗିଛି ସଙ୍ଗୀନ ଦଫା; ବେଲ୍ ମିଳିବା କଷ୍ଟ.. ଇଡି ତଦନ୍ତ କଲେ ସାମ୍ନାକୁ ଆସିବେ ବଡ଼ ବଡିଆ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଜାମିନ ମିଳିବ କି ନାହିଁ ଏନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଆଗକୁ ଅର୍ଚ୍ଚନା ଖସିଯିବ ନା ଜେଲରେ ରହିବ, ଏନେଇ ଆଇନ ବିଶାରଦ, ପୋଲିସ , ଗଣ ମାଧ୍ୟମ ଜଗତ ଓ ଲୋକଙ୍କ ଭିତରେ ଚର୍ଚ୍ଚା ଜୋର୍ ଧରିଛି ।

ଆଇନ ବିଶାରଦ କହିଲେ ଲାଗିଛି ସଙ୍ଗୀନ ଦଫା; ବେଲ ମିଳିବା କଷ୍ଟ.. ଇଡି ତଦନ୍ତ କଲେ ସାମ୍ନାକୁ ଆସିବେ ବଡ଼ ବଡିଆ

ଆଇନ ବିଶାରଦ କହିଲେ ଲାଗିଛି ସଙ୍ଗୀନ ଦଫା; ବେଲ ମିଳିବା କଷ୍ଟ.. ଇଡି ତଦନ୍ତ କଲେ ସାମ୍ନାକୁ ଆସିବେ ବଡ଼ ବଡିଆ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର:  ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଜାମିନ ମିଳିବ କି ନାହିଁ ଏନେଇ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ବଡ଼ ବଡିଆଙ୍କୁ ଫସେଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ । ତେବେ ଏତେ ଦିନ ଧରି ଜେଲରେ ରହିବା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଦ୍ଧିଜୀବୀ ଅନେକ ପ୍ରଶ୍ନ ଉଠେଇଲେଣି । ଆଗକୁ ଅର୍ଚ୍ଚନା ଖସିଯିବ ନା ଜେଲରେ ରହିବ, ଏନେଇ ଆଇନ ବିଶାରଦ, ପୋଲିସ , ଗଣ ମାଧ୍ୟମ ଜଗତ ଓ ଲୋକଙ୍କ ଭିତରେ ଚର୍ଚ୍ଚା ଜୋର୍ ଧରିଛି । ଅର୍ଚ୍ଚନା ନାଁରେ ସଙ୍ଗୀନ ଅଭିଯୋଗ ରହିଛି । ଦୁଇଟି ଥାନାର ମାମଲା କୋର୍ଟରେ ପହଞ୍ଚିଛି । ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ଅର୍ଚ୍ଚନା ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏଥିରେ ଆଇପିସି ଧାରା ୩୪୧, ୩୨୮, ୩୨୪, ୩୫୪(c), ୩୭୦, ୩୮୬, ୩୮୭, ୩୮୮, ୩୮୯, ୪୧୯, ୪୨୦, ୪୬୫, ୫୦୬, ୧୨୦(b) ଓ IT ଆକ୍ଟରେ ମାମାଲ ରୁଜୁ କରିଛି ଖଣ୍ଡଗିରି ଥାନା ପୋଲିସ । ଯେଉଁଥିରେ ଅର୍ଚ୍ଚନା ନାଗ ଆବେଦନ କରିଥିବା ଜାମିନ ଆବେଦନ ଖାରଜ ହୋଇଛି ।

ସେପଟେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ଅଭିଯୋଗ ଉପରେ ୨୬ ତାରିଖରେ ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ଶୁଣାଣି ହୋଇଥିଲା । ଏହି ମାମଲାରେ ରାୟ ସ୍ଥଗିତ ରଖିଛନ୍ତି କୋର୍ଟ। ଏହାକୁ ନେଇ ଆଇନଜୀବୀ କହିଛନ୍ତି ୩୦୨ ମାମଲାରେ ଛନ୍ଦି ହୋଇଥିବା ବ୍ୟକ୍ତି ଜାମିନ ପାଇଥିବା ନଜିର ରହିଛି । କିନ୍ତୁ ଲେଡି ବ୍ଲାକ ମେଲର ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ଯଦି ସରକାରୀ ଓକିଲ ଉପଯୁକ୍ତ ପ୍ରମାଣ ଉପସ୍ଥାପିତ କରନ୍ତି ତେବେ ଅର୍ଚ୍ଚନା ଜେଲରେ ରହିବେ ବେଲ ମିଳିବା ମୁସ୍କିଲ ।ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାକୁ ଗୁରୁତର ସହକାରେ ନେବ । ମହାରାଷ୍ଟ୍ର, ବିହାର ସମେତ ଅନେକ ରାଜ୍ୟରେ ଏବେ ଇଡି ଖୋଳତାଡ କରୁଛି। କମିଶନରେଟ ପୋଲିସ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରମାଣ ଦେଇସାରିଛି ।

ସେପଟେ ଜବତ ମୋବାଇଲ ଫୋନ, ପେନ ଡ୍ରାଇଭ, ହାର୍ଡଡିସ୍କ ଇଡି ହାତରେ ଲାଗିଛି । ଯେତେବେଳେ ଇଡି ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେବ ସେତେବେଳେ ବ୍ୟାଙ୍କ୍, ଆର.ବି.ଆଇ. ପୋଲିସ ଓ ପ୍ରାଇଭେଟ୍ ସଂସ୍ଥା ତଦନ୍ତ ପରିସର ଭୁକ୍ତ ହେବେ । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଯିଏ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବ , ଅର୍ଚ୍ଚନା ସେ ଅର୍ଥ ଯାହାକୁ ନେଇ ଦେଇଥିବେ ସେମାନେ ତଦନ୍ତ ପରିସର ଭୁକ୍ତ ହେବେ । ଯଦି ଇଡି ତଦନ୍ତ କରେ ଓ ନେତାମାନେ ସ୍କାନରକୁ ଆସନ୍ତି ତେବେ ବଡ଼ ବଡିଆଙ୍କ ପାଇଁ ଅଡ଼ୁଆ ବଢିବ ।
Published by:Soubhagya Mishra
First published: