ଦୁବାଇରେ ଏମିତି କଣ କହିଦେଲେ ମୁଖ୍ୟମନ୍ତ୍ରୀ; ତାଳି ମାଡ଼ରେ କମ୍ପି ଉଠିଲା ସମ୍ମିଳନୀ ସ୍ଥାନ

ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଞ୍ଚରୁ ଥାଇ ନବୀନ ଓଡ଼ିଆରେ କହିଥିଲେ ମୋ ପ୍ରିୟ ଭାଇ ଓ ଭଉଣୀମାନେ ଆଉ ପଚାରିଥିଲେ ଆପଣ ମାନେ ଖୁସି ତ ?

ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

ନବୀନ ପଟ୍ଟନାୟକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଞ୍ଚରୁ ଥାଇ ନବୀନ ଓଡ଼ିଆରେ କହିଥିଲେ ମୋ ପ୍ରିୟ ଭାଇ ଓ ଭଉଣୀମାନେ ଆଉ ପଚାରିଥିଲେ ଆପଣ ମାନେ ଖୁସି ତ ? ପ୍ରତି ଉତ୍ତରରେ ତାଳି ମାରି ନବୀନଙ୍କ କଥାକୁ ଗ୍ରହଣ କରିଥିବା ବେଳେ ନବୀନ କହିଥିଲେ ମୁଁ ବି ବହୁତ ଖୁସି। ନବୀନଙ୍କ ଏହି ଦୁଇ ପଦ ଓଡ଼ିଆ ବେଶ୍ ମୁଗ୍ଧ କରିଥିଲା ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କୁ। ମଞ୍ଚ ଉପରେ ଉପସ୍ଥିତ ସମସ୍ତ ଅତିଥି ବି ଉପଭୋଗ କରିଥିଲେ।  ଏହି ଭିଡିଓ ଏବେ ଭାଇରାଲ ହେଉଛି।

ପ୍ରବାସୀ ଓଡ଼ିଆଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ। ଏହା ସହ କଳା ସଂସ୍କୃତି ନେଇ ଭାବର ଆଦାନ ପ୍ରଦାନ କରିଥିଲେ।

ଆପଣ ମାନେ ଖୁସି ତ ? ମୁଁ ବି ବହୁତ ଖୁସି.... ନବୀନଙ୍କ ନିଆରା ଅନ୍ଦାଜର ଏହି ଦୁଇ ପଦ ବେଶ ଲୋକ ପ୍ରିୟ ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମରେ ନବୀନ ପଚାରନ୍ତି ଆପଣ ମାନେ ଖୁସି ତ , ମୁଁ ବି ବହୁତ ଖୁସି। ଏହାକୁ ନେଇ ବେଶ ଚର୍ଚ୍ଚା ହେଉଥିବା ଏହାକୁ ନେଇ ବିରୋଧୀ ବି ସମାଲୋଚନା କରିଥିଲେ। କିନ୍ତୁ ନବୀନଙ୍କ ଏହି ଦୁଇ ପଦ ଏତେ ଲୋକ ପ୍ରିୟ ହୋଇଥିଲା ଯେ ଏହାକୁ ନେଇ ଗୀତ ବାହାରିଥିଲା। ନବୀନଙ୍କ ଏହି ଦୁଇ ପଦ ଏବେ ବେଶ ଚର୍ଚ୍ଚାରେ। ଗତ ୨୦ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଅଛନ୍ତି।

ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,ମୁଖ୍ୟ ଶାସନ ସଚିବ, 5T ସଚିବ , ପୂର୍ବତନ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚ ତଳେ ଥିଲେ ପ୍ରବାସୀ ଓଡ଼ିଆ।

ଆଜି ଓଡ଼ିଶା ଫେରିବେ। ଏହି ସମୟରେ ପ୍ରଥମେ ଇଟାଲୀ ରୋମ ଗସ୍ତ ସାରି ଦୁବାଇରେ ପହଞ୍ଚିଥିଲେ। ପୋପଙ୍କୁ ଭେଟିବା ସହ ସେଠାରେ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ପରେ ଦୁବାଇ ଫେରି ଗତକାଲି ଦୁବାଇ ଇନଭେଷ୍ଟର ମିଟରେ ଯୋଗ ଦେଇଥିଲେ। ପ୍ରାୟ ୧୫୦ କମ୍ପାନୀ ଏଥିରେ ସାମିଲ ହୋଇଥିବା ବେଳେ ୨୧ ହଜାର କୋଟିର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି।

ଏହି ବୈଠକ ପରେ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭେଟ ଘାଟ କରିଥିଲେ। ପ୍ରାୟ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ। ପୂର୍ବରୁ ୨୦୧୨ ରେ ଶେଷ ଥର ପାଇଁ ବିଦେଶ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ।ଏହି ବୈଠକ ପରେ ନବୀନଙ୍କ ବିଦେଶ ଗସ୍ତ ଶେଷ ହୋଇଛି।
Published by:Soumya Das
First published: