- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରହସ୍ୟ ଡାଏରି ଏବେ ଇଡି ହାତରେ । ସମ୍ପୃକ୍ତ ଡାଏରିକୁ ଖଣ୍ଡଗିରି ଥାନା ପୋଲିସ ଜବତ କରିଥିଲା । ଆଜି ସେଥିରେ କିଛି ନକଲ ପୃଷ୍ଠାକୁ ଇଡିକୁ ହସ୍ତାନ୍ତର କରିଛି ପୋଲିସ । ତେବେ ଇଡି ହାତକୁ ଅର୍ଚ୍ଚନାଙ୍କ ଡାଏରି ଆସିବା ପରେ ବଡ଼ ବଡ଼ିଆଙ୍କ ଛାତିରେ ଛନକା ପସିଛି।
ଡାଇରି ଖୋଲିବ ହନିଟ୍ରାପ ଗୁମର । ଅର୍ଚ୍ଚନାଙ୍କ ଡାଏରିରେ ହାଇପ୍ରୋଫାଇଲ ନେତାଙ୍କ ନା । ପୋଲିସ ହାତରେ ଲାଗିଥିବା ସେଇ ଡାଏରି ଆଜି ଇଡିକୁ ହସ୍ତାନ୍ତର ହୋଇଛି। ଭୁବନେଶ୍ୱର ସତ୍ୟବିହାର ଅର୍ଚ୍ଚନାଙ୍କ ଘରେ ରେଡ଼ ବେଳେ ଘରୁ ଜବତ ହୋଇଥିଲା ଡାଏରି। ଏହାସହ ମୋବାଇଲ ଫୋନ, ପେନଡ୍ରାଇଭ, ହାର୍ଡଡିସ୍କ ସହ କିଛି କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ଆଉ ଜବତ ସେଇ ଡାଇରୀର ପ୍ରତିଟି ପୃଷ୍ଠାରେ ରହିଛି ଜଣେ ଟାଣୁଆ ନେତା ମନ୍ତ୍ରୀଙ୍କ ନା। ଓଡିଶା ରାଜନୀତିର ତିନିଦଳର ୧୨ରୁ ଅଧିକ ନେତା ମନ୍ତ୍ରୀଙ୍କ ନାମ ଜବତ ଡାଏରିରେ ରହିଛି ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା ।
ସେପଟେ ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ଡିଜିଟାଲ ତଥ୍ୟକୁ ପାଇବା ପାଇଁ ଇଡି ଆଜି ଖଣ୍ଡଗିରି ଥାନା ପରେ ରାଜ୍ୟ ଫରେନସିକକୁ ଯାଇଥିଲା। କାହିଁକି ଡିଜିଟାଲ ତଥ୍ୟ ଦେବାକୁ ବିଳମ୍ବ ହେଉଛି ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ତେଣୁ ଡିଜିଟାଲ ତଥ୍ୟ ମିଳିବା ପରେ ତଦନ୍ତ ଆଗକୁ ବଢିବ ବୋଲି ଆଶା କରିଛି ତଦନ୍ତକାରୀ ଟିମ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।