ବର୍ଷା-ଅନୁଭବ ବିବାଦ ମାମଲା: ଭିଡ଼ିଓରେ ବର୍ଷାଙ୍କ ମାତୃତ୍ୱକୁ ନେଇ ଚ୍ୟାଲେଞ୍ଜ କଲେ ଅନୁଭବ

ଭିଡ଼ିଓ ଜରିଆରେ ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ ଏମିତି ପ୍ରଶ୍ନବାଣର ବର୍ଷା କରିଛନ୍ତି, ଯାହାକି ସେ ପୂର୍ବରୁ ସର୍ବସାଧାରଣରେ ପ୍ରକାଶ କରି ନଥିଲେ । ନିଜ ଭିଡ଼ିଓ ଜରିଆରେ ଅନୁଭବ ବର୍ଷାଙ୍କ ମାତୃତ୍ବ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କର ମେଡିକାଲ ଟେଷ୍ଟ କରିବା ପାଇଁ ବର୍ଷାଙ୍କୁ ଚାଲେଞ୍ଜ କରିଛନ୍ତି ।

ଆଉ ଏକ ଭିଡ଼ିଓ ଜାରି କଲେ ଅନୁଭବ (ପ୍ରତୀକାତ୍ମକ ଛବି)

ଆଉ ଏକ ଭିଡ଼ିଓ ଜାରି କଲେ ଅନୁଭବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ବର୍ଷା-ଅନୁଭବ ବିବାଦ ମାମଲା ପୁଣି ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ । ଦୁଇ ଦିନ ତଳେ ଗୋଟିଏ ନିଜର ୟୁଟ୍ୟୁବ ଚାନେଲରେ ୩୨ ମିନିଟର ଏକ ଭିଡିଓ କରି ଚର୍ଚ୍ଚାକୁ ଆସିଥିବା ଅନୁଭବ ଶନିବାର ଦିନ ଏକ ଘଣ୍ଟା ୧୦ ମିନିଟ ବିଶିଷ୍ଟ ଆଉ ଏକ ଲମ୍ବା ଭିଡିଓ ସୁଟ କରି ପୋଷ୍ଟ କରିଛନ୍ତି । ଏହି ଭିଡ଼ିଓରେ ଅନୁଭବ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଓ ଏହାକୁ ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ।

ବିଶେଷ କରି ଏହି ଭିଡ଼ିଓ ଜରିଆରେ ଅନୁଭବ ବର୍ଷାଙ୍କ ଉଦ୍ଦେଶ୍ୟରେ ଏମିତି  ପ୍ରଶ୍ନବାଣର ବର୍ଷା କରିଛନ୍ତି, ଯାହାକି ସେ ପୂର୍ବରୁ ସର୍ବସାଧାରଣରେ ପ୍ରକାଶ କରି ନଥିଲେ । ନିଜ ଭିଡ଼ିଓ ଜରିଆରେ ଅନୁଭବ ବର୍ଷାଙ୍କ ମାତୃତ୍ବ ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କର ମେଡିକାଲ ଟେଷ୍ଟ କରିବା ପାଇଁ ବର୍ଷାଙ୍କୁ ଚାଲେଞ୍ଜ କରିଛନ୍ତି । କେବଳ ସେତିକି ନୁହେଁ ବରଂ ବର୍ଷାଙ୍କୁ ମିଛେଇ ବୋଲି ଅଭିଯୋଗ କରି ତାଙ୍କର ପଲିଗ୍ରାଫ ପରୀକ୍ଷା କରିବା ପାଇଁ ମଧ୍ୟ ଆହ୍ବାନ କରିଛନ୍ତି ଅନୁଭବ ।

"ମାମଲାଟି କୋର୍ଟରେ ବିଚାରାଧିନ ଥିବାରୁ ମୁଁ କେବେ ଚାହିଁ ନ ଥିଲି ଏସବୁ ବିଷୟରେ ମୁଁ କେବେ ମିଡ଼ିଆରେ ଆସି କହିବି ବୋଲି । କିନ୍ତୁ ତମ ଯୋଗୁଁ ମୁଁ କହୁଛି । ବର୍ଷା ବ୍ୟସ୍ତ ହୁଅନି ଧର୍ଯ୍ୟ ଧର ବହୁତ କିଛି କଥା ଅଛି କହିବାକୁ। ତମେ ସାମନା କରି ପାରିନି ସତର," କହିଛନ୍ତି ଅନୁଭବ ।

ଭିଡିଓ ଶେଷ ଭାଗରେ ଅନୁଭବଙ୍କ ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଆସୁଥିବା ବିଧାୟକ ସୁର ରାଉତରାୟଙ୍କ ନାଁ ନେଇ ସେ ଜଣେ ଖୋଲା ହୃଦୟର ବ୍ୟକ୍ତି ବୋଲି କହିବା ସହ ସୁର ରାଉତରାୟଙ୍କୁ ସେ ଏବେ ତାଙ୍କର ପୁରା ପରିବାର ଭଲ ପାଆନ୍ତି ବୋଲି କହିଛନ୍ତି ।

ଶେଷରେ ପୁଣି ଆଉ ଏକ ଭିଡ଼ିଓ କରି ଆଉ କିଛି ସତ କଥା ଲୋକଙ୍କ ସମନାକୁ ଆଣିବେ ବୋଲି କହିଛନ୍ତି ଅନୁଭବ ।
Published by:Soumya Das
First published: