ସୋମବାର କୋର୍ଟରେ ହାଜିର ହେବେ ଅର୍ଚ୍ଚନା ନାଗ; ତା'ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଡି

ପୋଲିସ ତଦନ୍ତ ବେଳେ ଯେଉଁସବୁ ତଥ୍ୟ ପାଇଛି ସବୁ ଇଡିକୁ ଦେଇ ପାରିବନି । ମୋବାଇଲ, ପେନଡ୍ରାଇଭ , ଲାପଟପ ଆଦିକୁ ପାଇବାକୁ ହେଲେ କୋର୍ଟଙ୍କ ଅନୁମତି ଦରକାର ପଡେ ।

ସୋମବାର କୋର୍ଟରେ ହାଜିର ହେବେ ଅର୍ଚ୍ଚନା ନାଗ; ତା'ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଡି

ସୋମବାର କୋର୍ଟରେ ହାଜିର ହେବେ ଅର୍ଚ୍ଚନା ନାଗ; ତା'ପରେ ରିମାଣ୍ଡ ପାଇଁ ଆବେଦନ କରିବ ଇଡି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କୋର୍ଟରେ ହାଜର ହେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଇଡି ରୁଜୁ କରିଥିବା ମାମଲାରେ ସୋମବାର ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର ପାଇଁ କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟରେ ହାଜର ପରେ ଅର୍ଚ୍ଚନାଙ୍କୁ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଇଡି ପକ୍ଷରୁ ସୂଚନା ମିଳିଛି । ସେପଟେ ଇମେଲ ଜରିଆରେ ଇଡିକୁ ତଥ୍ୟ ଦେଇଛି କମିଶନରେଟ ପୋଲିସ ।

ଇଡି ସୂଚନା ଅନୁସାରେ, କୋର୍ଟରେ ହାଜର ହେଲେ ଅର୍ଚ୍ଚନାଙ୍କୁ ରିମାଣ୍ଡ ପାଇଁ ଆବେଦନ କରିବ ଇଡି । ଜଦି କୋର୍ଟ ଅର୍ଚ୍ଚନାଙ୍କୁ ରିମାଣ୍ଡ ପାଇଁ ଅନୁମତି ଦିଅନ୍ତି ତେବେ ପୁଣିଥରେ ନାଗଫାସର ନାଗପେଡି ଖୋଲିବ ଇଡି । ଖୋଲିବ ହାନିଟ୍ରାପର ଗୁମର । ସାମ୍ନାକୁ ଆସିବ ହାଇପ୍ରୋଫାଇଲ ଲିଙ୍କ । ୫ବର୍ଷରେ କିଭଳି କୋଟିପତି ହେଲେ ଅର୍ଚ୍ଚନା, ତା'ର ଚେର ଖୋଜିବ ଇଡି । କାହାଠୁ ଟଙ୍କା ଆଣି ଅର୍ଚ୍ଚନା ଏଣ୍ଡୋଭର କାର କିଣିଲେ ? କେଉଁମାନେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଡିପୋଜିଟ କରିଛନ୍ତି ? ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରମୋଦ ସ୍ଵାଇଁଙ୍କୁ କାହିଁକି ବ୍ଲାକମେଲିଂ କରିଥିଲେ ? ଢେଙ୍କାନାଳ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲଙ୍କ ଗାଡି ସୋରୁମ ଆକାଉଣ୍ଟରୁ କାହିଁକି ଟଙ୍କା ଆସିଥିଲା ସେସବୁ ଦିଗ ନେଇ ତଦନ୍ତ କରିବ ଇଡି ।

ସେପଟେ ଅର୍ଚ୍ଚନା ନାଗ ତଦନ୍ତରେ ମିଳିଥିବା ସମସ୍ତ ତଥ୍ୟ ଇଡିକୁ ଦେଇଛି କମିଶନରେଟ ପୋଲିସ । କେଉଁଠି ରେଡ ହୋଇଥିଲା, ରେଡରେ କଣ ପୋଲିସ ଜବତ କରିଥିଲା ସେ ସଂକ୍ରାନ୍ତ ତାଲିକା ଇମେଲ ଜରିଆରେ ଦେଇଛି ପୋଲିସ । ଏହା ସହ ପୋଲିସ ରୁଜୁ କରିଥିବା ମାମଲାରେ କାହାକୁ ସାକ୍ଷୀ କରାଯାଇଛି ଓ଼ ସମ୍ପତି ସମ୍ପର୍କିତ ତଥ୍ୟ ମଧ୍ୟ ପୋଲିସ ଦେଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅବସରପ୍ରାପ୍ତ ପୋଲିସ ଡିଜି କହିଛନ୍ତି, ପୋଲିସ ତଦନ୍ତ ବେଳେ ଯେଉଁସବୁ ତଥ୍ୟ ପାଇଛି ସବୁ ଇଡିକୁ ଦେଇ ପାରିବନି । ମୋବାଇଲ, ପେନଡ୍ରାଇଭ , ଲାପଟପ ଆଦିକୁ ପାଇବାକୁ ହେଲେ କୋର୍ଟଙ୍କ ଅନୁମତି ଦରକାର ପଡେ ।

ସୂଚନାଯୋଗ୍ୟ, ଅର୍ଚ୍ଚନା ଲିଙ୍କରେ ଥିବା ୯ ଜଣଙ୍କୁ ଏବେ ସୁଦ୍ଧା ଇଡି ପଚରାଉଚରା କରି ସାରିଛି । ଆହୁରି ୬ଜଣ ଇଡି ତାଲିକାରେ ଅଛନ୍ତି । ଯେଉଁମାନେ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଛନ୍ତି । ତେଣୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବା ପରେ ସେମାନଙ୍କ ସହ ମୁହାଁମୁହିଁ ଜେରା କରିବାକୁ ଲକ୍ଷ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
Published by:Soubhagya Mishra
First published: