କୋର୍ଟରେ ହାଜର ହେଲେ ଅର୍ଚ୍ଚନା; ଗଣମାଧ୍ୟମ ଉପରେ ନିଆଁ ହୋଇ ବର୍ଷିଲେ

ଅର୍ଚ୍ଚନା ହାଜର ହେବା ସମୟରେ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କୁ ଟଙ୍କା ନେଣଦେଣ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉକ୍ତ ସମୟରେ ବିରକ୍ତ ହୋଇଥିଲେ ଅର୍ଚ୍ଚନା ।

କୋର୍ଟରେ ହାଜର ହେଲେ ଅର୍ଚ୍ଚନା; ଗଣମାଧ୍ୟମ ଉପରେ ନିଆଁ ହୋଇ ବର୍ଷିଲେ

କୋର୍ଟରେ ହାଜର ହେଲେ ଅର୍ଚ୍ଚନା; ଗଣମାଧ୍ୟମ ଉପରେ ନିଆଁ ହୋଇ ବର୍ଷିଲେ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କଡା ସୁରକ୍ଷା ବଳୟ ଭିତରେ ଆଜି ଏସଡିଜେଏମ୍‌ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ । କଡ଼ା ସୁରକ୍ଷା ଭିତରେ  ଝାରପଡ଼ା ଜେଲରୁ ଅର୍ଚ୍ଚନାଙ୍କୁ କୋର୍ଟ ପରିସରକୁ ଅଣାଯାଇଥିଲା। ଅର୍ଚ୍ଚନା ହାଜର ହେବା ସମୟରେ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କୁ ଟଙ୍କା ନେଣଦେଣ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉକ୍ତ ସମୟରେ ବିରକ୍ତ ହୋଇଥିଲେ ଅର୍ଚ୍ଚନା । ଗଣମାଧ୍ୟମକୁ କହିଥିଲେ ଆପଣମାନେ ଭଲ କାହାଣୀର ଚଳଚ୍ଚିତ୍ର ଚଳାଉଛନ୍ତି । ଗଣମାଧ୍ୟମ ନିରପେକ୍ଷ ରହୁନାହିଁ । ଟଙ୍କା ପ୍ରସଂଗରେ ପ୍ରଶ୍ନ କରିବାରୁ ଉତ୍ତରରେ କହିଥିଲେ ତମ ଘରୁ ଟଙ୍କା ଆଣିଛି । ଏହାସହ ଅର୍ଚ୍ଚନା କହିଛନ୍ତି ଯେ, ମତେ ଫସାଯାଇଛି । କିଏ ଓ କାହିଁକି ଫସାଇଛନ୍ତି ତାହାକୁ ଗଣମାଧ୍ୟମ ସାମ୍ନାକୁ ଆଣୁ ।

ସେପଟେ, କୋର୍ଟରେ ହାଜର ହେବାପରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାପାଇଁ ଇଡି ଆବେଦନ କରିବ ବୋଲି ସୂଚନା ରହିଛି । ପୁଣିଥରେ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଲେ ଆଉ କିଛି ତଥ୍ୟ ଇଡି ହାତକୁ ଆସିବ ବୋଲି ଆଶା ରହିଛି ।ତେବେ କଳା ସାମ୍ରାଜ୍ୟରେ ଆଉ କିଏ ଲିପ୍ତ ଅଛନ୍ତି କାହା ନାଁ ସାମ୍ନାକୁ ଆସିବ ସେନେଇ ଚର୍ଚ୍ଚା ଲାଗି ରହିଛି । ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଙ୍କୁ ଜେରା କରି କିଛି ତଥ୍ୟ ପାଇଛି । ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ଖଗେଶ୍ୱର, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଗଙ୍ଗାଧର ସାମଲ, ଶିବ ପ୍ରସାଦ ଦାସ, ପ୍ରଭାତ ରଞ୍ଜନ ପତି ଓ ପ୍ରମୋଦ ସ୍ୱାଇଁଙ୍କ ଠାରୁ ଇଡି ଅନେକ ତଥ୍ୟ ସଂଗ୍ରହ କରିଛି । ତେବେ ଆଗକୁ ମଧ୍ୟ ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ।
Published by:Soubhagya Mishra
First published: