ଯୋଡ଼ ହସ୍ତରେ କୋର୍ଟଙ୍କୁ ଅନୁଭବଙ୍କ ପ୍ରାର୍ଥନା: 'ମୋତେ ଏହି ବିବାଦରୁ ମୁକ୍ତି ଦିଆଯାଉ'

"୭ ବର୍ଷ ହେଲା ମୁଁ ବିବାହ କରିଛି । କିନ୍ତୁ ମୋ ପତ୍ନୀଙ୍କ ସହ ମୋର ବୈବାହିକ ସମ୍ପର୍କ ସ୍ଥାପିତ ହୋଇନାହିଁ । ମୋ ବାପାଙ୍କୁ ୭୦ ବର୍ଷ ବୟସ ହେଲାଣି । ଏହି କାରଣ ପାଇଁ ସେ ଏସବୁକୁ ଦେଖି ସବୁଦିନ ସକାଳୁ କାନ୍ଦୁଛନ୍ତି । ମୋ ପରିବାରରେ ଅଶାନ୍ତି ଲାଗି ରହୁଛି । ମୋର କୋର୍ଟଙ୍କ ଉପରେ ଭରସା ରହିଛି,.... ମୋତେ ଉପଯୁକ୍ତ ନ୍ୟାୟମିଳିବ"

ଯୋଡ଼ ହସ୍ତରେ କୋର୍ଟଙ୍କୁ ଅନୁଭବଙ୍କ ପ୍ରାର୍ଥନା: 'ମୋତେ ଏହି ବିବାଦରୁ ମୁକ୍ତି ଦିଆଯାଉ'
ପ୍ରଥମ ଥର SDJM କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି
  • News18 Odia
  • Last Updated: December 19, 2020, 12:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଜାରି ରହିଥିବା ଆଇନଗତ ଲଢ଼େଇ କ୍ରମରେ ଶୁକ୍ରବାର ଦିନ ପ୍ରଥମ ଥର ଲାଗି କୋର୍ଟରେ ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କ ପକ୍ଷରୁ କଟକ SDJMଙ୍କ କୋର୍ଟରେ ଦାୟର ହୋଇଥିବା ଘରୋଇ ହିଂସା ମାମଲାର ଶୁଣାଣି ସମୟରେ ଅନୁଭବ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଥିଲେ । ଏହା ସହିତ କୋର୍ଟଙ୍କ ସମ୍ମୁଖରେ ଯୋଡ଼ ହସ୍ତରେ ନେହୁରା ମଧ୍ୟ ହୋଇଥିଲେ ।

"୭ ବର୍ଷ ହେଲାଣି ମୁଁ ବିବାହ କରିଛି । କିନ୍ତୁ ମୋ ପତ୍ନୀଙ୍କ ସହ ମୋର ବୈବାହିକ ସମ୍ପର୍କ ସ୍ଥାପିତ ହୋଇନାହିଁ । ମୋ ବାପାଙ୍କୁ ୭୦ ବର୍ଷ ବୟସ ହେଲାଣି । ଏହି କାରଣ ପାଇଁ ସେ ଏସବୁକୁ ଦେଖି ସବୁଦିନ ସକାଳୁ କାନ୍ଦୁଛନ୍ତି । ମୋ ପରିବାରରେ ଅଶାନ୍ତି ଲାଗି ରହୁଛି । ମୋର କୋର୍ଟଙ୍କ ଉପରେ ଭରସା ରହିଛି,.... ମୋତେ ଉପଯୁକ୍ତ ନ୍ୟାୟମିଳିବ" ଏହିପରି କୋର୍ଟରେ କହିଛନ୍ତି ଅନୁଭବ । ଏହାକୁ ଶୁଣିବା ପରେ କୋର୍ଟ ତାଙ୍କୁ ଆପସ ବୁଛାମଣା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ଏହା ଅନୁଭବ କୋର୍ଟଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିବାକୁ ଯାଇ ଯୋଡ଼ ହସ୍ତରେ କହିଥିଲେ ଯେ "ଏବେ ଏହା ସୁପ୍ରିମ କୋର୍ଟରେ ବିଚାରଧିନ ରହିଛି ଓ ମୋତେ ଏହି ବିବାଦରୁ ମୁକ୍ତି ଦିଆଯାଉ ।"

ଏହା ପରେ କୋର୍ଟ ବାହାରକୁ ଆସି ଅନୁଭବ ଅପେକ୍ଷାରତ ଗଣ ମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ "ମୁଁ ମୋର ପକ୍ଷ ରଖିଛି .. ଯିଏ ଦୋଷୀ ତାକୁ ଦଣ୍ଡ ମିଳୁ.. ଯିଏ ଠିକ ଅଛି ତାକୁ ନ୍ୟାୟ ମିଳୁ । ମୋର ପୂରା ଭରଷା ମାନ୍ୟବର କୋର୍ଟଙ୍କ ଉପରେ ରହିଛି । ମୋର ବିଶ୍ବାସ ନ୍ୟାୟ ନିଶ୍ଚିତ ମିଳିବ"

କୋର୍ଟରେ ହାଜର ହେବା ସହ ଏକ ସତ୍ୟପାଠ ମଧ୍ୟ ଦାୟର କରିଥିଲେ ଅନୁଭବ । ତାଙ୍କ ଛାଡ଼ପତ୍ର ମାମଲା ଦାୟର କରିବା ସମୟରେ ସେ ଯେଉଁ ଯେଉଁ କଥା ଉଲ୍ଲେଖ କରିଥିଲେ ସେହି ସମସ୍ତ କଥା ସେ କଟକ ଏସଡିଜେଏମଙ୍କ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିବା ଆଇନଜୀବୀମାନଙ୍କ ସୁତ୍ରରୁ ଜଣା ପଡ଼ିଛି । ଏହା ସହିତ ଏହି ସତ୍ୟାପାଠରେ ସେ ତାଙ୍କ ପରିବାର ଲୋକଙ୍କ ସ୍ଥିତି ଓ ତାଙ୍କ ସାମାଜିକ ପ୍ରତିଷ୍ଠା କଥା ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛନ୍ତି ।

ଏହି ଷ୍ଟାର ଦମ୍ପତି ପରସ୍ପର ବିରୋଧରେ ମୋଟ ୫ଟି ମାମଲା ଦାୟର କରିଛନ୍ତି । ପ୍ରଥମ ମାମଲାଟି ଅନୁଭବ ବର୍ଷାଙ୍କୁ ଛାଡ଼ ପତ୍ର ଦେବା ନେଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାୟର କରିଥିଲେ । ଏହାର କିଛି ଦିନ ପରେ ବର୍ଷା ଅନୁଭବ ବିରୁଦ୍ଧରେ ଘରୋଇ ହିଂସା ଓ ଭରଣ ପୋଷଣ ନେଇ ଦୁଇଟି ମାମଲା କଟକ SDJM ଙ୍କ କୋର୍ଟରେ ଦାୟର କରିଥିବା ବେଳେ ସେ ଅନୁଭବଙ୍କ ସହିତ ବିବାହ ବନ୍ଧନରେ ରହିବାକୁ ଚାହୁଁଥିବା ଦର୍ଶାଇ କଟକ ପରିବାର ଅଦାଲତରେ ମଧ୍ୟ ଏକ ମାମଲା ରୁଜ୍ଜୁ କରିଥିଲେ ।

ସମସ୍ତ ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ ମଧ୍ୟ ଅନୁଭବଙ୍କ ଛାଡ଼ ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବଂ ସେହି ମାମଲାର ଶୁଣାଣି କରିବାକୁ ଯାଇ ଉଭୟଙ୍କୁ ଆପସ ବୁଝାମଣା ପାଇଁ ପରାମର୍ଶ ଦେବା ସହିତ ଏଥିଲାଗି ଜଣେ ମଧ୍ୟସ୍ଥିଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ତେବେ ସମ୍ପୃକ୍ତ ମଧ୍ୟସ୍ଥି ଉପସ୍ଥିତିରେ ଭର୍ଚୁଆଲ ପ୍ଲାଟଫର୍ମରେ ଉଭୟ ପତି ପତ୍ନୀ ଅନେକ ଥର ଏକାଠି ହୋଇଛନ୍ତି ମଧ୍ୟ । କିନ୍ତୁ ଦୁଇ ଦିନ ତଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ସହିତ ପରସ୍ପର ବିରୋଧରେ ପରକ୍ରିୟା ପ୍ରିତିର ଅଭିଯୋଗ ଲଦୁଥିବା ନେଇ ଏକ ଭିଡ଼ିଓ ଭାଇରାଲ ହେବା ଘଟଣା ସଧାରଣରେ ଚର୍ଚ୍ଚାର ଖୋରାକ ଯେଗାଇଥିଲା ।
Published by: Jagdish Barik
First published: December 19, 2020, 10:51 AM IST
corona virus btn
corona virus btn
Loading