ପୁଅକୁ ଭେଟିଲେ ଅର୍ଚ୍ଚନା; ସ୍ୱାମୀଙ୍କ ଆଖିରେ ମିଶାଇଲେ ଆଖି

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଭେଟିଲେ ତାଙ୍କର କୁନି ପୁଅ । କୋର୍ଟଙ୍କ ଅନୁମତି ପରେ ମାଆ ପୁଅଙ୍କର ଭେଟ ଘାଟ ହୋଇଛି । ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ମଧ୍ୟ ଝିଅକୁ ଭେଟିଛନ୍ତି ।

ପୁଅକୁ ଭେଟିଲେ ଅର୍ଚ୍ଚନା; ସ୍ୱାମୀଙ୍କ ଆଖିରେ ମିଶାଇଲେ ଆଖି

ପୁଅକୁ ଭେଟିଲେ ଅର୍ଚ୍ଚନା; ସ୍ୱାମୀଙ୍କ ଆଖିରେ ମିଶାଇଲେ ଆଖି

  • News18 Odia
  • Last Updated :
  • Bhubaneswar, India
  • Share this:

News 18 Odia Digital


ଭୁବନେଶ୍ୱର; ଇଡି ଅଫିସରେ ମାଆକୁ ଭେଟିଲା ପୁଅ । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଭେଟିଲେ ତାଙ୍କର କୁନି ପୁଅ । କୋର୍ଟଙ୍କ ଅନୁମତି ପରେ ମାଆ ପୁଅଙ୍କର ଭେଟ ଘାଟ ହୋଇଛି । ଏତେ ସବୁ କେସ ଓ ଇଡିର ତନାଘନା ପରେ ଆଜି ମାଆ ପୁଅଙ୍କର ଭାବ ବିହ୍ୟୁଳ ପରିବେଶ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଅର୍ଚ୍ଚନାଙ୍କ ବାପା ମଧ୍ୟ ଝିଅକୁ ଭେଟିଛନ୍ତି ।



କେବଳ ସେତିକି ନୁହେଁ, କୋର୍ଟ ପରିସରରେ ସ୍ୱାମୀ, ସ୍ତ୍ରୀଙ୍କର ମଧ୍ୟ ଭେଟଘାଟ ହୋଇଛି । ଅନେକ ଦିନ ପରେ ମୁହାଁମୁହିଁ ହୋଇଥିଲେ ମଧ୍ୟ ପରସ୍ପର କଥା ହୋଇନଥିଲେ । କେବଳ କିଛି ସମୟ ଆଖିରେ ଆଖି ମିଶାଇ ଜଗବନ୍ଧୁ ଜେଲ୍ ଗଲେ ଏବଂ ଅର୍ଚ୍ଚନା କୋର୍ଟ ଭିତରକୁ ଯାଇଥିଲେ । ଗଣମାଧ୍ୟମ ଅନେକ ପ୍ରଶ୍ନ କରିଥିଲେ ମଧ୍ୟ ଅର୍ଚ୍ଚନା ପୂର୍ବଥର ପରି କିଛି ନକହି ବେଶ୍ ନୀରବ ଥିଲେ ଅର୍ଚ୍ଚନା । ଏହା ଭିତରେ ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୭ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି । ଜଗବନ୍ଧୁ ଚାନ୍ଦକୁ ୧୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଛି ଇଡି ।




ପ୍ରିଭେନଶନ ଅଫ ମନିଲଣ୍ଡ୍ରିଙ୍ଗ ଅନୁୟାୟୀ ଜଗବନ୍ଧୁଙ୍କୁ ଗିରଫ ଦର୍ଶାଇଛି ଇଡି । ପୂର୍ବରୁ କମିଶନରେଟ୍ ପୋଲିସ ଦ୍ୱାରା ଜଗବନ୍ଧୁ ଗିରଫ ହୋଇଥିଲା । ବେଆଇନ ଆର୍ଥିକ ବାରବାର ଲିଙ୍କରେ ୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା ।

Published by:Soubhagya Mishra
First published: