News18 Odia Digital
ଭୁବନେଶ୍ବର: ଇଡି ଅଫିସରେ କାନ୍ଦିଲେ ଅର୍ଚ୍ଚନା। କଇଁ କଇଁ ହୋଇ କାନ୍ଦିଲେ। ଜଗବନ୍ଧୁଙ୍କୁ ଦେଖି କୋହକୁ ଚାପି ରଖି ପାରିଲେ ନାହିଁ। ସ୍ବାମୀ ଅସୁସ୍ଥ ଥିବାରୁ ତାଙ୍କୁ ଧରି ପକାଇଥିଲେ ଅର୍ଚ୍ଚନା। ଇଡି ଅଧିକାରୀ ବାରଣ କରିବାରୁ ଭୋ ଭୋ ହୋଇ କାନ୍ଦି ଜଗବନ୍ଧୁଙ୍କୁ ପଚାରିଲେ, ଦେହ କେମିତି ଅଛି । ଜେରା ପୂର୍ବରୁ ଭାବିଥିଲେ ମନର କଥା ହେବେ। କିଛି ପୁରୁଣା ସ୍ମୃତିକୁ ମନର ଫରୁଆ ଫାଇଲରୁ ଓପନ କରିବେ। ହେଲେ ତାହା ସମ୍ଭବ ହେଲାନି। ଇଡିର ତଦନ୍ତକାରୀ ଅଫିସରଙ୍କ ଉପସ୍ଥିତି ଯୋଗୁଁ ମନର କଥା ହେବାରେ ବ୍ରେକ ଲାଗିଥିଲା।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ରିମାଣ୍ଡରେ ଆଣି ବେଆଇନ ଆର୍ଥିକ କାରବାର ଖିଅ ଖୋଜିବା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶଳୟ । ଗତକାଲି ଅର୍ଚ୍ଚନାଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ରିମାଣ୍ଡ ଆଣିଥିବା ବେଳେ ଆଜି ଜଗବନ୍ଧୁଙ୍କୁ ରିମାଣ୍ଡ ରେଆଣିଛି ଇଡି। ଉଭୟଙ୍କୁ ପ୍ରଥମେ ଅଲଗା ଅଲଗା ରୁମରେ ପରେ ମୁହାଁମୁହିଁ ଜେରା କରିଛି ଇଡି ।
ରାଜ୍ୟର ସବୁଠୁ ବଡ ସେକ୍ସଟ୍ରକ୍ସନ ଘଟଣାରେ ବେଆଇନ ଆର୍ଥିକ କାରବାର ତଦନ୍ତ କରୁଛି ଇଡି। ଆଜି ଜଗବନ୍ଧୁଙ୍କୁ ଝାରପଡା ଜେଲରୁ ନିଜ ହେପାଜକୁ ଆଣିଛି ତଦନ୍ତକାରୀ ଟିମ। ଗତକାଲି ଅର୍ଚ୍ଚନାଙ୍କୁ ନିଜ ହେପାଜତକୁ ଆଣିଥିଲା ଇଡି। ଆଜି ଉଭୟଙ୍କୁ କିଛି ଏମିତି ପ୍ରଶ୍ନ କରିଥିଲେ ତଦନ୍ତକାରୀ ଅଧିକାରୀ। ଉଭୟଙ୍କ ଇନକମ ସୋର୍ସ କଣ ? ଉଭୟଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କା କିଏ ଓ କାହିଁକି ଦେଇଛନ୍ତି ? କେଉଁଠୁ ଆଣିଥିଲେ ଏତେ ପରିମାଣର ଟଙ୍କା ? ହନିଟ୍ରାପ ପଛରେ ବ୍ଲାକମେଲିଂ ଘଟଣାର ସତ କଣ ? କେଉଁ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଠାରୁ ଆସିଛି ଟଙ୍କା ? କାହିଁକି କ୍ୟାସ ଆକାରରେ ଆଣୁଥିଲେ ମୋଟା ଅଙ୍କର ଟଙ୍କା ? ଖଗେଶ୍ବର ପାତ୍ରଙ୍କ ଗାଡି ସୋରୁମ ଆକାଉଣ୍ଟକୁ ପଠାଇଥିବା ଟଙ୍କା କାହାର ? ଏମିତି କିଛି ପ୍ରଶ୍ନ ନାଗ ଚାନ୍ଦ ଦମ୍ପତିଙ୍କୁ ପଚାରି ଥିଲା ଇଡି।
ଅର୍ଚ୍ଚନାଙ୍କ ଆଡଭୋକେଟ କହିଛନ୍ତି,"କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଇଡିକୁ ସହଯୋଗ କରିବୁ। ଯଦି ଇଡି ତାଙ୍କ ଆଡୁ କିଛି ଅବହେଳା କି ଅଣଦେଖା କରେ ତେବେ ଆମେ ଇଡି ବିରୋଧରେ କୋର୍ଟରେ ଦ୍ବାରସ୍ଥ ହେବୁ।
ଏ ନେଇ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, "ଇଡିକୁ ଅର୍ଚ୍ଚନା ଓ ଜଗବନ୍ଧୁ ସହଯୋଗ କରିବା ଉଚିତ୍। ଯଦି ସେ କରୁ ନାହାନ୍ତି , କିନ୍ତୁ ଏହା ସତ୍ୟ ଅନିୟମିତତା ଭାବରେ ଆର୍ଥିକ ଖୋଳତାଡ ଦିଗକୁ ଇଡି କେବେ ଛାଡ଼ିବ ନାହିଁ। ଶେଷରେ ଚାର୍ଜସିଟ୍ ଫାଇଲ କରିବ"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।