ଖୋଲିବ ନୂଆ ଲିଙ୍କ! ଜବତ ହେଲା ଅର୍ଚ୍ଚନା ନାଗଙ୍କ ଏଣ୍ଡୋଭର କାର

ଜବତ ହେଲା ଅର୍ଚ୍ଚନା ନାଗଙ୍କ ଏଣ୍ଡୋଭର କାର । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନିଛାଟିଆ ସ୍ଥାନରୁ ଏହି ନମ୍ୱର ବିହୀନ କାରକୁ ଜବତ କରିଛି ଇଡି।

ଜବତ ହେଲା ଅର୍ଚ୍ଚନା ନାଗଙ୍କ ଏଣ୍ଡୋଭର କାର

ଜବତ ହେଲା ଅର୍ଚ୍ଚନା ନାଗଙ୍କ ଏଣ୍ଡୋଭର କାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଜବତ ହେଲା ଅର୍ଚ୍ଚନା ନାଗଙ୍କ ଏଣ୍ଡୋଭର କାର । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନିଛାଟିଆ ସ୍ଥାନରୁ ଏହି କାରକୁ ଜବତ କରିଛି ଇଡି। ଯାଞ୍ଚ ବେଳେ ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ଏକ ମାଷ୍ଟର 'କି'କୁ ଆଣି କାରକୁ ଅଫିସକୁ ଆଣିଛି ଇଡି।

ଗାଡିଟି ଶୁକ୍ରବାର ରାତିରେ କେହି ଛାଡି ପଳେଇ ଯାଇଛି। ଗାଡିର ନମ୍ବର ପ୍ଲେଟକୁ କାଢି ଦିଆଯାଇଛି । ପରେ ଇଡ଼ିର ୪ଜଣିଆ ଟିମ ପହଞ୍ଚିଥିଲା । ଗାଡିକୁ ନେଇ ଯାଞ୍ଚ କରିବା ପରେ ଏହା ଅର୍ଚ୍ଚନାଙ୍କ ଗାଡ଼ି ବୋଲି ସ୍ପଷ୍ଟ କରିଛି ଇଡି।



ଇଡି ସୂଚନା ଅନୁସାରେ, ଅର୍ଚ୍ଚନା ଗିରଫ ପରେ ଏହି ଏଣ୍ଡୋଭର କାର କୁଆଡେ ଉଭାନ ହୋଇଯାଇଥିଲା । ପରେ ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା ଅର୍ଚ୍ଚନାଙ୍କ ଏହି କାର ୨୦୨୦ ମସିହାରେ ୩୬ଲକ୍ଷ ଟଙ୍କାରେ  କିଣା ହୋଇଥିଲା। ଯେଉଁଥିରେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ୩୩ଲକ୍ଷ ଟଙ୍କା ଗାଡି ସୋରୁମର ଆକାଉଣ୍ଟକୁ ଆସିଥିଲା । ଆଉ ୩ଲକ୍ଷ କ୍ୟାସ  କାରରେ ଅର୍ଚ୍ଚନା ଦେଇଥିଲେ। ତେବେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଆସିଥିବା  ୩୩ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କୁ କିଏ ଦେଇଥିଲା ତାକୁ ନେଇ ତଦନ୍ତ କରୁଥିବା ବେଳେ ଶୁକ୍ରବାର ଏଣ୍ଡୋଭର ଡିଲର ମାଲିକଙ୍କୁ ପଚରାଉଚରା କରିଥିଲା ଇଡି। ଏହା ସହ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଆସିଥିବା ଟଙ୍କା ସମ୍ବନ୍ଧୀୟ ସମସ୍ତ ତଥ୍ୟ ମଧ୍ୟ ଇଡିକୁ ଦେଇଥିଲେ ଫୋର୍ଡ ଡିଲର ।
Published by:Soumya Das
First published: