ଅର୍ଚ୍ଚନା ନାଗଙ୍କ ଠକେଇ ମାମଲା; ସହଯୋଗୀଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ

Archana Nag Case: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ର ଜାମିନ ଆବେଦନ ଖାରଜ କଲେ କୋର୍ଟ। ଗତ ୨ ତାରିଖ ଦିନ ଜାମିନ ପାଇଁ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ ଖଗେଶ୍ୱରଙ୍କ ଓକିଲ।

ଅର୍ଚ୍ଚନା ନାଗଙ୍କ ଠକେଇ ମାମଲା

ଅର୍ଚ୍ଚନା ନାଗଙ୍କ ଠକେଇ ମାମଲା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଠକେଇ ମାମଲାରେ ସହଯୋଗୀ ଖଗେଶ୍ୱର ପାତ୍ର ଜାମିନ ଆବେଦନ ଖାରଜ କଲେ କୋର୍ଟ। ଗତ ୨ ତାରିଖ ଦିନ ଜାମିନ ପାଇଁ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ ଖଗେଶ୍ୱରଙ୍କ ଓକିଲ। ଅନ୍ୟପଟେ ଆଜି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜାମିନ ଆବେଦନ କରାଯାଇଛି।

ଏହି ମାମଲାରେ ଜଡିତ ଥିବା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଆଜି ଵି କୋର୍ଟରେ ହାଜର ହୋଇନାହାଁନ୍ତି। ଭାଇରାଲ ଜ୍ଵର ହେବାର କାରଣ ଦର୍ଶାଇ କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି।

ସେପଟେ ବାରମ୍ବାର ନିର୍ଦ୍ଦେଶ ପରେ ଵି ହାଜର ହେଉ ନ ଥିବାରୁ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ଏନ.ଵି.ଡବ୍ଲୁ ଜାରି ପାଇ କୋର୍ଟରେ ଆବେଦନ କରିଥିଲା ଇଡି।

ଆସନ୍ତା ୨୧ରେ ଶ୍ରଦ୍ଧାଞ୍ଜଳି ବ୍ୟକ୍ତିଗତ ରୂପେ ହାଜର ହେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ। ସେପଟେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।

ଇଡି ଦାଖଲ କରିଥିବା ଚାର୍ଜସିଟରେ ମୋଟ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଥିଲା । ସେମାନେ ହେଲେ ଆର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା। ପୂର୍ବରୁ ତିନିଜଣଙ୍କୁ ଇଡି ପକ୍ଷରୁ ଗିରଫ ଦର୍ଶାଇ ଥିବାବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ ମଧ୍ୟ ଗିରଫ କରି ନଥିଲା ଇଡି। ତେଣୁ କୋର୍ଟରେ ହାଜର ହେବାକୁ ଇଡ଼ି ପକ୍ଷରୁ କୋର୍ଟରେ ଆବେଦନ କରିଥିଲା । କୋର୍ଟ ମଧ୍ୟ ହାଜର ପାଇଁ ପୂର୍ବରୁ ନୋଟିସ କରିଥିଲା । ସେପଟେ ବାରମ୍ବାର ନିର୍ଦେଶ ପରେ ଵି ହାଜର ହେଉ ନ ଥିବାରୁ ଶ୍ରଦ୍ଧାଞ୍ଜଳି ଙ୍କ ବିରୁଦ୍ଧରେ ଏନ.ଵି.ଡବ୍ଲୁ ଜାରି ପାଇ କୋର୍ଟ ରେ ଆବେଦନ କରିଥିଲା ଇ.ଡି । ସେପଟେ ଅର୍ଚନା, ଜଗବନ୍ଧୁ ଙ୍କ ଜାମିନ ଆବେଦନ ର ଶୁଣାଣି ଆସନ୍ତା ୧୪ତାରିଖରେ ହେବ ।
Published by:Lipina Das
First published: