ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଅପରାଜିତା ଷଡ଼ଙ୍ଗୀ

ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଥିବା କାରଣରୁ ରାଜ୍ୟର ବ୍ୟାପକ ରାଜସ୍ୱ ହାନି ହୋଇଛି। ୨୦୨୦ ମାର୍ଚ୍ଚ ୩୧ରେ ନିଲାମ ହୋଇଥିବା ୨୦ଟି ଖଣିରେ ଏଭଳି ବ୍ୟାପକ ଦୁର୍ନୀତି ହୋଉଛି ବୋଲି ସ୍ପଷ୍ଟ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ଷଢଙ୍ଗୀ (ପ୍ରତୀକାତ୍ମକ ଛବି)

ଅପରାଜିତା ଷଢଙ୍ଗୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ। ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗରେ ଆଣିଲେ ସାଂଘାତିକ ଅଭିଯୋଗ। ତାଙ୍କ ଅଭିଯୋଗ ହେଲା ଯେ ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶ।ରେ ସବୁଠୁ ବଡ଼ ମାଇନିଂ ସ୍କାମ୍ ହୋଇଛି। ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଥିବା କାରଣରୁ ରାଜ୍ୟର ବ୍ୟାପକ ରାଜସ୍ୱ ହାନି ହୋଇଛି। ୨୦୨୦ ମାର୍ଚ୍ଚ ୩୧ରେ ନିଲାମ ହୋଇଥିବା ୨୦ଟି ଖଣିରେ ଏଭଳି ବ୍ୟାପକ ଦୁର୍ନୀତି ହୋଉଛି ବୋଲି ସେ ସ୍ପଷ୍ଟ ଅଭିଯୋଗ କରିଛନ୍ତି।

ତଥ୍ୟ ସହିତ ଅପରାଜିତା ଅଭିଯୋଗ କରିଛନ୍ତି ଯେ, ୨୦୧୯-୨୦ ଆର୍ଥିକ ବର୍ଷରେ ଯେଉଁ ମାନର ଲୁହା ପଥର ଉତ୍ତୋଳନ ହେଉଥିଲା ନିଲାମ ହେବା ପରେ ୨୦୨୧ରେ ଲୁହା ପଥରମାନ ଜାଣିଶୁଣି ଖସାଇ ଦିଆଗଲା। ଅର୍ଥାତ କାଗଜପତ୍ରରେ ଅତି ଚତୁରତାର ସହିତ ଉଚ୍ଚମାନର ଲୁହା ପଥରକୁ ନିମ୍ନମାନର ଲୁହା ପଥରରେ ପରିଣତ କରି ରପ୍ତାନୀ କରାଯାଇଥିଲା। ୬ଟି ଖଣିରେ ଉତ୍ତୋଳନ ଖଣିଜ ସମ୍ପଦ କେମିତି ଭାବରେ ନିମ୍ନମାନର କରାଯାଇଥିଲା ସେ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା।

ସେ କହିଛନ୍ତି ଯେ ଏହାଦ୍ୱାରା ବ୍ୟାପକ ରାଜସ୍ୱ କ୍ଷତି ହେଲା। ରାଜ୍ୟ ରାଜକୋଷକୁ ରାଜସ୍ୱ ଆସିଲାନାହିଁ। ଫାଇନ୍ସ ଶ୍ରେଣୀୟ ଖଣିଜ ପଦାର୍ଥରେ ୧ ଲକ୍ଷ ଟନରେ ୪୧ କୋଟି ଓ ୧୦ ଲକ୍ଷ ଟନରେ ୪୧୪ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ଲମ୍ପ୍ସ ଜାତୀୟ ଖଣିଜ ପଦାର୍ଥରେ ୧ ଲକ୍ଷ ଟନରେ ୬୨ କୋଟି ଓ ୧୦ ଲକ୍ଷ ଟନରେ ୬୨୬ କୋଟି କ୍ଷତି ହୋଇଛି।

ଏହଦ୍ୱାରା ଅନ୍ୟ ଦେଶକୁ ନିମ୍ନମାନର ଲୁହା ପଥର ରପ୍ତାନୀ କରାଗଲା ବୋଲି ଦର୍ଶାଗଲା ଯେଉଁଥିପାଇଁ ଏକ୍ସପର୍ଟ ଡ୍ୟୁଟି ମଧ୍ୟ କମିଗଲା। ଏହା ଖଣି ମାଲିକମାନଙ୍କୁ ସୁହାଇଲା। ଏହି କାରଣରୁ ଡିଏମ ଫଣ୍ଡରେ ମଧ୍ୟ ଯେତେ ଟଙ୍କା ଆଦାୟ ହୋଇଛି ତାହା ମଧ୍ୟ ଖର୍ଚ୍ଚ ନହୋଇ ପଡ଼ି ରହି ଥିବାରୁ ଏହାର୍ ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା।

ସେ କହିଛନ୍ତି ଯେ, ନିମ୍ନମାନର ଖଣି ଉତ୍ପାଦନ ହେବା ଦ୍ୱାରା ହାରାହାରି ବିକ୍ରୟ ମୂଲ୍ୟ କମିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ କମ୍ ପ୍ରିମିୟମ ଦେବା ପାଇଁ ପଡ଼ିଥାଏ। ଏହା ସହିତ ଉତ୍ପାଦିତ ହୋଇଥିବା ଲୁହା ପଥର ଉପରେ ,୩୦ ପ୍ରତିଶତ ଏକ୍ସପର୍ଟ ଡ୍ୟୁଟି ଦେବା ପାଇଁ ପଡ଼ିବ ନାହିଁ। ଏହାଦ୍ବାରା ଡିଏମଏଫ ଫଣ୍ଡକୁ ଆସୁଥିବା ଅର୍ଥର ପରିମାଣ ମଧ୍ୟ କମିଯିବ।

ତେବେ ଖୁବ୍ ଶୀଘ୍ର ଅନ୍ୟ ୧୪ଟି ଖଣିରେ ହୋଇଥିବା ଅନିୟମିତତା ତଥ୍ୟ ସେ ଉନ୍ମୋଚିତ କରିବେ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଏଥି ସହିତ ରାଜ୍ୟ ସରକାର ତଥ୍ୟ ଓ ପ୍ରମାଣ ସହିତ ତାଙ୍କ ଅଭିଯୋଗର ଉତ୍ତର ରଖିବାକୁ ସେ ଆହ୍ୱାନ ଦେଇଛନ୍ତି। ତେଵେ ସରକାରୀ ଦଳ ପକ୍ଷରୁ ଏ ନେଇ କୌଣସି ଉତ୍ତର ରଖାଯାଇନାହିଁ।
Published by:Lipina Das
First published: