ନିଜ ସଂସଦୀୟ କ୍ଷେତ୍ରର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଅଣ୍ଟା ଭିଡ଼ିଲେ ସାଂସଦ ଅପରାଜିତା

ଲଗାତାର ଭାବରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ତ୍ଵରାନିତ କରିବା ପାଇଁ ସାଂସଦ ଅପରାଜିତା ଷଢ଼ଙ୍ଗୀ ଉଦ୍ୟମ ଆରମ୍ଭ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଧାର୍ଯ୍ୟ ସମୟରେ ଏହି ପ୍ରକଳ୍ପଗୁଡିକ ଶେଷ ବୋଲି ସାଂସଦ ଆଶା ବ୍ୟକ୍ତ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ସାଂସଦ ଅପରାଜିତା ଷଢ଼ଙ୍ଗୀ

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ସାଂସଦ ଅପରାଜିତା ଷଢ଼ଙ୍ଗୀ

  • Share this:
New18 Odia Digital

ଭୁବନେଶ୍ୱର: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲଗାତାର ଭାବରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ତ୍ଵରାନିତ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଧାର୍ଯ୍ୟ ସମୟରେ ଏହି ପ୍ରକଳ୍ପଗୁଡିକ ଶେଷ ବୋଲି ସାଂସଦ ଆଶା ବ୍ୟକ୍ତ କରିଛନ୍ତି।

ମଙ୍ଗଳବାର ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ର ସଡ଼କ, ପରିବହନ ଓ ରାଷ୍ଟ୍ରୀୟ ମହାମାର୍ଗ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କିଛି ପ୍ରସଙ୍ଗରେ ମଞ୍ଜୁରୀ ଦାବି କରିଥିଲେ। ବିଶେଷ କରି ବିଗତ ଦିନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜନସାଧାରଣ ବିଭିନ୍ନ ସମୟରେ ଉଠାଇଥିବା ଅସୁବିଧା ଓ ଆବଶ୍ୟକତାକୁ ପୁରଣ କରିବାକୁ ସେ ଅନୁରୋଧ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସହ ସାଂସଦ ଅପରାଜିତା ଷଢ଼ଙ୍ଗୀ


ଏହି ଆଲୋଚନରେ କିଛି ସଫଳ ଭାବେ ମଞ୍ଜୁରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକ6 ହେଲା ଭୁବନେଶ୍ୱର କସମୋ ପଲିସ  ଅଞ୍ଚଳରେ ୨୦ କୋଟି ପୁଞ୍ଜି ବିନିଯୋଗରେ ଫ୍ଲାଇ ଓଭର ନିର୍ମାଣ  । ଏହା ସହିତ ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଅଞ୍ଚଳର ହୋଟେଲ କ୍ରାଉନ୍ ଠାରେ  ଓ ସତସଙ୍ଗ ବିହାର ଠାରେ ୩କୋଟି ୨୨ ଲକ୍ଷ ବିନିଯୋଗରେ  ଦୁଇଟି ଫୁଟ ଓଭର ବ୍ରିଜ ନିର୍ମାଣ ହେବ। ଏଥି ସହିତ ବୃହତ ପ୍ରକଳ୍ପ କ୍ୟାପିଟାଲ ରିଜିୟନ ରୋଡ଼  ଓ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ ବିପୁଳ ପୁଞ୍ଜି ବିନିଯୋଗରେ ବାଇପାସ ରୋଡ଼ ନିର୍ମାଣ ହେବ l ଏହି ତିନୋଟି ପ୍ରକଳ୍ପରେ ସର୍ବମୋଟ ୫୭୬୭ କୋଟି ୨୨ ଲକ୍ଷ ଟଙ୍କା ବିନିଯୋଗ ହେବ l

ଏହି କାର୍ଯ୍ୟକ୍ରମ ପାଇଁ ସାଂସଦ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏବଂ ବିଭଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ଧନ୍ୟବାଦ ଜଣେଇଛନ୍ତି l

ସେହିଭଳି ନିଜ ସଂସଦୀୟ କ୍ଷେତ୍ରରେ କିଛି ରେଳ ପ୍ରକଳ୍ପ ପ୍ରସଙ୍ଗରେ ଅପରାଜିତା ବୁଧବାର ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ସହିତ କିଛି ଅନୁରୋଧ ମଧ୍ୟ ରଖିଛନ୍ତି l ସାଂସଦଙ୍କ ଅନୁରୋଧ କ୍ରମେ ଦୁଇଟି ପ୍ରକଳ୍ପକୁ ଅନୁମତି ମିଳିଛି ବୋଲି ଟ୍ୱିଟ କରିଛନ୍ତି ଅପରାଜିତା। ସେ ଭିତରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା  ଓ  ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ

। ଏହି କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ରଖିଥିବାରୁ କରିଥିବାରୁ ସାଂସଦ ଅପରାଜିତା ଧନ୍ୟବାଦ ଜଣାଇଛନ୍ତି।
Published by:Soumya Das
First published: