ଅର୍ଚ୍ଚନା ଜଗବନ୍ଧୁଙ୍କ କାର୍ ନିଶା; ଭେଲାର କାର୍ କିଣିବାକୁ ଥିଲା ପ୍ଲାନିଂ... ଜାଣନ୍ତୁ ଗାଡିର ଦାମ

ଭଳିକି ଭଳି ଦାମୀ କାର୍ କିଣିବାକୁ ସଉକ ରଖିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ନିକଟରେ ଆଉ ଏକ କାର୍ କିଣିବାକୁ ଯୋଜନା ରଖିଥିଲେ । ଅର୍ଚ୍ଚନା ଜଗବନ୍ଧୁଙ୍କ ଗାଡି ଚଳାଉଥିବା ଡ୍ରାଇଭର ଚନ୍ଦନକୁ ଅଧିକ ପଚରାଉଚରା କରାଯିବାରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ।

ଅର୍ଚ୍ଚନା ଜଗବନ୍ଧୁଙ୍କ କାର ନିଶା; ଭେଲାର କାର୍ କିଣିବାକୁ ଥିଲା ପ୍ଲାନିଂ... ଜାଣନ୍ତୁ ଗାଡିର ଦାମ

ଅର୍ଚ୍ଚନା ଜଗବନ୍ଧୁଙ୍କ କାର ନିଶା; ଭେଲାର କାର୍ କିଣିବାକୁ ଥିଲା ପ୍ଲାନିଂ... ଜାଣନ୍ତୁ ଗାଡିର ଦାମ

  • News18 Odia
  • Last Updated :
  • Bhubaneswar, India
  • Share this:


News 18 Odia Digital

ଭୁବନେଶ୍ୱର; ରାଜ୍ୟରେ ସବୁଠୁ ଚର୍ଚ୍ଚାରେ ଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ଇଡି ଯେତିକି ଯେତିକି ଅଧିକ ଖୋଳତାଡ କରୁଛି ରହସ୍ୟ ଧୀରେଧୀରେ ସେତେ ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି । ଭଳିକି ଭଳି ଦାମୀ କାର୍ କିଣିବାକୁ ସଉକ ରଖିଥିବା ଅର୍ଚ୍ଚନା ଓ ଜଗବନ୍ଧୁ ନିକଟରେ ଆଉ ଏକ କାର୍ କିଣିବାକୁ ଯୋଜନା ରଖିଥିଲେ । ଅର୍ଚ୍ଚନା ଜଗବନ୍ଧୁଙ୍କ ଗାଡି ଚଳାଉଥିବା ଡ୍ରାଇଭର ଚନ୍ଦନକୁ ଅଧିକ ପଚରାଉଚରା କରାଯିବାରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ।

ଲ୍ୟାଣ୍ଡ୍ ରୋଭର ଭେଲାର କାର୍ ବ୍ୟବହାର କରିବାକୁ ମନସ୍ଥ କରିଥିଲେ ନାଗ ଦମ୍ପତି । ଯାହାର ଦାମ ରହିଛି ୮୩ଲକ୍ଷରୁ ଉର୍ଦ୍ଧ । ବ୍ଲାକମେଲିଂ ଘଟଣା ସାମ୍ନାକୁ ଆସିବା ପୂର୍ବରୁ କାରଟି ବୁକ ମଧ୍ୟ କରାଯାଇଥିଲା । ଏଥିପାଇଁ ଆଗୁଆ ୩୫ ଲକ୍ଷ ଟଙ୍କା  ପୈଠ କରାଯାଇଥିବା ସୂଚନା ରହିଛି । ତେବେ କିଛି କାରଣରୁ ଗାଡି ବୁକିଂ କାର୍ଯ୍ୟ ସ୍ଥିର ରହିଥିଲା । ତେବେ ଅର୍ଚ୍ଚନାଙ୍କ ପାଖରେ ପୂର୍ବରୁ ମଧ୍ୟ କିଛି ବ୍ରାଣ୍ଡେଡ୍ କମ୍ପାନୀର କାର ରହିଛି । ଦାମୀ ଗାଡ଼ି ଥାଇ ମଧ୍ୟ ଆହୁରୀ ଗୋଟିଏ ଦାମୀ ଗାଡି ବୁକ୍ କରିବା କଥାରୁ ସ୍ପଷ୍ଟ ହେଉଛି ଯେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ଦାମୀ କାର୍ ପ୍ରତି ଅନେକ ସଉକ ରହିଛି । ତେବେ ଏହି ଦାମୀ ଗାଡି କିଣିବା କଥା ହିଁ ପ୍ରମାଣିତ କରୁଛି ଅର୍ଚ୍ଚନାଙ୍କ ନିକଟରେ କୋଟି କୋଟି ଟଙ୍କା ରହିଛି ।

କାର୍ ଶୋରୁମର ମାଲିକ ଗଙ୍ଗାଧର ସାମଲଙ୍କୁ ଜେରା କରାଯିବା ପରେ ସେ କହିଥିଲେ,  ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ କେଉଁଠୁ ଟଙ୍କା ଆଣି ଗାଡି ବୁକିଂ କରିଛନ୍ତି ତାହା ତାଙ୍କୁ ଜଣାନାହିଁ । ତାଙ୍କ କହିବାନୁଯାୟୀ ବ୍ୟାଙ୍କ ଚେକ ମାଧ୍ୟମରେ ଟଙ୍କା କାରବାର କରିଥିଲେ ନାଗ ଦମ୍ପତି ।

ସୂଚନାଯୋଗ୍ୟ, ଅର୍ଚ୍ଚନା ଜଗବନ୍ଧୁଙ୍କର ଏକ ନମ୍ୱର ନଥିବା ଏଣ୍ଡେଭର କାରକୁ ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଜବତ କରାଯାଇଥିଲା । ଗାଡିର ଚେଚିସ ନମ୍ୱର ଯାଞ୍ଚ କରିବା ପରେ ଗାଡିଟି ଅର୍ଚ୍ଚନାଙ୍କର ବୋଲି ଇଡି ଜାଣିବାକୁ ପାଇଥିଲା ।

Published by:Soubhagya Mishra
First published: