News18 Odia Digital
କଟକ: ପୁଣିଥରେ ଚର୍ଚ୍ଚାକୁ ଆସିଛି ଓଲ୍ଉଡର ହଟ୍ ଯୋଡ଼ି ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତିଙ୍କ (Anubhav Mohanty) ଭିତରେ ଚାଲିଥିବା ବୈବାହିକ ବିବାଦ । ସେହି ବିବାଦ ଏକ ନୂଆ ମୋଡ଼ ନେଇ ପୁଣି ଥରେ ଥାନାରେ ପହଞ୍ଚିଛି । ନିଜ ଶାଶୁଘରେ ରହୁଥିବା ବର୍ଷା ଏ ଥର ଥାନାରେ ଏତାଲା ଦେଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରିଦେବାକୁ ଯୋଜନା କରୁଛନ୍ତି । ହେଲେ ବର୍ଷାଙ୍କ ଶାଶୁ, ଅର୍ଥାତ ଅନୁଭବଙ୍କ ମା’ ମଧୁସ୍ମିତା ମହାନ୍ତି, ଏହି ଅଭିଯୋଗକୁ ଖଣ୍ଡନ କରି ଏକ ପାଲଟା ଏତାଲା ଦେଇଛନ୍ତି ।
ନିଜ ଏତାଲାରେ ବର୍ଷା ଅଭିଯୋଗ କରିଛନ୍ତି ଯେ ଘର ମରାମତି ନାଁରେ ଶାଶୁଘର ଲୋକେ ତାଙ୍କୁ ଘରୁ ବାହାର କରିଦେବାକୁ ଯୋଜନା କରୁଛନ୍ତି । କଟକ ପୁରୀଘାଟ ଥାନାରେ ଏହି ଏତଲାରେ ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଯେ ତାଙ୍କୁ ଶାଶୁଘରୁ ବାହାରି ଯାଇ ୧୦ ଦିନ ବାହାରେ ରହିବାକୁ କୁହାଯାଉଛି । ତାଙ୍କ ପାଖରେ ରହିବା ପାଇଁ ଆଉ ବିକଳ୍ପ ସ୍ଥାନ ନ ଥିବା ଦର୍ଶାଇ ତାଙ୍କୁ ନିଜ ଶାଶୁଘରେ ରହିବାରେ ସାହାଯ୍ୟ କରିବାକୁ ଓ ସୁରକ୍ଷା ଦେବାକୁ ବର୍ଷା ପୋଲିସକୁ ଅନୁରୋଧ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଘର ତିଆରି ପାଇଁ ଗୋଲ୍ଡ ଲୋନ୍ କରିବାକୁ ପତି ଗହଣା ମାଗିଲାରୁ ସ୍ତ୍ରୀ ଛାଡ଼ପତ୍ରର ଧମକ ଦେଲେ‘‘ପାଣି ପାଇପ୍ ଓ ପାଣି ଟାଙ୍କି ମରାମତି ହେବ ବୋଲି କହି ମୋ’ ଶାଶୁ ମୋତେ ୧୦ ଦିନ ବାହାରେ ଯାଇ ରହିବା ପାଇଁ କହିଛନ୍ତି । ଜାଣିଶୁଣି ମୋତେ ଘରୁ ବାହାର କରିଦେବାକୁ ଏହା ଏକ ଯୋଜନା ବୋଲି ମୁଁ ଭାବୁଛି… କୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ଶାଶୁଘରେ ରହୁଛି । ଶାଶୁଘର ଛଡା ଅନ୍ୟ କେଉଁଠି ରହିବାର ବିକଳ୍ପ ମୋ’ ପାଖରେ ନାହିଁ… ତେଣୁ ମୋତେ ପୋଲିସ ସୁରକ୍ଷା ଜରୁରୀ,’’ ଇଂରାଜୀରେ ଲେଖିଥିବା ନିଜ ଏତାଲାରେ କହିଛନ୍ତି ଓଲିଉଡ ଅଭନେତ୍ରୀ ବର୍ଷା ।

ଅନୁଭବ ମହାନ୍ତି ଓ ତାଙ୍କ ମା’ ମଧୁସ୍ମିତା ମହାନ୍ତି
ହେଲେ ବର୍ଷାଙ୍କ ନାଁରେ ପାଲଟା ଏତଲା ଦେଇଛନ୍ତି ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି (Anubhav Mohanty mother Madhusmita Mohanty) । ଘର ମରାମତି ପାଇଁ ପରିବାର ଲୋକେ ବାହାରେ ରହିବାକୁ ନିଷ୍ପତ୍ତି ହୋଇଛି ଓ ସେଇଥି ପାଇଁ ୧୦ ଦିନ ବାହାରେ ରହିବାକୁ ବର୍ଷାଙ୍କୁ କୁହାଯାଇଥିବା ଉଲ୍ଲେଖ କରିଛନ୍ତି ସେ ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ୱାମୀ, ଉଦ୍ଧାର କରାଗଲା‘‘ବର୍ଷାଙ୍କୁ ନିଜ ବାପ ଘର କଟକ ବକ୍ସି ବଜାରରେ (Cuttack Buxi Bazar) ରହି ଘର ମରାମତି କାମ ତଦାରଖ କରିବାକୁ କୁହାଯାଇଥିଲା । ହେଲେ ସେ ଶୁଣୁନାହାନ୍ତି ଓ ପୂରା ପରିବାର ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି… ପୋଲିସ ଚାହିଁଲେ ଘରକୁ ଆସି ମରାମତି କାମ ଚାଲୁଛି ନା ନାହିଁ ତାହା ଦେଖିପାରିବେ,’’ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ମଧୁସ୍ମିତା ମହାନ୍ତି ।

ଅନୁଭବଙ୍କ ଘରେ ଗଣେଶ ପୂଜା ସମୟରେ ବର୍ଷା (ଡାହାଣ)
ଗତ ଜୁଲାଇରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଛାଡ଼ପତ୍ର ଆବେଦନ (divorce petition) କରିଥିଲେ ପୂର୍ବ ଅଭିନେତା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ବିଜେଡି ଏମ୍.ପି. ଅନୁଭବ ମହାନ୍ତି (Kendrapada MP Anubhav Mohanty)। ଏହାକୁ ଚ୍ୟାଲେଞ୍ଜ କରି ମାମଲାକୁ କଟକ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମ କୋର୍ଟ ଯାଇଥିଲେ ବର୍ଷା । ଆବେଦନର ଶୁଣାଣି କରି ଅକ୍ଟୋବର ୧୬ରେ କୋର୍ଟ କହିଥିଲେ ଯେ ମଧ୍ୟସ୍ଥିଙ୍କ ଦ୍ବାରା ଆପୋଷ ବୁଝାମଣା ହେଉ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ | ନିଜ ପିଠିକୁ JCB ମାଟି ଖୋଳା ମେସିନରେ କୁଣ୍ଡାଇଲେ ଏହି ବ୍ୟକ୍ତି; VIDEO ଆପଣଙ୍କୁ ଚକିତ କରିବ!‘‘ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲଙ୍କ ସହ ପରାମର୍ଶ ଓ ଆଲୋଚନା ପରେ ନଭେମ୍ବର ୧୫ରେ ମଧ୍ୟସ୍ଥତା କରିବାକୁ ନିଷ୍ପତ୍ତି ହୋଇଛି । ଦୀପାବଳୀ ଛୁଟି ଥିବାରୁ ତାରିଖ ପରିବର୍ତ୍ତନ ହୋଇପାରେ। ମଧ୍ୟସ୍ଥିଙ୍କ ଆଲୋଚନା ଆଧାରରେ ମାମଲାର ଶୁଣାଣି ଡିସେମ୍ବର ୩ରେ କରିପାରନ୍ତି ସୁପ୍ରିମ କୋର୍ଟ,’’ କହିଛନ୍ତି ଅନୁଭବଙ୍କ ଆଡଭୋକେଟ୍ ଅଶ୍ୱିନୀ ଦୁବେ ।
ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବର୍ଷା ପ୍ରିୟଦର୍ଶିନୀଙ୍କୁ କେହି ଜଣେ ଦୁର୍ବୃତ୍ତ ଏକ ବେନାମୀ ଚିଠି ଦେଇଛି ବୋଲି ସେ ଜଣେଇଛନ୍ତି । ଚିଠିରେ ତାଙ୍କୁ ଗାଳିଗୁଲଜ କରାଯିବା ସହ ତାଙ୍କ ଚରିତ୍ର ସଂହାର କରାଯାଇଥିବା ବି ଅଭିଯୋଗ ହୋଇିଛି । ଏ ନେଇ କଟକ ପୁରୀଘାଟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା । ପୋଲିସ ସମଗ୍ର ମାମଲାର ଅନୁସନ୍ଧାନ କରିବା ଆରମ୍ଭ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।