ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ; ଟୁଇଟ୍ କରି ବର୍ଷାଙ୍କ ଉପରେ ବର୍ଷିଲେ

ଅନେକ ଦିନର ବ୍ୟବଧାନ ପରେ ଅନୁଭବ ପତ୍ନୀ ବର୍ଷାଙ୍କୁ ସାମାଜିକ ଗଣମାଧ୍ୟମରେ ସିଧାସଳଖ ଟାର୍ଗେଟ କରିଛନ୍ତି । ଏକ ଲିଙ୍କକୁ ନିଜର ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରିବା ସହ ବର୍ଷାଙ୍କୁ କଟାକ୍ଷ କରି ଟୁଇଟ ମଧ୍ୟ କରିଛନ୍ତି ଅନୁଭବ ।

ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ; ପୁଣି ଟୁଇଟ୍ କରି ବର୍ଷାଙ୍କ ଉପରେ ବର୍ଷିଲେ

ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ; ପୁଣି ଟୁଇଟ୍ କରି ବର୍ଷାଙ୍କ ଉପରେ ବର୍ଷିଲେ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ଅନେକ ଦିନର ବ୍ୟବଧାନ ପରେ ଅନୁଭବ ପତ୍ନୀ ବର୍ଷାଙ୍କୁ ସାମାଜିକ ଗଣମାଧ୍ୟମରେ ସିଧାସଳଖ ଟାର୍ଗେଟ କରିଛନ୍ତି । ପୂର୍ବରୁ ଭାଇରାଲ ହୋଇଥିବା ଏକ ମୋବାଇଲ ବାର୍ତ୍ତାଳାପର ଲିଙ୍କକୁ ନିଜର ଟୁଇଟର ହ୍ୟାଣ୍ଡଲରେ ପୋଷ୍ଟ କରିବା ସହ ବର୍ଷାଙ୍କୁ କଟାକ୍ଷ କରି ଟୁଇଟ ମଧ୍ୟ କରିଛନ୍ତି ଅନୁଭବ । ସେହି ବାର୍ତ୍ତାଳାପରେ ଥିବା ସ୍ୱର ତାଙ୍କର ଓ ଭଉଣୀମାନଙ୍କର ବା ନୁହେଁ ତାହାର ଉତ୍ତର ଜାଣିବାକୁ ଚାହିଁଛନ୍ତି ଅନୁଭବ । ନିଜ ଟୁଇଟରେ ଅନୁଭବ ଲେଖିଛନ୍ତି ଯେ,

Hello @VarshaPriyadar3, I’m being QUESTIONED by millions! Mostly by our film & political fraternities! Every single common man/woman wants a concrete assurance from ‘YOU’ that whether the voices in this audio clip are yours & your sisters’ or not!YES/NO!?

ଏହା ପରେ ଅନୁଭବ ଆଉ ଏକ ଟୁଇଟ କରି ଲେଖିଛନ୍ତି, ବର୍ଷାଙ୍କ ଛବି ଖରାପ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ, ସେ ବର୍ଷାଙ୍କୁ ସମ୍ମାନ କରନ୍ତି କିନ୍ତୁ ସେ ହଇରାଣ ଓ ଅପମାନିତ ହେଉଛନ୍ତି । ଏବଂ ଏହା ଦ୍ୱାରା ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି । ତେବେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁଇଟ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ ।

"I have no intentions to hurt or tarnish your image. I respect you but I’m bound to tweet & ask you this question only after being harassed & humiliated several times by so many which is disturbing me, my entire family’s mental & physical health! FRIENDLY TWEET PLEASE. NO OFFENCE"!

ବର୍ଷା କିମ୍ବା ତାଙ୍କର ଫାନ କ୍ଲବ ପକ୍ଷରୁ ଅନୁଭବଙ୍କ ଏହି ଟୁଇଟର ଜବାବ ଆସିନିଥିଲେ ମଧ୍ୟ ଅନୁଭବଙ୍କ ଏହି ଟୁଇଟ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି । କିନ୍ତୁ ଉଭୟ ପତିପତ୍ନୀ କେହି କାହା ବିରୁଦ୍ଧରେ କୌଣସି ପ୍ରକାର ମନ୍ତବ୍ୟ କୌଣସି ସ୍ଥାନରେ ଦେବେ ନାହିଁ ବୋଲି ଗତ ମେ ମାସ ୨୭ ତାରିଖ ଦିନ ହାଇକୋର୍ଟ ବର୍ଷା ଓ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ସେହି ନିର୍ଦ୍ଦେଶ ପରେ ପତି ପତ୍ନୀ କେହି କାହା ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଉ ନଥିବା ବେଳେ ଅନୁଭବ ପ୍ରଥମ ଥର ଲାଗି ବର୍ଷାଙ୍କୁ କଟାକ୍ଷ କରି ଏହି ଟୁଇଟ କରିଛନ୍ତି । ତେବେ ବର୍ଷା ଚାହିଁଲେ ଅନୁଭବଙ୍କ ବିରୁଦ୍ଧରେ ଅଦାଲତ ଅବମାମନା ମାମଲା ମଧ୍ୟ ରୁଜ୍ଜୁ କରିପାରନ୍ତି । ଯଦି ଏପରି ହୁଏ ତେବେ ଅନୁଭବଙ୍କ ପାଇଁ ଅଡୁଆ ବଢିବ ବୋଲି ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published: