ବର୍ଷାଙ୍କ ବିଷୟରେ ଅନୁଭବ: ‘‘ମୋତେ ଓ ପରିବାରକୁ ମାରି ଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁ ନାହିଁ’’

ଓଲିଉଡ୍ ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଚାଲିଥିବା ବୈବାହିକ କଳହ କୋର୍ଟରେ ପହଞ୍ଚିବା ପରେ ଏବେ ଦୁହିଁଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ‘‘ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁ ନାହିଁ,’’ କହିଛନ୍ତି ଅନୁଭବ ।

ବର୍ଷାଙ୍କ ବିଷୟରେ ଅନୁଭବ: ‘‘ମୋତେ ଓ ପରିବାରକୁ ମାରି ଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁ ନାହିଁ’’
ପୂର୍ବରୁ ଏକ ସୁଖଦ ମୁହୂର୍ତ୍ତରେ ବର୍ଷା ଓ ଅନୁଭବ
  • News18 Odia
  • Last Updated: September 12, 2020, 7:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦିନ ଗଡ଼ିବା ସହିତ ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ବିବାଦ ମାମଲାରେ ନୂଆ ନୂଆ ଟ୍ୱିଷ୍ଟ ଆସୁଛି । ଏବେ ଉଭୟ ଟ୍ୱିଟ୍‌ କରି ପରସ୍ପରକୁ ଟାଗେର୍ଟ କରୁଥିବା ଦେଖିବାକୁ ମିଳୁଛି । ଏହି ଟ୍ୱିଟଗୁଡ଼ିକର ଆଧାର ସାଜିଥିଲେ ସାମାଜିକ କର୍ମୀ ଗୀତାଶ୍ରୀ ଦାସ ।

ଗୀତାଶ୍ରୀ ଦାସ ଗୁରୁବାର ଦିନ ନିଜ ସଙ୍ଗଠନର ସଦସ୍ୟାମାନଙ୍କୁ ନେଇ ଅନୁଭବଙ୍କ କଟକ ନନ୍ଦି ସାହି ବାସଭବନକୁ ଯାଇଥିଲେ । ସେଠାରେ ସେ ବର୍ଷା ଓ ଅନୁଭବଙ୍କ ସହିତ ପୃଥକ ପୃଥକ ଆଲୋଚନା କରିବା ସହ ଅନୁଭବଙ୍କ ମା’ ଓ ଭାଇଙ୍କ ସହ ମଧ୍ୟ କଥା ହେଇଥିଲେ । ଏହି ଆଲୋଚନାର ଫଟୋ ସାମ୍ବାଦିକମାନଙ୍କୁ ଦେବା ସହ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ଏହି ପ୍ରତିକ୍ରିୟାରେ ସେ ଆଲୋଚନା ସଫଳ ହେଲା ଓ ଆପୋଷ ବଝାମଣା ପାଇଁ ଉଭୟ ବର୍ଷା ଓ ଅନୁଭବଙ୍କ ରାଜି ଅଛନ୍ତି ବୋଲି କହିଥିଲେ ।

ତେବେ ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗୀତାଶ୍ରୀଙ୍କ ଏହି ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଥିଲେ ଅନୁଭବ । ଗୁରୁବାର ୮ଟା ୯ ମିନିଟ ସମୟରେ ପ୍ରଥମ ଚ୍ୱିଟ କରିଥିଲେ ସେ । ଏଥିରେ ସେ ଆପୋଷ ବଝାମଣା ପ୍ରସଙ୍ଗରେ ସେ ନିଜର ସମ୍ମତି ଦେଇଥିବା କଥାକୁ ଖଣ୍ଡନ କରିବା ସହ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି ବୋଲି କହିଥିଲେ । କୋର୍ଟ ଏହି ମାମଲାରେ ଯାହା କିଛି ରାୟ ଦେବେ ତାହା ସେ ଗ୍ରହଣ କରିବେ ବୋଲି ଉଲ୍ଲେଖ କରିଥିଲେ ।



ଅନୁଭବ କରିଥିବା ଏକ ଟ୍ୱିଟ୍‌

ଖାଲି ଏତିକିରେ ଅଟକି ଯାଇ ନ ଥିଲେ ଅନୁଭବ । ରାତି ୨ଟା ୩୯ ମିନିଟରେ ପୁଣି ଗୋଟିଏ ଚ୍ୱିଟ୍‌ କରି ସାମାଜି୍କ କର୍ମୀ ଓ ନିଜ ବାପା ମା ମଧ୍ୟରୁ ସେ କାହାକୁ ବିଶ୍ବାସ କରିବେ ବୋଲି କହିଥିଲେ । ଏହା ପରେ ଶୁକ୍ରବାର ଅପରାହ୍ଣରୁ ଲଗାତାର ଟ୍ୱିଟ୍‌ କରି ଗୀତାଶ୍ରୀ ଦାସଙ୍କ ସହିତ ହୋଇଥିବା ଆଲୋଚନାକୁ ସେ ବା ଗୀତାଶ୍ରୀ ଗଣମାଧ୍ୟମ ପ୍ରକାଶ ନ କରିବାକୁ ସହମତ ହୋଇଥିଲେ ମଧ୍ୟ ଗୀତାଶ୍ରୀ ତାଙ୍କୁ ‘‘ଧୋକା ଦେଇ’’ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ ବୋଲି ସେ କହିଥିଲେ ।

ଗୀତାଶ୍ରୀ ମିଛ କଥା ସବୁ କହିଥିବା ଟ୍ୱିଟ୍‌ କରିଥିଲେ ଅନୁଭବ । ଏହା ସହିତ ସେ ଗୀତାଶ୍ରୀ ଦାସ ବର୍ଷାଙ୍କ ଅନ୍ତରଙ୍ଗ ବନ୍ଧୁ ବୋଲି ଦର୍ଶାଇ ଭାଇରାଲ ହେଉଥିବା କିଛି ଫଟୋକୁ ମଧ୍ୟ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ । ସେ ଏକ ଟ୍ୱିଟରେ ଲେଖିଥିଲେ: “ବର୍ଷାଙ୍କୁ ମୁଁ କିମ୍ବା ମୋ’ ପରିବାର ଆଦୌ ଗ୍ରହଣ କରିବୁ ନାହିଁ । ମୋତେ ଓ ମୋ’ ପରିବାରକୁ ମାରି ଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁ ନାହିଁ। ଏ ଜନ୍ମ କିମ୍ବା କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁ ନାହିଁ ।’’

ଅନୁଭବଙ୍କ ଏହି ଟ୍ୱିଟ୍‌ ପରେ ବର୍ଷା ନିରବ ରହି ନ ଥିଲେ । ସେ ମଧ୍ୟ ଏକାଧିକ ଅବସରରେ ଗୀତାଶ୍ରୀ ଓ ଅନୁଭବ ଥିବା ଅନେକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏକ ଟ୍ୱିଟରେ ବର୍ଷା ଲେଖିଥିଲେ: “What is this about Anubhab Mohanty??????”

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଗୀତାଶ୍ରୀଙ୍କୁ ନେଇ ଏହି ଟ୍ୱିଟ୍‌ ଯୁଦ୍ଧ ଚାଲିଥିବା ବେଳେ ଗୁରୁବାର ଭଳି ଶୁକ୍ରବାର ଦିନ ମଧ୍ୟ ଗୀତାଶ୍ରୀ ଅନୁଭବ ଓ ବର୍ଷାଙ୍କୁ ଭେଟିବାକୁ ଯାଇଥିଲେ । ତାଙ୍କୁ ଘର ଭିତରକୁ ପ୍ରବେଶ ମିଳିଥିଲା ସତ, ହେଲେ ବର୍ଷା ଓ ଅନୁଭବଙ୍କୁ ଏକତ୍ର ବସାଇ କଥା ହୋଇ ପାରି ନ ଥିବା ସେ ଗଣମାଧ୍ୟମରେ କହିଥିଲେ । ତେବେ ଏହି ପ୍ରସଙ୍ଗରେ ତାଙ୍କୁ ଟାଣିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୀତାଶ୍ରୀ ଦାସ ।



“ମୁଁ ଜଣେ ସମାଜସେବୀ । ବିଭିନ୍ନ କାର୍ଯ୍ୟକ୍ରମକୁ ମୁଁ ଯାଇଥାଏ । ଅନେକ ଲୋକଙ୍କ ସହିତ ମଧ୍ୟ ଫଟୋ ଉଠାଇଥାଏ । ଯେଉଁମାନଙ୍କ ସହ ମୁଁ ଫଟୋ ଉଠାଏ ସେମାନେ ଯେ ମୋତେ ଜାଣିଥିବେ କିମ୍ବା ସେମାନଙ୍କ ସହିତ ମୋ’ର ସମ୍ପର୍କ ଥିବ ତାହା ଭାବିବା ଭୁଲ । ବର୍ଷା ଓ ଅନୁଭବ ଜଣେ ଜଣେ ସୁପରଷ୍ଟାର… ସେମାନଙ୍କ ସହିତ ମଧ୍ୟ ବିଭିନ୍ନ ଯାଗାରେ ମୁଁ ଫଟୋ ଉଠାଇଛି । କିନ୍ତୁ ଅନୁଭବଙ୍କ ଟ୍ୱିଟ୍‌ ମୋତେ ବହୁତ ଆଘାତ ଦେଇଛି । ଉଭୟ ଏକାଠି ହୋଇ ଯାଆନ୍ତୁ ବୋଲି ମୁଁ ଚାହୁଁଥିଲି । ଏବେ ବି ଚାହୁଁଛି । ହେଲେ ମୁଁ ଆଉ ସେମାନଙ୍କ କଥାରେ ହସ୍ତକ୍ଷେପ କରିବି ନାହିଁ,” କହିଛନ୍ତି ଆନ୍ତର୍ଜାତିକ ମାନବାଧିକାର କମିଶନ ଓଡ଼ିଶା ଶାଖାର ସଭାନେତ୍ରୀ ଗୀତାଶ୍ରୀ ଦାସ ।
Published by: Anand Shankar Thankur Das
First published: September 12, 2020, 7:25 PM IST
corona virus btn
corona virus btn
Loading