News18 Odia Digital
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହୋଇଛି। ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାଵ ଉପରେ ଆଲୋଚନା ଜାରି ହୋଇଛି। ଏହା ଭିତରେ ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ମନ୍ତବ୍ୟକୁ ନେଇ ଗୃହରେ ହାସ୍ଯାତ୍ମକ ପରିବେଶ ସୃଷ୍ଟି ହୋଇଛି।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ବେଳେ ବିଜେପି ବିଧାୟକ କହିଛନ୍ତି ଅର୍ଚ୍ଚନାକୁ ମୁଁ ହାତ ଯୋଡି ନମସ୍କାର କରୁଛି । କେତେ ଲୋକଙ୍କୁ ସମ୍ଭାଳି ଥିଲା। ଆଇପିଏସ୍, ଆଇଇଏସ୍ ଓ ଅନେକ ବଡ଼ବଡିଆକୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି ଓ ହାତ ଯୋଡି ନମସ୍କାର କରୁଛି କହି ବିଧାନସଭାରେ ନମସ୍କାର କରିଛନ୍ତି କେ ନାରାୟଣ ରାଓ।
ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ ରଖିଛନ୍ତି। ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ। ଏଥିରେ ଆର୍ଥିକ ଅପରାଧ କାରବାର ହୋଇଛି। ଶାସକ ଦଳର ଅନେକ ନେତା ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ରହିଛି । ତାଙ୍କ ମେଲ ଆଇଡିରୁ ୬୪ଜଣ ଙ୍କ ଫଟୋ ମିଳିଛି । ୫ ଟି ଡ଼ାଏରି, ୪ ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କିନ୍ତୁ ଅପରାଧୀକୁ ଖସେଇ ଦେବାକୁ ଉଦ୍ୟମ ହେଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ଚୁପ ରହିବା କେତେ ଦୂର ଉଚିତ ବୋଲି କହିଛନ୍ତି ମୋହନ ମାଝୀ।
କେବଳ ବିଜେପି ନୁହେଁ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ତତ୍କାଳୀନ ବାଚସ୍ପତିଙ୍କ ଚ୍ୟାମ୍ବରରେ ଅର୍ଚ୍ଚନାଙ୍କୁ ଦେଖିଛି। ସ୍ପିକରଙ୍କ ଚ୍ୟାମ୍ବରଙ୍କୁ ଆସିଥିଲେ ନାଗୁଣୀ, କିଏ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ତାରା। ବିଜେଡି ଓ ବିଜେପିର ଫଟୋ ବାହାରିଥିଲା । ବିଜେପିର ରାଜାଙ୍କ ଫଟୋ ବି ଥିଲା। କଂଗ୍ରେସର କେହି ନାହାନ୍ତି। ନାଗୁଣୀଙ୍କୁ ୬ ତାରିଖରେ ଗିରଫ କରାଗଲା ନାଗକୁ କେବେ ଗିରଫ କରାଗଲା ବୋଲି ପ୍ରଶ୍ନ କଲେ। ଯେତେ ତଥ୍ୟ ଥିଲା ସବୁ ପ୍ରମାଣ ନଷ୍ଟ କାରଗଲା। କଣ ପାଇଁ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଉତ୍ତର ରଖି କହିଛନ୍ତି, ସରକାର କେବେ ବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଅସତ୍ୟ। ନାଗ ଦମ୍ପତି ମାମଲାରେ ଦୁଇଟି ମାମଲା ହୋଇଥିଲା । ମାମଲା ଆଧାରରେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇଛି । ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଖଣ୍ଡଗିରି ଥାନାର ବି ମାମଲା ଜାରି ହୋଇଛି। ନାଗ ଦମ୍ପତିଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।