ଅମିତ ଶାହଙ୍କ ନିକଟରେ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କଲେ ଅପରାଜିତା ଷଡ଼ଙ୍ଗୀ 

ଅପରାଜିତା ଷଡ଼ଙ୍ଗୀ  ଅମିତ ଶାହଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିଛନ୍ତି । ଶାହଙ୍କୁ ଅଗଷ୍ଟ ୮ ତାରିଖରେ ଓଡ଼ିଶା ଆସିବା ନେଇ ନିମନ୍ତ୍ରଣ କରିଛନ୍ତି ଅପରାଜିତା।

ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ  

ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ  

  • Share this:
News 18 Odia Digital

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ସାଂସଦ ହିସାବରେ ପ୍ରଥମ ଦୁଇ ବର୍ଷ ପରି ଏ ବର୍ଷର ମଧ୍ୟ ବାର୍ଷିକ ରିପୋର୍ଟ କାର୍ଡ଼ (ତୃତୀୟ ବର୍ଷ) ର ଉପସ୍ଥାପନା କରିଛନ୍ତି । ଶାହଙ୍କୁ  ଅଗଷ୍ଟ  ୮ ତାରିଖ ଓଡିଶା ଗସ୍ତ ପାଇଁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି  ଅପରାଜିତ l

ପ୍ରତି ବର୍ଷ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ତାଙ୍କର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିଥାନ୍ତି ା ଏଥିରେ ସେ ପ୍ରତି ବର୍ଷ କରିଥିବା ତାଙ୍କ ସଂସଦୀୟ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟ, ଅଭିଯୋଗର ଶୁଣାଣି ତଥା ଏହାର ସମାଧାନ ତଥା ଗତ ଦୁଇ ବର୍ଷ ମଧ୍ୟରେ ନିର୍ବାଚନମଣ୍ଡଳୀରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ନେଇ  ଅନେକ ଜିନିଷ ବାବଦରେ ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ  ସାଂସଦ ମହୋଦୟା ଗୃହମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ା
Published by:Sujit Swain
First published: