News18 Odia Digital
ଭୁବନେଶ୍ୱର: ଲେଡି ବ୍ଲାକମେଲ(Lady Blackmailer)ର ଅର୍ଚ୍ଚନା ନାଗ(Archna Nag) ଜେଲରେ ରହି ପରୀକ୍ଷା ଦେବେ। ଏନେଇ ଗତକାଲି ସେ କୋର୍ଟରେ ଆବେଦନ କରିଥିଲେ।
ଜେଲରେ ବନ୍ଦୀ ଥିବା ଅର୍ଚ୍ଚନା ନାଗ ଇଣ୍ଟିଗ୍ରେଟେଡ଼ ଲ( Integrated Law)ପାଠ ପଢ଼ୁଛନ୍ତି। ଆଗକୁ ତାଙ୍କର ସପ୍ତମ ସେମିଷ୍ଟାର (7th Semester) ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ପରୀକ୍ଷା ପୂର୍ବରୁ ଫର୍ମ ଫିଲପ ପାଇଁ ତାଙ୍କୁ କୋର୍ଟରୁ ଅନୁମତି ମିଳିଛି। ଏନେଇ ଗତକାଲି କୋର୍ଟରେ ଅର୍ଚ୍ଚନାଙ୍କ ଓକିଲ ଆବେଦନ କରିଥିଲେ। ଜେଲ ମାନୁଆଲ ଅନୁସାରେ ଫର୍ମ ଫିଲପ ପରେ ପରୀକ୍ଷା ଦେବା ପାଇଁ ତାଙ୍କୁ ଅନୁମତି ମିଳିପାରେ ବୋଲି କୁହାଯାଉଛି।
ଶୁଣାଣି ଶେଷ, ରାୟ ସଂରକ୍ଷିତ; ଅର୍ଚ୍ଚନା କହିଲେ ସମୟ ଆସିଲେ ସତ ସାମ୍ନାକୁ ଆସିବ
ନିକଟର ଅର୍ଚ୍ଚନା ନାଗ ମାମଲା (Archna Nag Case)ରେ ପ୍ରଥମ ପର୍ଯ୍ୟାୟ ଚାର୍ଜ ସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ୨୨୪୧ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କର ନାମ ରହିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କ ପତି ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମଞ୍ଚେଶ୍ବର ଥାନା ଅଧୀନ ସତ୍ୟବିହାରରେ ଥିବା ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ୍ କରିଛି। ଏହି ଘରର ମୂଲ୍ୟ ୩.୪ କୋଟି ଟଙ୍କା ଆକଳନ କରାଯାଇଛି। କିଛିଦିନ ତଳେ ଇଡି ଉକ୍ତ କୋଠା ମାପଚୁପ କରିଥିଲା। ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।