ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»୩୯ ବର୍ଷ ପରେ ସମାଧାନ: ରାଜ୍ୟରେ ଏଣିକି ଆପାର୍ଟମେଣ୍ଟ୍ ଆସୋସିଏସନ୍ ବା ସୋସାଇଟି ହୋଇପାରିବ

୩୯ ବର୍ଷ ପରେ ସମାଧାନ: ରାଜ୍ୟରେ ଏଣିକି ଆପାର୍ଟମେଣ୍ଟ୍ ଆସୋସିଏସନ୍ ବା ସୋସାଇଟି ହୋଇପାରିବ

ଏଭଳି ଆପାର୍ଟମେଣ୍ଟ୍ ପରିଚାଳନା ନିୟମ ପୂର୍ବରୁ ଦେଶର ଏକାଧିକ ରାଜ୍ୟରେ ଲାଗୁ ହୋଇଥିଲେ ବି ଓଡ଼ିଶାରେ ଏହା ନ ଥିଲା । ଓଡ଼ିଶାରେ ବିଳମ୍ବରେ – ୧୯୮୦ ଦଶକରେ – ଓ ଧୀର ଗତିରେ ଆରମ୍ଭ ହୋଇଥିଲା ଆପାର୍ଟମେଣ୍ଟ୍ ସଂସ୍କୃତି ।

୩୯ ବର୍ଷ ପରେ ସମାଧାନ: ରାଜ୍ୟରେ ଏଣିକି ଆପାର୍ଟମେଣ୍ଟ୍ ଆସୋସିଏସନ୍ ବା ସୋସାଇଟି ହୋଇପାରିବ
ଭୁବନେଶ୍ୱରରେ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟ୍ ବିଲଡିଂ
  • News18 Odia
  • Last Updated: March 29, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆପାର୍ଟମେଣ୍ଟ ବାସିନ୍ଦା ତଥା ପରିଚାଳକମାନଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି ଆପାର୍ଟମେଣ୍ଟ ପରିଚାଳନା ବୋର୍ଡ଼ ବା ଆସୋସିଏସନ ଗଠନ କରିହେବ । ସରକାରୀଭାବେ ଗଠିତ ଆପେଲେଟ୍‌ ଅଥରିଟି ବା ବୋର୍ଡ଼ ପାଖରେ ଏଭଳି ଆପାର୍ଟମେଣ୍ଟ ଆସୋସିଏସନ ବା ସୋସାଇଟି ପଞ୍ଜୀକୃତ ହୋଇପାରିବ । ଦୀର୍ଘ ୩୯ ବର୍ଷ ପରେ ନୀତିଗତଭାବେ ଏଭଳି ବ୍ୟବସ୍ଥାକୁ ସରକାରୀ  ଅନୁମୋଦନ ମିଳିବ । ପୂର୍ବରୁ ୧୯୮୨ ମସିହାରେ ଏଭଳି ନିୟମ ଲାଗୁ କରିବା ପାଇଁ ଉଦ୍ୟମ  ଆରମ୍ଭ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।

ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି; ଜାଣନ୍ତୁ କେତେ

୧୯୮୨ ମସିହା ପରେ ଥରେ ୧୯୯୩ ମସିହାରେ, ତା’ ପରେ ୨୦୧୫ ମସିହାରେ ଆଉ ଶେଷ ଥର ପାଇଁ ୨୦୧୯ ମସିହାରେ ଓଡିଶା ଆପାର୍ଟମେଣ୍ଟ ଆସୋସିଏସନ୍‌ ବା ସୋସାଇଟିର ନୀତିଗତ ସରକାରୀ ପଞ୍ଜିକରଣ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । କିନ୍ତୁ ଏହା ବିଭିନ୍ନ କାରଣରୁ ସଫଳ ହୋଇପାରୁ ନ ଥିଲା। ଫଳରେ ବିଭିନ୍ନ ଆପାର୍ଟମେଣ୍ଟ୍‌ ଆସୋସିଏସନ କେଉଁ ସରକାରୀ ଅଫିସର୍‌ ବା ଅଧିକାରୀଙ୍କ ଅଧୀନରେ ପଞ୍ଜୀକୃତ  ହେବେ ସେ ନେଇ ଦେଖା ଦେଇଥିଲା ଅନିଶ୍ଚିତତା । କେହି ଏ.ଡି.ଏମ୍‌.ଙ୍କ ପାଖରେ ପଞ୍ଜୀକୃତ କରୁଥିଲେ ତ ଆଉ କେହି ନୋଟାରୀ ପାଖରେ ପଞ୍ଜୀକରଣ କରାଉଥିଲେ । ଅନେକ ମଧ୍ୟ ପଞ୍ଜୀକରଣକୁ ନେଇ ହଇରାଣ ହେଉଥିଲେ ।

ଏହା ବି ପଢ଼ନ୍ତୁ | Ind Vs Eng: ଭାରତ ଶେଷ ବଲ୍ରେ ଜିତିଲା ତୃତୀୟ ODI; ଇଂଲଣ୍ଡ ଲଗାତର ୬ଷ୍ଠ ODI ସିରିଜ୍ ହାରିଲା

‘‘ସଠିକ୍‌ ନିୟମ ନ ଥିବା କାରଣରୁ ରାଜ୍ୟରେ ଆପାର୍ଟମେଣ୍ଟ୍‌ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏହାର ସଠିକ୍‌ ପରିଚାଳନାକୁ ନେଇ ସମସ୍ୟା ଉପୁଜିଥିଲା । ନୀତିଗତ ଭାବେ ଏହି ଅସୁବିଧା ଏବେ ଦୂର ହେବା ସମ୍ଭାବନା ବଢ଼ିଛି । ଦୀର୍ଘ ୩୯ ବର୍ଷ ପରେ ରାଜ୍ୟରେ ଆପାର୍ଟମେଣ୍ଟଗୁଡ଼ିକର ପଞ୍ଜୀକରଣ ପାଇଁ ବାଟ ଫିଟିଛି । ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହା ଗଠନ ହେବାକୁ ଯାଉଛି । ଏହା ଦ୍ବାରା ଆପାର୍ଟମେଣ୍ଟ୍‌ ପରିଚାଳନାକୁ ନେଇ ବିଭିନ୍ନ ସମୟରେ ଉପୁଜୁଥିବା ସମସ୍ୟାର ତ୍ୱରିତ ସମାଧାନ ହୋଇପାରିବ ବୋଲି ଆଶା ଜାଗିଛି,’’ କହିଛନ୍ତି ଅଗ୍ରଣୀ ଜମି ଓ ଘର ପରିଚାଳନା ସଂସ୍ଥା 'ଆଫୋର୍ଡ'ର ସଭାପତି ନିଶୀଥ କୁମାର ନନ୍ଦ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଗର୍ଭବତୀ ଲିସା ହେଡେନ୍ 'ବିକିନି ଫଟୋଶୁଟ୍' କରାଇଲେ; ଫିଟ୍ନେସ୍ ଦେଖି ଫ୍ୟାନ୍ମାନେ ଚକିତ ହେଲେ

ସରକାରଙ୍କ ଏହି ଉଦ୍ୟମକୁ ଆପାର୍ଟମେଣ୍ଟ ପରିଚାଳକମାନେ ସ୍ବାଗତ କରିଛନ୍ତି । ଭୁବନେଶ୍ୱର ପଳାଶୁଣୀସ୍ଥିତ ଅଭିମନ୍ୟୁ ୱେଲଫେୟାର୍‌ ସୋସାଇଟିର ମାଲିକ ତଥା ପରିଚାଳକ ଆଶୁତୋଷ ସାମନ୍ତରାୟ କହିଛନ୍ତି, ‘‘ଅନେକ ସମୟରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନ ଥିବାରୁ ଆପାର୍ଟମେଣ୍ଟ୍‌ ପରିଚାଳନାକୁ ନେଇ ସମସ୍ୟା ଉପୁଜୁଥିଲା । କୌଣସି ଛୋଟ ବଡ଼ ସମସ୍ୟା ଉପୁଜିଲେ ତା’ର ସମାଧାନ ହୋଇପାରୁ ନ ଥିଲା । ସେହି କାରଣରୁ ଆପାର୍ଟମେଣ୍ଟ୍‌ ବାସିନ୍ଦାମାନେ ନିୟମିତ ଭାବେ ସମସ୍ୟାର ସାମ୍ନା କରୁଥିଲେ । ଏବେ ସେ ସବୁର ସମାଧାନ ହୋଇପାରିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯେବେ ରେସ୍ତୋରାଁର ବାଥରୁମ୍ରୁ ବାହାରିବା ବେଳେ ପ୍ୟାଣ୍ଟ୍ ଉଠାଇବାକୁ ଭୁଲିଗଲେ ମଲାଇକା ଅରୋଡ଼ା

ଏଭଳି ଆପାର୍ଟମେଣ୍ଟ ପରିଚାଳନା ନିୟମ ପୂର୍ବରୁ ଦେଶର ଏକାଧିକ ରାଜ୍ୟରେ ଲାଗୁ ହୋଇଥିଲା ବେଳେ ଓଡ଼ିଶାରେ ଏହା ନ ଥିଲା । କାରଣ ଓଡ଼ିଶାରେ ବିଳମ୍ବରେ – ୧୯୮୦ ଦଶକରେ – ଓ ଧୀର ଗତିରେ ଆରମ୍ଭ ହୋଇଥିଲା ଆପାର୍ଟମେଣ୍ଟ୍‌ ସଂସ୍କୃତି । ଏବେ ଏଥିରେ ଖୁବ୍‌ ଶୀଘ୍ର ଆହୁରି ଅଧିକ ସୁଧାର ଆସିବ ବୋଲି ଅନେକ ଆପାର୍ଟମେଣ୍ଟ ମାଲିକ ମତ ରଖିଛନ୍ତି ।



ବିଳମ୍ବରେ ହେଲେ ବି ଏହା ସ୍ୱାଗତଯୋଗ୍ୟ ଉଦ୍ୟମ ବୋଲି ଆଫୋର୍ଡ କହିଛି । ତେବେ ଏହି ନିୟମ ଦ୍ବାରା ବିଭିନ୍ନ ଆପାର୍ଟମେଣ୍ଟର ମାଲିକାନା ନେଇ କୌଣସି ସମାଧାନ ନ ଥିଲେ ବି ଆଗକୁ ଏ ଦିଗରେ ସରକାର ଗୁରୁତ୍ୱ ଦେବେ ବୋଲି ଆଫର୍ଡ ଆଶା ରଖିଛି ।
Published by: Anand ST Das
First published: March 29, 2021, 11:57 PM IST