News18 Odia Digital
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ବାଜ୍ୟାପ୍ତିକୁ ନେଇ ପକ୍ରିୟା ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନାଙ୍କ ସମେତ ତାଙ୍କ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମ୍ପତି ମଧ୍ୟ ବାଜ୍ୟାପ୍ତି କରିବାକୁ ଦିଲ୍ଲୀରେ ଥିବା ଏଡ଼ଜୁଡିକେଟିଂ ଅଥରିଟିଙ୍କୁ ଚିଠି ଲେଖି ଜଣାଇଥିଲା ତଦନ୍ତକାରୀ ଟିମ। ଏନେଇ ଆଜି ଇଡିର ଏକ ଟିମ ଝାରପଡା ଜେଲକୁ ଆସି ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ନୋଟିସ ଦେଇଛି । ଏହି ମାମଲାରେ ଆସନ୍ତା ୧୩ ତାରିଖରେ ଶୁଣାଣି ହେବ ।
ଇଡି ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଅର୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ଆକାଉଣ୍ଟକୁ ଆସିଛି କୋଟି କୋଟି ଟଙ୍କା। ଆଉ ଏ ସବୁ ଟଙ୍କାର ଉତ୍ସ କଣ ଥିଲା ତାହା ତଦନ୍ତ ବେଳେ ଇଡିକୁ ତଥ୍ୟ ଦେଇ ନଥିଲେ । ସେଥିପାଇଁ ତିନିଜଣଙ୍କ ସମ୍ପତି ବାଜ୍ୟାପ୍ତି ପାଇଁ ପକ୍ରିୟା ଆରମ୍ଭ କରିଛି ଇଡି ।
ସେପଟେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ବଡ଼ ବଡ଼ିଆଙ୍କ ବିରୁଦ୍ଧରେ ପ୍ରମାଣ ଖୋଜୁଛି ଇଡି । ଆଜି ପୁଣିଥରେ ଇଡ଼ିରେ ହାଜର ହୋଇଥିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ଵାଇଁ । ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର କରିଥିବା ଫିଲ୍ମ ପ୍ରଯୋଜକ ପ୍ରମୋଦ ଦିର୍ଘ ୬ ଘଣ୍ଟା ଧରି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ଇଡି ଅଫିସରୁ ବାହାରିବା ପରେ ପ୍ରମୋଦ କହିଛନ୍ତି, କିଛି କାଗଜପତ୍ର ଦେବାକୁ ଇଡି ଡାକିଥିଲେ ।
ସେହିଭଳି ବୁଧବାର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ଓ ଗୁରୁବାର ଖଗେଶ୍ବର ପାତ୍ରକୁ ଜେଲରେ ଜେରା କରିବ ଇଡି । ଏନେଇ ଜିଲା ଦୌରାଜଜ୍ କୋର୍ଟ ଇଡିକୁ ଅନୁମତି ଦେଇଛନ୍ତି। ଉଭୟଙ୍କୁ ଜେରା ପାଇଁ ସୋମବାର କୋର୍ଟରେ ଆବେଦନ କରିଥିଲା ଇଡି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।