ପୁଣି ନୂଆ ଭିଡ଼ିଓ ଜାରି କଲେ ଅନୁଭବ ମହାନ୍ତି (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ପୁଣି ଆଉ ଏକ ଭିଡ଼ିଓ ଜାରି କରିଛନ୍ତି ଅନୁଭବ ମହାନ୍ତି । ନିଜର ୟୁଟ୍ୟୁବ ଚ୍ଯାନେଲରେ ଜାରି କରିଥିବା ନିଜର ତୃତୀୟ ଭିଡ଼ିଓରେ ଅନୁଭବ ବର୍ଷା ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଦାୟର କରିଥିବା ଏତାଲାର ଜବାବ ରଖବା ସହ ବର୍ଷାଙ୍କୁ ତିନୋଟି ଚ୍ଯାଲେଞ୍ଜ ଦେଇଛନ୍ତି ଅନୁଭବ ।
ପ୍ରଥମ ଚ୍ଯାଲେଞ୍ଜରେ ବର୍ଷାଙ୍କୁ ନିଜର ଡାକ୍ତରୀ ପରୀକ୍ଷା, ଦ୍ବିତୀୟ ଚ୍ଯାଲେଞ୍ଜରେ ପଲିଗ୍ରାଫ ପରୀକ୍ଷା ଓ ତୃତୀୟ ଚ୍ଯାଲେଞ୍ଜରେ ଭାଇରାଲ ହୋଇଥିବା ଏକ ଫୋନ ବାର୍ତ୍ତାଳାପର କଣ୍ଠସ୍ବର ଯାଞ୍ଚ କରିବା ପାଇଁ ସ୍ବର ପରୀକ୍ଷା କରିବା ପାଇଁ ଅନୁଭବ ଆହ୍ବାନ କରିଛନ୍ତି ।
ଏହା ବ୍ୟତୀତ ଗଣମାଧ୍ୟମକୁ ତାଙ୍କ ବିବାଦରୁ ଦୁରେଇ ରଖିବା ପାଇଁ ସେହି ହିଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା କଥା କହିବା ସହ ସେବେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ । କିନ୍ତୁ ଏବେ ଯେତେବେଳେ ଅନୁଭବ ଗଣମାଧ୍ୟମରେ ଭିଡି଼ଓ ପୋଷ୍ଟ କରୁଛନ୍ତି, ସେ ଏହାକୁ କାହିଁକି କରୁଛନ୍ତି ବୋଲି ବର୍ଷାଙ୍କ ପ୍ରଶ୍ନ କରିଛନ୍ତି ଅନୁଭବ ।
"ବର୍ଷା ଆପଣ ଧର୍ଯ୍ୟ ଧରନ୍ତୁ, ବ୍ୟସ୍ତ ହୁଅନ୍ତୁ ନାହିଁ... ମୋ ଏବେ ଖଳନାୟକ ବେଶରେ ସଜେଇ ଦିଆଯାଇଛି.. କିନ୍ତୁ ଏବେ ଯେତେ ବେଳେ ମୁଁ ମୁହଁ ଖୋଲିବା ପାଇଁ ସାହାସ କଲି ତମେ କାହିଁକି ଧର୍ଯ୍ୟହରା ହୋଇ ଯାଉଛ.. ଜଣକ ବିଷୟରେ ମିଛ କହି କହି ଥକି ନାହିଁ, ଏବେ ନିଜ ବିରୁଦ୍ଧରେ ସତ ଶୁଣିବା ପାଇଁ ଅନ୍ତତଃ ଟିକିଏ ସାହସ ରଖ ବର୍ଷା.." କହିଛନ୍ତି ଅନୁଭବ ମହାନ୍ତି ।
ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ନେଇ ଅଦଲତି ଲଢେଇ ଜାରି ରହିଥିବା ବେଳେ ଅଦଲତ ବାହାରେ ଉଭୟ ପତି ପତ୍ନୀ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଏହି କ୍ରମରେ ବର୍ଷାଙ୍କ ଏତାଲାର ଜବାବରେ ଅନୁଭବ ନିଜର "ଅନଟୋଲ୍ଡ ଟ୍ରୁଥ ୩.୦" ଭର୍ସନକୁ ରିଲିଜ କରି ସାରିଛନ୍ତି । ତେବେ ଅନୁଭବଙ୍କ ଏହି ଭିଡିଓର ବର୍ଷା କେମିତି ଜବାବ ରଖୁଛନ୍ତି । ସେ ପୁଣି ଥରେ ପୁରୀଘାଟ ଥାନାରେ ନିଜର ନବମ ଏତାଲା ଦେଉଛନ୍ତି ବା ନାହିଁ, ଏହା ଉପରେ ସସପେନ୍ସ ଜାରି ରହିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।