ଅର୍ଚ୍ଚନା ନାଗ ଗିରଫ ଘଟଣା; କମିଶନରେଟ ପୋଲିସଠାରୁ FIR କପି ନେଇଛି ଇଡି; ନେତାଙ୍କ ଛାତି ଧଡ ଧଡ଼
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର: ଖୋଲିବ ବ୍ଲାକମେଲର ଦମ୍ପନ୍ତିଙ୍କ କଳା ସାମ୍ରାଜ୍ୟ ଗୁମର । ସାମ୍ନାକୁ ଆସିବ କୋଟିପତି ହେବା ପଛର କଳା କାରନାମା । କିଭଳି କୋଟିପତି ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ ରହସ୍ୟ ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମିଳିଥିବା ସୂଚନା ଅନୁସାରେ, ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ଘଟଣାର ତଦନ୍ତ କରିବାକୁ ଇଡି ତାର ପକ୍ରିୟା ଆରମ୍ଭ କରିଛି । ଖୁବଶୀଘ୍ର କମିଶନରେଟ ପୋଲିସ ପାଖରୁ ତଥ୍ୟ ନେଇ ଇଡି ତଦନ୍ତ ଆରମ୍ଭ କରିବା ବୋଲି ଜଣା ପଡ଼ିଛି ।
ସେପଟେ ହାଇକୋର୍ଟରେ ଜଗବନ୍ଧୁଙ୍କ ପାଇଁ ଅଡ଼ୁଆ ବଢ଼ିଛି। ମାୟା ମହଲରେ ମାୟା ଜାଲ କିଭଳି ବିଛେଇ ଲୁଟ କରିଥିଲେ । କେତେ କଳା କନା ବୁଲାଇ ଥିଲେ। ବିନା ଚାକିରି କି ବଡ଼ ସଂସ୍ଥା ନ କରି କିଭଳି ରାତାରାତି ବନିଲେ ବଡ ଲୋକ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ଛାନଭିନ୍। ମିଳିଥିବା ସୂଚନା ଅନୁସାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସଠାରୁ ଏଫଆଇଆର କପି ନେଇଛି ଇଡିମ। ଗତକାଲି ପୋଲିସ ଠାରୁ ଏଫଆଇଆର କପି ନେଇଥିବା ସୂଚନା ମିଳିଛି । ପୂର୍ବରୁ ମାମଲା ରୁଜୁ ନେଇ ପକ୍ରିୟା ଆରମ୍ଭ କରିଥିଲା ଇଡି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବେଆଇନ କାରାବର ନେଇ ଖୋଳତାଡ଼ କରିବ ଇଡି । ତଦନ୍ତ ବେଳେ ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ଅନୁମତି ନେଇ ଜେଲ ଭିତରେ ଜେରା କରିବ ।
ଉଭୟଙ୍କ ତଥ୍ୟ ଆସିବା ପରେ ଗତ ୫ବର୍ଷର ବେଆଇନ ଆର୍ଥିକ କାରାବର ନେଇ ତଦନ୍ତ ହେବ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଣ ଥିଲା ଇନକମ ସୋର୍ସ । କିଭଳି କୋଟିପତି ହେଲେ ଅର୍ଚ୍ଚନା । କିଏ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲା । ଟଙ୍କା ଟ୍ରାଞ୍ଜକସନ ପଛର କାରଣ କଣ । ତେବେ ସେପଟେ ନୟାପଲ୍ଲୀରେ ହୋଇଥିବା ପ୍ରଯୋଜକଙ୍କ କେସକୁ ନେଇ ଅର୍ଚ୍ଚନା କରିଥିବା ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ଅଛି । ତେବେ ତାଙ୍କ ଓକିଲ କହିଛନ୍ତି ଯଦି ଜାମିନ ମଞ୍ଜୁର ନ ହୁଏ ତେବେ ଉପର କୋର୍ଟକୁ ଯିବେ । ହାଇକୋର୍ଟରେ ରୁଜୁ ହୋଇଥିବା ଜଗବନ୍ଧୁ ଚାନ୍ଦଙ୍କ ଆଗୁଆ ଜାମିନ ମାମଲାକୁ ପ୍ରତ୍ୟାହାର ପାଇଁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୋଲିସ ଜଗବନ୍ଧୁଙ୍କୁ ଗିରଫ କରି ସାରିଥିବାରୁ ମାମଲା ଶୁଣାଣିର ଅବଶ୍ୟକତା ନାହିଁ ବୋଲି କହିଛନ୍ତି ହାଇକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଜଗବନ୍ଧୁଙ୍କ ଓକିଲ ସେ ଦାୟର କରିଥିବା ମାମଲାଟିକୁ ପ୍ରତ୍ୟାହାର କରିଛନ୍ତି । ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା ପରେ ଜଗବନ୍ଧୁ ନିଜ ଗିରଫଦାରୀ ଏଡାଇବାକୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ସେପଟେ ଖୁବଶୀଘ୍ର ତଳ କୋର୍ଟରେ ଜଗବନ୍ଧୁଙ୍କ ନିୟମିତ ଜାମିନି ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ଜଗବନ୍ଧୁଙ୍କ ଓକିଲ । ଏହା ସହିତ ଜଗବନ୍ଧୁଙ୍କ ନାଁ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ତାଙ୍କୁ ଅଯଥାରେ ଏହି ମାମଲାରେ ଛନ୍ଦା ଯାଇଥିବା ଅଭିଯୋଗ କରିଛନ୍ତି ଜଗବନ୍ଧୁଙ୍କ ଓକିଲ। ଇଡି ତଦନ୍ତ କଥା ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିବା ନେତା ମନ୍ତ୍ରୀ ଓ ବଡ ବଡ଼ିଆ ଏବେ ଛାନିଆ ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁମାନେ ଅର୍ଚ୍ଚନାକୁ ଟଙ୍କା ଦେଇଛନ୍ତି ସେମାନଙ୍କ ଚେହେରା ଖୋଲିଯିବା ଭୟ ଦେଖା ଗଲାଣି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।