ଶୁଣାଣି ଶେଷ, ରାୟ ସଂରକ୍ଷିତ; ଅର୍ଚ୍ଚନା କହିଲେ ସମୟ ଆସିଲେ ସତ ସାମ୍ନାକୁ ଆସିବ

କୋର୍ଟ ହାଜର ବେଳେ ଅର୍ଚ୍ଚନା ପ୍ରଥମ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କହିଛନ୍ତି, ତଦନ୍ତକୁ ଅପେକ୍ଷା କରନ୍ତୁ, ସବୁ ସତ ସାମ୍ନାକୁ ଆସିବ ।

ଅର୍ଚ୍ଚନା ନାଗ (ପ୍ରତୀକାତ୍ମକ ଛବି)

ଅର୍ଚ୍ଚନା ନାଗ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ହନିଟ୍ରାପ୍ ମାମଲାରେ ପ୍ରଥମ ଥର ପାଇଁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବୁଧବାର ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ କୋର୍ଟରେ ହାଜର କରାଇବା ପରେ ପୁଣି ଜେଲକୁ ନେଇଯାଇଥିଲା ପୋଲିସ। କୋର୍ଟ ହାଜିରା ବେଳେ ଅର୍ଚ୍ଚନା ପ୍ରଥମ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କହିଛନ୍ତି, ତଦନ୍ତକୁ ଅପେକ୍ଷା କରନ୍ତୁ, ସବୁ ସତ ସାମ୍ନାକୁ ଆସିବ ।

ଝାରପଡ଼ା ଜେଲ୍‌ ଉପରେ ଥିଲା ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପ୍ରତ୍ୟକ୍ଷ ଭାବେ କୋର୍ଟରେ ହାଜର କରାଇବାକୁ ସବୁ ପ୍ରସ୍ତୁତି କରିସାରିଥିଲା କମିଶନରେଟ୍ ପୋଲିସ । ଗାଡ଼ିରୁ ଓହ୍ଲାଇବା କ୍ଷଣି ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କୁ ଘେରି ଯାଇଥିଲେ। ବିନା ତଥ୍ୟ ପ୍ରମାଣରେ ଦୟାକରି ମିଛ ଖବର ପ୍ରସାରଣ କରନ୍ତୁ ନାହିଁ ବୋଲି କହିଥିଲେ ଅର୍ଚ୍ଚନା। ଆଉ ଏକଥା ବି କହିଥିଲେ ଯେ ଗଣମାଧ୍ୟମର ସଦୁପଯୋଗ କରନ୍ତୁ, ତଦନ୍ତକୁ ଅପେକ୍ଷା କରନ୍ତୁ, ସମୟ ଦିଅନ୍ତୁ, ସବୁ କହିବି । ଅର୍ଚ୍ଚନାଙ୍କୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ସମୟ ଦେଇ ନ ଥିଲା ପୋଲିସ। ତରବରିଆ ଭାବେ କୋର୍ଟ ରୁମକୁ ନେଇଯାଇଥିଲେ। କୋର୍ଟରେ ପହଞ୍ଚିବା ପରେ ଜାମିନ ପାଇଁ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଓକିଲ ।କୋର୍ଟରେ ପ୍ରାୟ ଅଧ ଘଣ୍ଟା ରହିବା ପରେ ଅର୍ଚ୍ଚନାଙ୍କୁ ପୁଣି ଜେଲ୍‌କୁ ଫେରାଇ ଆଣିଥିଲା ପୋଲିସ।

https://odia.news18.com/news/odisha/bhubaneswar-lady-blackmailer-archana-likely-to-file-bail-plea-again-3ssd-12102022-ssd-129879.html

ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ବଳୟରେ ନେବା ପାଇଁ ଜେଲ୍‌ରେ ପହଞ୍ଚି ଯାଇଥିଲେ ଫୋର୍ସ । କୋର୍ଟ ଭ୍ୟାନ୍ ବି ହୋଇଯାଇଥିଲା ପ୍ରସ୍ତୁତ । ଅର୍ଚ୍ଚନାଙ୍କୁ ଗାଡ଼ିରେ ବସାଇ ଭୁବନେଶ୍ବର କୋର୍ଟ ଅଭିମୁଖେ ନେଇ ଆସିଥିଲା କମିଶନରେଟ୍ ପୋଲିସ । ଖଣ୍ଡଗିରି ଥାନାରେ ଦାଏର ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ନୟାପଲ୍ଲୀ ଥାନାର ରିମାଣ୍ଡ ଟ୍ୟାଗ୍ ଆଧାରରେ କୋର୍ଟରେ ହାଜର କରାଯାଇଥିଲା।  ଭ୍ୟାନ୍ ଭିତରେ ଅର୍ଚ୍ଚନାଙ୍କୁ ଘେରି ରହିଥିଲେ ବହୁ ମହିଳା ପୋଲିସ। ପୂରା ଭ୍ୟାନକୁ କଳା କପଡ଼ାରେ କରାଯାଇଥିଲା ଆଚ୍ଛାଦିତ। ଏପଟେ କୋର୍ଟ ପରିସରରେ ମୁତୟନ ହୋଇଥିଲେ ବ୍ୟାପକ ଫୋର୍ସ।ହନିଟ୍ରାପ୍ ମାମଲାରେ ସାରା ଓଡ଼ିଶା ହୁଲସ୍ତୁଲ ହେଉଥିବା ବେଳେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କୋର୍ଟ ହାଜିରା ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। କାରଣ ସର୍ବସାଧାରଣରେ କାଳେ ଅର୍ଚ୍ଚନା ବଡ଼ବଡ଼ିଆଙ୍କ ନାଁ ନେଇଯିବେ, ତାକୁ ନେଇ ଥିଲା ଆଶଙ୍କା । ପ୍ଲାନ୍ ହୋଇଥିଲା, ଅର୍ଚ୍ଚନା ଭ୍ୟାନ୍‌ରୁ ଓହ୍ଲାଇବା ମାତ୍ରେ ତାଙ୍କୁ ସିଧାସଳଖ ନିଆଯିବ ବିଚାରପତିଙ୍କ ପାଖକୁ। କୋର୍ଟ ସମ୍ମୁଖରେ ଭ୍ୟାନ୍ ପହଞ୍ଚିବା ମାତ୍ରେ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ଗାଡ଼ିରୁ ଜଣ ଜଣ କରି ପୋଲିସ ଓହ୍ଲାଇଥିଲେ । ଶେଷ ଅର୍ଚ୍ଚନାଙ୍କ ମୁହଁ ଖୋଲା ଥିବା ଅବସ୍ଥାରେ ତାଙ୍କୁ ଗାଡ଼ିରୁ ତଳକୁ ଆଣିଥିଲେ ମହିଳା ପୋଲିସ ।

https://odia.news18.com/news/odisha/both-sides-have-reserved-their-judgments-in-archana-nag-arrest-case-tv-14102022-ssd-dsb-130403.html

ଖଣ୍ଡଗିରି ଥାନାରେ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳିଙ୍କ ଏତଲା ଆଧାରରେ ଗତ ୬ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇ ଦେଇଥିଲା ପୋଲିସ । ପରେ ଭର୍ଚୁଆଲ ମୋଡରେ ଭିଡିଓ କନଫରେନ୍ସିଂରେ କୋର୍ଟରେ ଓକିଲାତିନାମା ଦାଖଲ କରିଥିଲେ ଅର୍ଚ୍ଚନା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ସେପଟେ ଅଶ୍ଳୀଳ ଫଟୋ ଜରିଆରେ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ ଘଟଣାରେ ନୟାପଲ୍ଲୀ ପୋଲିସର ରିମାଣ୍ଡ ଟ୍ୟାଗ୍ ପାଇ ଅର୍ଚ୍ଚନାଙ୍କୁ ବୁଧବାର କୋର୍ଟରେ ହାଜର କରାଇଥିଲା ପୋଲିସ ।
Published by:Soumya Das
First published: