ବର୍ଷାଙ୍କୁ ଅନୁଭବଙ୍କ ଉପହାର ।
News 18 Odia Digital
କଟକ : ଅଭିନେତ୍ରୀ ତଥା ପତ୍ନୀ ବର୍ଷାଙ୍କୁ ଏକ ଉପହାର ଦେଲେ ଅନୁଭବ । ଉଭୟଙ୍କ ମଧ୍ୟରେ ଉଠିଥିବା ଝଡ଼କୁ ରୋକିବା ପାଇଁ କାମରେ ଆସିବ ଭାବି ଓକିଲଙ୍କ ମାଧ୍ୟମରେ ବର୍ଷାଙ୍କୁ ଏକ ଶ୍ରୀମଦ ଭାଗବତ ମହାପୁରାଣ ଉପହାର ଦେଇଛନ୍ତି ଅନୁଭବ । ଏହାସହ ମହାପୁରାଣ ପଢ଼ିବା ଦ୍ୱାରା ମନରେ ଶାନ୍ତି ଭାବନା ଆସିବ ବୋଲି ଅନୁଭବ କହିଛନ୍ତି । ଗତକାଲି କଟକ ପରିବାର ଅଦାଲତରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚା ପରିସରକୁ ଆସିଛି ।
ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଓ ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର ଉଭୟଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । କୋର୍ଟରେ ଜେରା ପରେ ଅନୁଭବ ବର୍ଷାଙ୍କ ଓକିଲ ରାମକୃଷ୍ଣଙ୍କୁ ଶ୍ରୀମଦ୍ ଭଗବତ ମହାପୁରାଣ ଦେଇ କହିଥିଲେ ଏହାକୁ ବର୍ଷାଙ୍କୁ ଦିଅନ୍ତୁ । ବର୍ଷା ମହାପୁରାଣ ପାଠ କରିବା ଦ୍ୱାରା ତାଙ୍କ ମନରେ ସ୍ଥିରତା ଆସିବ ଏବଂ ସେ ଶାନ୍ତିପୂର୍ଣ୍ଣ ଜୀବନ ବିତାଇପାରିବେ । ଏଥିସହ ଆମର ସମସ୍ୟା ମଧ୍ୟ ଦୁରେଇଯିବ ବୋଲି ଅନୁଭବ କହିଥିବା ସୂଚନା ମିଳିଛି ।
ଅଦାଲତରେ ମାମଲା ତିନିଦିନ ଚାଲିବାକୁ କୋର୍ଟଙ୍କ ଅନୁମତି ଥିଲା । କିନ୍ତୁ ଗୋଟିଏ ଦିନରେ ବର୍ଷାଙ୍କ ଓକିଲ ସାକ୍ଷ ଗ୍ରହଣ କାର୍ଯ୍ୟକୁ ସାରିଥିବା ଜଣାପଡ଼ିଛି । ମାମଲାର ଶୁଣାଣି ପୁଣି ଆସନ୍ତା ୧୧ ତାରିଖରେ ପରିବାର ଅଦାଲତରେ ଅନୁଷ୍ଠିତ ହେବ । ଏଥିସହ ଅନୁଭବଙ୍କ ଘର ଛାଡ଼ିବା ରାୟକୁ ଚ୍ୟାଲେଞ୍ଜ୍ କରି ବର୍ଷା କଟକ ଜିଲ୍ଲା କୋର୍ଟରେ କରିଥିବା ମାମଲା ଓ ଅନୁଭବଙ୍କ ବିରୋଧରେ ହାଇକୋର୍ଟରେ ଦାୟର ହୋଇଥିବା ଅଦାଲତ ଅବମାନନାର ଶୁଣାଣି ମଧ୍ୟ ସମାନ ତାରିଖରେ କରାଯିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।