କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଲେ ଅନୁଭବ

ବର୍ଷାଙ୍କ ରହଣୀ ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅନୁଭବ। ଅନୁଭବ ପୈତୃକ ବାସଭବନ ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଲେ ଅନୁଭବ

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଲେ ଅନୁଭବ

  • Share this:
News18 Odia Digital

କଟକ: ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମାସିକ ୩୦ ହଜାର ଟଙ୍କା ଦେବା ପାଇଁ କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କଲେ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି। ପ୍ରମାଣ ସ୍ୱରୂପ ଟଙ୍କା ଜମା କରିବାର ରସିଦକୁ କୋର୍ଟରେ ଦାଖଲ କରିଛନ୍ତି ଅନୁଭବ।

ଶୁକ୍ରବାର ଦିନ ନିଜ ଓକିଲଙ୍କ ସହ ଅନୁଭବ କଟକ ଏସଡିଜେଏମ ଅଦାଲତଙ୍କ ଅଦାଲତକୁ ଆସି ଟଙ୍କା ଜମା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଇଥିଲେ।

ପ୍ରତି ମାସର ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଅନୁଭବଙ୍କ ଦ୍ବାରା ଦାୟର ହୋଇଥିବା ପିଟିସନକୁ କୋର୍ଟ ଗ୍ରହଣ କରି ଗୁରବାର ଦିନ ଏପରି ନିର୍ଦ୍ଦେଶ ଦେଇଥିଲେ।

‘‘କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆମେ ବର୍ଷାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ କରିଛୁ। ଏହାର ପ୍ରମାଣ ପତ୍ର ମଧ୍ୟ କୋର୍ଟରେ ଦାଖଲ କରିଛୁ, କହିଛନ୍ତି ଅନୁଭବଙ୍କ ଓକିଲ ଆଲୋକ ମହାପାତ୍ର।

ଅନୁଭବଙ୍କ କଟକ ନନ୍ଦୀସାହି ସ୍ଥିତ ପୌତୃକ ବାସଭବନରେ ରହି ଆସୁଛନ୍ତି ବର୍ଷା। ମାତ୍ର ବର୍ଷା ଅନୁଭବଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଥାନାରେ ବାରମ୍ବାର ଏତଲା ଦେବା ପରେ ଅନୁଭବ ନିଜ ପରିବାର ଲୋକଙ୍କୁ ସାଥୀରେ ନେଇ ସେହି ଘର ଛାଡ଼ି ଥିବା କଥା ପୂର୍ବରୁ କହିଥିଲେ। କିନ୍ତୁ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ଅନୁଭବଙ୍କ ପରିବାରକୁ ନିଜ ଘରକୁ ଯିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ପ୍ରଥମ ମାସର ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡ଼ି ଅନ୍ୟତ୍ର ରହିବେ ଓ ବର୍ଷାଙ୍କ ରହଣୀ ବ୍ୟବସ୍ଥା ଅନୁଭବ କରିବେ ବୋଲି କହିଥିଲେ କୋର୍ଟ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ଆସିବାର ଗୋଟିଏ ଦିନ ବିତି ଯାଇଥିଲେ ମଧ୍ୟ ବର୍ଷା ନିଜର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରଖିଛନ୍ତି। ସେପଟେ ଏନେଇ ବର୍ଷାଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିବା ବେଳେ ଏସଡିଜେଏମଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଉପର କୋର୍ଟକୁ ଯିବା ପାଇଁ ବର୍ଷାଙ୍କ ପାଖରେ ସୁଯୋଗ ରହିଥିବା କହିଛନ୍ତି ଆଇନଜୀବୀ।

"ବର୍ଷା ନିମ୍ନ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ପାରନ୍ତି କିମ୍ବା ଯଦି ସେ ଚାହାଁନ୍ତି ନିମ୍ନ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ଉପର କୋର୍ଟକୁ ଯାଇ ପାରନ୍ତି," କହିଛନ୍ତି ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ।
Published by:Lipina Das
First published: