News 18 Odia Digital
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (archana naga) ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ (bail) ମିଳିଛି । କେବଳ ନୟାପଲ୍ଲୀ ଥାନା ମାମଲାରେ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି କୋର୍ଟ । ଭୁବନେଶ୍ବର କୋର୍ଟରେ ହାଜର ହୋଇଥିଲେ ଉଭୟ ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ ।
ତେବେ ଶ୍ରଦ୍ଧାଞ୍ଜଳି କାହିଁକି ହାଜର ହେଉନାହାନ୍ତି କୋର୍ଟରେ ପ୍ରଶ୍ନ (question) ଉଠାଇଥିଲେ ଅର୍ଚ୍ଚନା । ତାଙ୍କ ପାଇଁ କଣ ଆଇନ୍ ଅଲଗା ବୋଲି କହିଥିଲେ ସେ । ଆଉ କିଛି ସମୟ ପରେ ସିବିଆଇ-1 କୋର୍ଟରେ ହାଜାର ହେବେ ଉଭୟ l ବହୁଚର୍ଚିତ ହନିଟ୍ରାପ୍ ଓ ବ୍ଳାକମେଲ ଘଟଣା ଉଭୟ ସ୍ବାମୀ ସ୍ତ୍ରୀ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି l ହେଲେ ଜାମିନ ପରେ ମଧ୍ୟ ଏବେ ବି ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା । ଅର୍ଚ୍ଚନାଙ୍କ ନାଁରେ ଅନେକ ମାମଲା ବିଚାରଧିନ ରହିଛି ।
ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅନେକ ଜଣାଶୁଣା ତଥା ବଡ଼ବଡିଆଙ୍କୁ ତାଙ୍କ ହନିଟ୍ରାପ୍ ଜାଲରେ ଛନ୍ଦି ବ୍ଲାକମେଲ କରୁଥିବା ନେଇ ଅଭିଯୋଗ ଆସିଥିଲା । ପରେ ଘଟଣାର ତଦନ୍ତ ହୋଇଥିଲା । ରାଜ୍ୟର ଚର୍ଚ୍ଚିତ ଖବର ଭାବରେ ଏହା ଲୋକଙ୍କ ଆଲୋଚନାର ବିଷୟ ପାଲଟିଲା । ମାମଲାରେ ଅନେକ ରାଜନେତା, ବ୍ୟବସାୟୀ ଓ ସିନେ ଜଗତର ବ୍ୟକ୍ତିବିଶେଷ ସମୃକ୍ତ ଥିବାନେଇ ଅଭିଯୋଗ ଆସିଥିଲା । ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତାଙ୍କ ସହ ଅର୍ଚ୍ଚନା ଓ ଜଗବନ୍ଧୁ ଫଟୋ ଉଠାଇଥିଲେ । ତାହା ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ଏପରି କି ବିଧାନସଭା ଭିତରେ ମଧ୍ୟ ଫଟୋ ଭାଇରାଲ୍ ହୋଇଥିଲା । ଯାହା ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତିକୁ ପଦାରେ ପକାଇଥିଲା । ଅନେକ ଜଣ ପୋଲିସ ତଦନ୍ତ ପରିସରକୁ ମଧ୍ୟ ଆସିଥିଲେ । ଘଟଣାକୁ ନେଇ ରାଜନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେପି ବିଧାନସଭାରେ ମଧ୍ୟ ଏହି ପ୍ରସଂଗ ଉଠାଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, ଅର୍ଚ୍ଚନା ଗଙ୍ଗାରେ ଅନେକ ବଡ଼ବଡ଼ିଆ ବୁଡ଼ ପକାଇଛନ୍ତି । ତାରାଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ବିରୋଧୀ ଓ ଶାସକ ଦଳ ପରସ୍ପର ଦୋଷ ଲଦାଲଦି ହୋଇଥିଲେ ।
ଅର୍ଚ୍ଚନାଙ୍କ ଘର, ଗାଡି, ଟଙ୍କା, ସୁନା ଗହଣା ସମେତ ଆହୁରୀ ଅନେକ ଜିନିଷକୁ ଜବତ କରାଯାଇଥିଲା । ଅର୍ଚ୍ଚନାଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ପୋଲିସ ଅଧିକାରୀ ପହଞ୍ଚିଥିଲେ । ଅର୍ଚ୍ଚନା ଅଳ୍ପ କେତେଟା ବର୍ଷ ମଧ୍ୟରେ କିପରି ଏତେ ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ବିଭିନ୍ନ ଆଧାରରେ ତଦନ୍ତ ଚାଲିବା ପରେ ଅର୍ଚ୍ଚନାଙ୍କୁ ଜେଲ୍ ଯିବାକୁ ପଡିଥିଲା । କିଛିଦିନ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ୍ ମିଳିଥିଲା । ତେବେ ଆଜି ଅର୍ଚ୍ଚନାଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଛି । ଆଗକୁ ଅନ୍ୟ ମାମଲା ଗୁଡିକରେ ବି ଜାମିନ୍ ମିଳିବ ନା ଅର୍ଚ୍ଚନା ଜେଲର ଚାରି କାନ୍ଥ ମଧ୍ୟରେ ରହିବେ ତାହା ଏବେ ଚର୍ଚ୍ଚାର ବିଷୟ ।
ଏହି ଖବର ପଢ଼ନ୍ତୁ -
ବର୍ଷାଙ୍କ ବୟାନ ପରେ ଚିହିଁଙ୍କି ଉଠିଲେ କି ଅନୁଭବ-ଜାଗ୍ରତି? ସୋସିଆଲ ମିଡ଼ିଆରେ ଟାର୍ଗେଟ୍Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।