ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ଵାଇଁ
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ କୁମାର ସ୍ୱାଇଁ । ପୂର୍ଵ ନିର୍ଦ୍ଧାରିତ ସମନ ଅନୁଯାୟୀ ପ୍ରମୋଦ ଇଡିରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଇଡି କାର୍ଯ୍ୟାଳୟକୁ ଯିବା ପୂର୍ବରୁ ପ୍ରମୋଦ କହିଛନ୍ତି ସେ ମଧ୍ୟ ଅର୍ଚ୍ଚନା ନାଗଙ୍କ ଦ୍ଵାରା ବ୍ଲାକମେଲିଂର ଶିକାର ହୋଇଥିଲେ । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବେ ।
୧୬/୧୧/୨୦୧୭ ରେ ଅର୍ଚ୍ଚନାଙ୍କ ମହିଳା ଥାନାରେ ଅଭିଯୋଗ ଅନୁସାରେ, ୩ ବର୍ଷ ପୂର୍ବେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ନୂଆ ସିନେମାରେ ସୁଯୋଗ ଦେବେ । ମାସକୁ ୫ହଜାର ଟଙ୍କା ଦେବେ ବୋଲି କହିଥିଲେ। ଏହା ସହ ଚାକିରି ଓ ଘର ଦେବାକୁ ମଧ୍ୟ କହିଥିଲେ । ମୋତେ ଟଙ୍କା ଦେଇଥିଲେ , ମୋର କିଛି ନଗ୍ନ ଫଟୋ ଉଠାଇ ବ୍ଲାକମେଲିଂ କରିଥିଲେ। ମୋ ସହ ଶାରୀରିକ ସଂପର୍କ ନ ରଖିଲେ ସ୍ୱାମୀକୁ କହିଦେବାକୁ ଧମକ ଦେଇଥିଲେ। ପରେ ମୋତେ ଷ୍ଟାର କରି ଦେବାକୁ କହିଥିଲେ । ଏହାପରେ ମୋତେ ଓ ମୋ ସ୍ୱାମୀଙ୍କୁ ତାଙ୍କ ଘରେ ରହିବାକୁ କହିଥିଲେ। ଆମେ ତାଙ୍କ ଘରେ କିଛିଦିନ ରହିବା ପରେ ବାଉନସର ଲଗାଇ ଘରୁ ବାହାର କରିବାକୁ ଧମକ ଦେଇ ଥିଲେ । ସେହିପରି ମୁଁ ଯେତେବେଳେ ୭ ମାସର ଗର୍ଭବତୀ ଥିବାବେଳେ ମୋତେ ଶରୀରର ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଏପରିକି ଘରର ଇଲେକ୍ଟ୍ରି କାଟିବାକୁ ଧମକ ଦେଇଥିଲେ ।
ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି ଓ ପ୍ରମୋଦଙ୍କ ମଧ୍ୟରେ ଟଙ୍କା କାରବାର ହୋଇଛି। ତେଣୁ ସେଇ ଟଙ୍କା କେଉଁ କାରଣ ପାଇଁ କାରବାର ହୋଇଛି ଜାଣିବା ପାଇଁ ପ୍ରମୋଦଙ୍କୁ ଇଡିରେ ହାଜର ପାଇଁ ନୋଟିସ ହୋଇଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।