ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ଚର୍ଚ୍ଚା; ଆସିଲା ଫରେନସିକ ତଥ୍ୟ..
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜ୍ୟର ସବୁଠୁ ବଡ଼ ଦେହ ବ୍ୟବସାୟ କୁହାଯାଉଥିବା ତଥା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ବ୍ୟବହାର କରୁଥିବା ମୋବାଇଲ, ଲାପଟପ୍, ପେନଡ୍ରାଇଭ ଗୁଡିକର ଫରେନସିକ ତଥ୍ୟ ପହଞ୍ଚିଛି । ଏସଏଫଏସଏଲ ନିକଟକୁ ତଥ୍ୟ ପାଇଁ ପଠାଇଥିଲା କମିସନରେଟ୍ ପୋଲିସ । ଏସଏଫଏସଏଲ ସେହି ତଥ୍ୟର ଦୁଇଟି କପିକୁ ପୋଲିସ ଏବଂ କୋର୍ଟକୁ ହସ୍ତାନ୍ତର କରାଯାଇଛି । ଏହି ତଥ୍ୟ ଏକ ବଡ଼ ପ୍ରମାଣ ଭାବରେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ପାଇଁ ନାଗଫାସ ପରି ହେବ ବୋଲି ଚର୍ଚ୍ଚା ହେଉଛି । ଟଙ୍କା ନେଣଦେଣଠାରୁ ଆରମ୍ଭ କରି ବ୍ଲୁ ଫିଲ୍ମ ପର୍ଯ୍ୟନ୍ତ ସମସ୍ତ ଘଟଣାର ମହାଖୁଲାସା ଖୁବ ଶୀଘ୍ର ହେବ ବୋଲି ଅନୁମାନ କରାଯାଉଛି । ଡିଲିଟ୍ ହୋଇଥିବା ଡାଟା ଗୁଡିକୁ ରିକଭର କରି ଏସଏଫଏଲ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ସମସ୍ତ ତଥ୍ୟକୁ ଏକ ହାର୍ଡଡିସ୍କ ମାଧ୍ୟମରେ ରଖାଯାଇଛି ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ ଘଟଣା ଉପରୁ ପରଦା ଉଠାଇବାକୁ ଚେଷ୍ଟା କରାଯାଉଛି । ଅର୍ଚ୍ଚନାଙ୍କୁ ଦୁଇଥର ରିମାଣ୍ଡରେ ନେଇ ଅନେକ ପଚରାଉଚରା କରିଥିଲା ଇଡି । ପ୍ରଥମେ କିଛି କହିନଥିବା ବେଳେ ଇଡିର ପ୍ରଶ୍ନକୁ ଦିଗହରା କରିବାକୁ ଏଣୁତେଣୁ କଥା କହିଥିଲେ ଅର୍ଚ୍ଚନା । ତେଣୁ ଦ୍ୱିତୀୟ ଥର ପୁଣିଥରେ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା । ବର୍ତ୍ତମାନ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ ଜଗବନ୍ଧୁ ଦୁହେଁ ଝାରପଡା ଜେଲରେ ଦିନ କାଟୁଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।